Posted inଖେଳ

ରୁଟ୍‌ଙ୍କ ଶତକ: ଇଂଲଣ୍ଡର ସହଜ ବିଜୟ

ସାଉଥାମ୍ପଟନ,୧୫।୬(ପି.ଟି.)- ପ୍ରଥମେ ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଓ ପରେ ତାରକା ଓପନର ଜୋ ରୁଟ୍‌ଙ୍କ ଅପରାଜିତ ଶତକ ସହାୟତାରେ ଆୟୋଜକ ତଥା ଫେଭରାଇଟ୍‌ ଇଂଲଣ୍ଡ ଚଳିତ ବିଶ୍ୱକପ୍‌ର ୧୯ତମ ମ୍ୟାଚ୍‌ରେ େଓଷ୍ଟଇଣ୍ଡିଜକୁ ୧୦୧ଟି ବଲ ବାକି ରଖି ୮ ଉଇକେଟରେ ପରାସ୍ତ କରିଛି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ୪୪.୪ ଓଭରରେ ୨୧୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ୩୩.୧ ଓଭରରେ ୨ ଉଇକେଟ ହରାଇ ୨୧୩ ରନକରି ଅତି ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ମୂଲ୍ୟବାନ ୨ ଉଇକେଟ ଅକ୍ତିଆର କରିବା ସହ ୧୦୦ ରନ (୯୪ ବଲ, ୧୧ ଚୌକା)ର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ରୁଟ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥିସହିତ ଇଂଲଣ୍ଡ ୪ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୬ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ୪ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ଦୁଇଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ଓ୍ବେଷ୍ଟଇଣ୍ଡିଜ ପୂର୍ବପରି ଷଷ୍ଠ ସ୍ଥାନରେ ରହିଛି।
୨୧୩ ରନ ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଭଲ ଆରମ୍ଭ କରିଥିଲା। ଦୁଇ ଓପନର ରୁଟ ଓ ଜନି ବେୟାରଷ୍ଟୋ ଓପନିଂ ଯୋଡିରେ ୯୫ ରନ ସଂଗ୍ରହ କରିଥିଲେ। ବେୟାରଷ୍ଟୋ ୪୫ ଓ ପରେ କ୍ରିସ୍‌ ଓ୍ବକ୍ସ ୪୦ ରନ କରି ସାନନ ଗାବ୍ରିଏଲଙ୍କ ଦ୍ୱାର ଆଉଟ ହୋଇଥିଲେ। ତେବେ ରୁଟ୍‌ ୧୦୦ ଓ ବେନ୍‌ ଷ୍ଟୋକ୍ସ ୧୦ ରନ କରି ଅପରାଜିତ ରହିବା ସହ ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ।
ଇଂଲଣ୍ଡ ଦ୍ରୁତ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଓ୍ବେଷ୍ଟଇଣ୍ଡିଜ ଆରମ୍ଭରୁ ଏଭିନ ଲୁଇସ୍‌ଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଦଳ ଇଂଲଣ୍ଡ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହୋଇପାରି ନ ଥିଲା। ଫଳରେ ଦଳ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ବିସ୍ଫୋରକ ଅଭିଜ୍ଞ ଓପନର କ୍ରିସ୍‌ ଗେଲ ଏପର୍ଯ୍ୟନ୍ତ ବିଶ୍ୱକପ୍‌ରେ ନିଜର ଯାଦୁ ଦେଖାଇପାରିନାହାନ୍ତି। ସେ ଏହି ମ୍ୟାଚ୍‌ରେ ୪୧ ବଲରୁ ୫ ଚୌକା ଓ ୧ ଛକା ସହ ୩୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ନିକୋଲାସ ପୁରାନ ୭୮ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହ ୬୩ ରନ କରି ବିଶ୍ୱକପ୍‌ରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସିମରନ ହେଟମେୟର ୩୯, ଆନ୍ଦ୍ରେ ରସେଲ ୨୧, କାର୍ଲୋସ ବ୍ରାଥଓ୍ବଟ୍‌ ୧୪ ରନ କରି ଆଉଟ ହୋଇଥିବା ବେଳେ ବାକି ୬ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଲୋୟର ଅର୍ଡରରେ ଶେଲଡନ କଟ୍ରେଲ, ଶାନନ ଗାବ୍ରିଏଲ ଓ ଓଶେନ ଥୋମାସ ଖାତା ଖୋଲିପାରି ନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୁଇସ୍‌ ୨, ଅଧିନାୟକ ଜାସନ ହୋଲ୍ଡର ୯ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ମାର୍କ ଉଡ ୩ଟି ଲେଖାଏ, ଜୋ ରୁଟ ୨, କ୍ରିସ ଓ୍ବକ୍ସ ଓ ଲିଅମ ପ୍ଲଙ୍କେଟ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ୍‌ ୪୪.୪ ଓଭରରେ ୨୧୨ ଅଲଆଉଟ୍‌
(ପୁରାନ- ୬୩, ହେଟମେୟର- ୩୯, ଗେଲ- ୩୬, ରସେଲ- ୨୧, ବ୍ରାଥଓ୍ବେଟ- ୧୪, ଆର୍ଚର- ୩/୩୦, ଉଡ୍‌- ୩/୧୮, ରୁଟ୍‌- ୨/୨୭ )।
ଇଂଲଣ୍ଡ ୩୩.୧ ଓଭରରେ ୨୧୩/୨
(ରୁଟ୍‌-୧୦୦*, ବେୟାରଷ୍ଟୋ- ୪୫, ଓ୍ବକ୍ସ- ୪୦, ଗାବ୍ରିଏଲ- ୨/୪୯)।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri