Posted inଖେଳ

ଅଷ୍ଟ୍ରେଲିଆରେ ପୂର୍ଣ୍ଣ ସିରିଜ ଖେଳିବ ଭାରତ

ମେଲବୋର୍ନ, ୨୯।୫(ପି.ଟି.)-କଳ୍ପନା ଜଳ୍ପନାର ଅବସାନ ଘଟାଇ କ୍ରିକେଟ ଅଷ୍ଟ୍ରେଲିଆ ଗୁରୁବାର ଭାରତ ବିପକ୍ଷ ସିରିଜର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଫଳରେ ଏହି ଗସ୍ତରେ ଭାରତ ଏକ ପୂର୍ଣ୍ଣ ସିରିଜ ଖେଳିବା ସ୍ପଷ୍ଟ ହୋଇଯାଇଛି। ଟି୨୦ରୁ ଭାରତର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ। ୩ଟି ଟି୨୦ ପରେ ଭାରତ ୪ଟି ଟେଷ୍ଟ ଏବଂ ୩ଟି ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଅକ୍ଟୋବର ୧୧ରେ ବ୍ରିସବେନ୍‌ଠାରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ଅନୁଷ୍ଠିତ ହେବ। ଏହାପରେ ୧୪ରେ କାନ୍‌ବେରା ଏବଂ ୧୭ରେ ଆଡିଲେଡଠାରେ ମ୍ୟାଚ ଖେଳିବ। କରୋନା ଭାଇରସ ସଂକ୍ରମଣ ଜନିତ ପ୍ରଭାବରୁ ଟି୨୦ ବିଶ୍ୱକପ ଆୟୋଜନ ସମ୍ଭାବନା କ୍ଷୀଣ ଥିଲେ ହେଁ ଏଥିପାଇଁ ସମୟ ରଖା ଯାଇଛି। ଯଦି ବିଶ୍ୱକପ ସମ୍ଭବ ହୁଏ ତେବେ ଭାରତ ଏଥିରେ ଖେଳିବାପରେ ଟେଷ୍ଟ ସିରିଜ ଖେଳିବାକୁ ପୁଣି ପ୍ରତ୍ୟାବର୍ତ୍ତନ କରିବ। ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବ୍ରିସବେନଠାରେ ଡିସେମ୍ବର ୩ରୁ ଆରମ୍ଭ ହେବ। ଏହାପରେ ଏହି ମାସ ୧୧ରୁ ୧୫ ପର୍ଯ୍ୟନ୍ତ ଆଡିଲେଡଠାରେ ଦ୍ୱିତୀୟ ଟେଷ୍ଟ ଦିବାରାତ୍ର ବିଶିଷ୍ଟ ହେବ। ଡିସେମ୍ବର ୨୬ରୁ ୩୦ ତୃତୀୟ ଟେଷ୍ଟ ମେଲବୋର୍ନ ଏବଂ ୨୦୨୧ ଜାନୁୟାରୀ ୩ରୁ ୭ ପର୍ଯ୍ୟନ୍ତ ୪ର୍ଥ ଟେଷ୍ଟ ସିଡ୍‌ନୀଠାରେ ଖେଳାଯିବ। ଏହାପରେ ଜାନୁୟାରୀ ୧୨ରେ ପର୍ଥ, ୧୫ରେ ମେଲବୋର୍ନ ଏବଂ ୧୭ରେ ସିଡ୍‌ନୀଠାରେ ୩ଟି ଦିନିକିଆ ଅନୁଷ୍ଠିତ ହେବ। ରିପୋର୍ଟ ଅନୁସାରେ କ୍ରିକେଟ ଅଷ୍ଟ୍ରେଲିଆ ଏହି ସିରିଜରୁ ପାଖାପାଖି ୩୦୦ ମିଲିଅନ ଅଷ୍ଟ୍ରେଲୀୟ ଡଲାର ଆୟ କରିବ।
”ଏହି ସିରିଜ ପାଇଁ ଆମେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସହିତ ସମ୍ପର୍କରେ ରହିଛୁ। ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଅଷ୍ଟ୍ରେଲିଆ ଗସ୍ତରେ ଆସିବେ। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ମହିଳା ଓ ପୁରୁଷ କ୍ରିକେଟ ସିରିଜକୁ ମଧ୍ୟ ଆମେ ଗୁରୁତ୍ୱର ସହ ଅପେକ୍ଷା କରିଛୁ“ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍‌ସ ପ୍ରକାଶ କରିଛନ୍ତି। ଭାରତୀୟ ମହିଳା ଦଳ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ। ମ୍ୟାଚ ଗୁଡ଼ିକ ଜାନୁୟାରୀ ୨୨ କାନ୍‌ବେରା, ୨୫ ସେଣ୍ଟ କିଲ୍‌ଡା ଏବଂ ୧୭ ତାରିଖରେ ହୋବାର୍ଟରେ ଅନୁଷ୍ଠିତ ହେବ।
ଅଷ୍ଟ୍ରେଲିଆ ଦଳ ନ୍ୟୁଜିଲାଣ୍ଡ ମହିଳା ଓ ପୁରୁଷ, ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଏବଂ ଆଫଗାନିସ୍ତାନ ବିପକ୍ଷରେ ନଭେମ୍ବର ୨୧ରୁ ୨୫ ପର୍ଯ୍ୟନ୍ତ ଗୋଟିଏ ଟେଷ୍ଟ ଖେଳିବା କାର୍ଯ୍ୟକ୍ରମ ରହିଛି। ତେବେ ଆବଶ୍ୟକସ୍ଥଳେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇପାରେ ବୋଲି ରବର୍ଟ ସୂଚନା ଦେଇଛନ୍ତି। ତେବେ ଆଗାମୀ ଗ୍ରୀଷ୍ମଋତୁରେ ଯଥା ସମ୍ଭବ ଅଧିକରୁ ଅଧିକ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନ ପାଇଁ ଇଚ୍ଛୁକ। ସିରିଜ ସମୟରେ ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ ଖେଳାଳିଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତାକୁ ଧ୍ୟାନରେ ରଖାଯିବ ବୋଲି ରବର୍ଟ କହିଛନ୍ତି। ସୂଚନା ଅନୁସାରେ ଅଗଷ୍ଟ ୯ରୁ ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଘରୋଇ ଦିନିକିଆ ସିରିଜରୁ କ୍ରିକେଟ ଅଷ୍ଟ୍ରେଲିଆର ଗ୍ରୀଷ୍ମଋତୁ ସିଜନ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri