Posted inଖେଳ

ଦୂତୀ ବାଣ୍ଟିଲେ ଖାଦ୍ୟ ପୁଡ଼ିଆ

ଭୁବନେଶ୍ୱର, ୧୧।୫(କ୍ରୀଡ଼ା ପ୍ରତିନିଧି)-ଆଥଲେଟିକ୍ସ ଟ୍ରାକ୍‌ରେ ନିଜର ଚମକ ଦେଖାଇ ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଥିବା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ସମାଜସେବା କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରୁ ସମ୍ପୂର୍ଣ୍ଣ ଭାରତ ଏବେ ଲକ୍‌ଡାଉନ୍‌। କିଛି ପ୍ରତିଯୋଗିତା ନ ଥିବାରୁ ଦୂତୀ ଆବଶ୍ୟକ ଟ୍ରେନିଂ କରି ନିଜକୁ ଫିଟ୍‌ ରଖିବା ସହ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସମ୍ପ୍ରତି ଭୁବନେଶ୍ୱରରେ ରହୁଥିବା ଦୂତୀ ନିଜ ଗାଁ ଯାଜପୁର ଜିଲା ଚକାଗୋପାଳପୁରକୁ ଯାଇ ୧୦୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବାଣ୍ଟିଛନ୍ତି । ”ଆମ ଗାଁରେ ଅଧିକାଂଶ ତନ୍ତୁବାୟ ପରିବାର ରହୁଥିବାରୁ କାମକଲେ ସେମାନଙ୍କ ଖାଇବା ସମ୍ଭବ ହୋଇଥାଏ। ଲକ୍‌ଡାଉନ୍‌ ସ୍ଥିତିରେ ସେମାନେ ଏବେ ବହୁତ ଅସୁବିଧାରେ ଥିବା ମୁଁ ଶୁଣିବାକୁ ପାଇଥିଲି। ତେଣୁ ମୁଁ ୫୦,୦୦୦ଟଙ୍କା ଖର୍ଚ୍ଚ କରିଥିବାବେଳେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ସାହାଯ୍ୟକ୍ରମେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ, ଗ୍ରସେରି ଏବଂ ସାନିଟାଇଜର ଆଦି ମିଶାଇ ପୁଡ଼ିଆ ପ୍ରସ୍ତୁତ କରିଥିଲି। ପ୍ରଥମ ପର୍ଯ୍ୟାୟରେ ୧୦୦୦ ଲୋକଙ୍କୁ ଶନିବାର ଏହି ପୁଡ଼ିଆ ବଣ୍ଟା ଯାଇଛି। ଆଉ ୨୦୦୦ ପୁଡ଼ିଆ ରବିବାର ପ୍ରସ୍ତୁତ କରାଯାଇଛି। ଏହାକୁ ସୋମବାର ଲୋକମାନଙ୍କୁ ପ୍ରଦାନ କରାଯିବ“ ବୋଲି ଦୂତୀ ପ୍ରକାଶ କରିଛନ୍ତି। ଗଁାକୁ ଯିବାପାଇଁ ମୁଁ ଭୁବନେଶ୍ୱରରୁ ସ୍ବତନ୍ତ୍ର ପାସ୍‌ ନେଇଥିଲି। ମୋ ପରିବାର ପକ୍ଷରୁ ଗଁା ଲୋକମାନଙ୍କୁ ଏ ସମ୍ପର୍କରେ ସୂଚନା ଦିଆ ଯାଇଥିଲା। ତେଣୁ ଲୋକମାନେ ଆସି ଆମ ଘରୁ ଖାଦ୍ୟପୁଡ଼ିଆ ସଂଗ୍ରହ କରିଥିଲେ। ମୋ ପ୍ରିୟ ମହିନ୍ଦ୍ରା ଏକ୍ସୟୁଭି ଏବେ କୋଭିଡ୍‌-୧୯ ରିଲିଫ କାର୍ଯ୍ୟରେ ଲାଗିଛି ବୋଲି ସେ କହିଛନ୍ତି ।
ଲୋକମାନେ କରୋନା ଭାଇରସ୍‌ ଜନିତ ରୋଗକୁ ନେଇ ଭୟଭୀତ ଅଛନ୍ତି। ସେମାନେ ଏବେ ବହୁତ ଅସୁବିଧାରେ ଥିବା ମୁଁ ଅନୁଭବ କଲି। ତେଣୁ ମୋ ପକ୍ଷରେ ଯେତେ ସମ୍ଭବ ହୋଇ ପାରିବ ନିଶ୍ଚିତ ସାହାଯ୍ୟ କରିବି ବୋଲି ଦୂତୀ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେଥିବା ଦୂତୀ ଏବେ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ କରୁଛନ୍ତି। ପୂର୍ବରୁ ସେ କେବଳ ଫିଟ୍‌ନେସ୍‌ ଟ୍ରେନିଂ କରୁଥିଲେ। ମାତ୍ର ଲକ୍‌ଡାଉନ୍‌ ନିୟମ ସାମାନ୍ୟ କୋହଳ ହେବାପରେ ତାଙ୍କୁ କଳିଙ୍ଗ ଷ୍ଟାଡିୟମ ଟ୍ରାକ୍‌ରେ ଟ୍ରେନିଂ ପାଇଁ ସୁଯୋଗ ମିଳିଛି। ତେବେ ସେ କେବଳ ରନିଂ ବ୍ୟତୀତ ଅନ୍ୟ ସମସ୍ତ ଟ୍ରେନିଂ କିଟ୍‌ର କ୍ରିକେଟ ଷ୍ଟାଡିୟମରେ କରୁଛନ୍ତି ଏବଂ ସେଠାକାର ଜିମ୍‌ ବ୍ୟବହାର କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ଆଥଲେଟିକ୍‌ ଫେଡେରେଶନ ଅଫ ଇଣ୍ଡିଆ(ଏଏଫଆଇ) ସେପ୍ଟେମ୍ବରରେ ସିଜନ ଆରମ୍ଭ କରିବାକୁ ଚିନ୍ତା କରୁଛି। ପ୍ରତିଯୋଗିତା ହେଲେ ସେ ନିଶ୍ଚିତ ଭାଗ ନେବେ ବୋଲି ଦୂତୀ କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri