ରଥ ନିର୍ମାଣ ଲାଗି ଆସିଲାନି ନିର୍ଦ୍ଦେଶ

ପୁରୀ ଅଫିସ,୬ା୫: ଚଳିତ ବର୍ଷ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ତିନିରଥ ଗଡ଼ିବା ନେଇ ସଂଶୟ ଦେଖାଦେଇଛି। ମଙ୍ଗଳବାର ଦିନତମାମ୍‌ର ଘଟଣା ଚିତ୍ର ସମସ୍ତଙ୍କ ମନରେ ଏଭଳି ଭାବିବାକୁ ସୁଯୋଗ ସୃଷ୍ଟି କରିଛି। ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ମଙ୍ଗଳବାର ସକାଳୁ ମହାରଣା ସେବକମାନେ ରଥଖଳାରେ ପହଞ୍ଚତ୍ଥିଲେ। ରଥ ନିର୍ମାଣ ଲାଗି ଆବଶ୍ୟକ ସରଞ୍ଜାମ ସହ ସେମାନେ ପ୍ରସ୍ତୁତ ମଧ୍ୟ ରହିଥିଲେ। କେବଳ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ। ସନ୍ଧ୍ୟା ହେଲା ସିନା ହେଲେ ରଥ ନିର୍ମାଣ ନେଇ କୌଣସି ନିର୍ଦ୍ଦେଶ ଆସିଲାନି। ଶେଷରେ ରଥଖଳାରୁ ଫେରିଗଲେ ମହାରଣା ସେବକ ଓ ଭୋଇ ସେବକ। ଶ୍ରୀମନ୍ଦିରର ପ୍ରଶାସନର ଏଭଳି ବିଳମ୍ବିତ ନିଷ୍ପତ୍ତି ରଥଯାତ୍ରା ବନ୍ଦ ସମ୍ଭାବନାକୁ ବଢ଼ାଇ ଦେଇଛି ବୋଲି ଭକ୍ତଙ୍କ ମହଲରେ ଚର୍ଚ୍ଚା ହେଉଛି।
ରଥ ନିର୍ମାଣ ସଂକ୍ରାନ୍ତରେ ଆଲୋଚନା ଲାଗି ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ଏଥିରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌କୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଥିଲା। ଶେଷରେ ରଥ ନିର୍ମାଣ ଆରମ୍ଭ କରିବା ନେଇ ସମସ୍ତେ ସହମତି ହେବା ପରେ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। ଅନ୍ୟପକ୍ଷରେ ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ ତିନି ରଥର ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର, କୃଷ୍ଣଚନ୍ଦ୍ର ମହାରଣା, ନରସିଂହ ମହାପାତ୍ର ଏବଂ ଭୋଇ ସର୍ଦ୍ଦାର ରବି ଭୋଇଙ୍କୁ ଡାକି ଆଲୋଚନା କରିଥିଲା। ରଥ ନିର୍ମାଣ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା। ସରକାରଙ୍କଠାରୁ ଅନୁମତି ମିଳିବା ମାତ୍ରେ କାମ ଆରମ୍ଭ ହେବ ବୋଲି ସେମାନଙ୍କୁ କୁହାଯାଇଥିଲା। ତେଣୁ ମଙ୍ଗଳବାର ସକାଳୁ ମୁହଁରେ ମାସ୍କ ବାନ୍ଧି ଆବଶ୍ୟକ ସରଞ୍ଜାମ ସହ ରଥଖଳାରେ ପହଞ୍ଚତ୍ଥିଲେ ମହାରଣା ସେବକ। ରଥଖଳାରେ ଅପେକ୍ଷା କରିଥିଲେ ପ୍ରଶାସନର ନିର୍ଦ୍ଦେଶକୁ। ମଝିରେ ମଝିରେ ମୁଖ୍ୟ ମହାରଣାମାନେ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଯାଉଥିଲେ। କିନ୍ତୁ କୌଣସି ନିର୍ଦ୍ଦେଶ ଆସିଲା ନାହିଁ। ଶେଷରେ ସନ୍ଧ୍ୟାରେ ମୁଖ୍ୟ ମହାରଣା ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଯାଇ ନୀତି ପ୍ରଶାସକଙ୍କୁ ସାକ୍ଷାତ କରିଥିଲେ। ମାତ୍ର କୌଣସି ଅନୁମତି ଆସି ନ ଥିବା ଶୁଣି ମହାରଣା ସେବକମାନେ ନିଜ ନିଜ ଘରକୁ ଫେରିଯାଇଥିଲେ।
ଏ ସମ୍ପର୍କରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ରଥ ନିର୍ମାଣ କରିବା ପାଇଁ ଆସିଥିଲୁ। ରାଜ୍ୟ ସରକାରଙ୍କଠାରୁ ଅନୁମତି ମିଳିବା ପରେ ମନ୍ଦିର ପ୍ରଶାସନ ନିର୍ଦ୍ଦେଶ ପାଇ କାମ ଆରମ୍ଭ କରିଥାନ୍ତୁ। ରଥଖଳାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ମହାରଣା ସେବକ ଅପେକ୍ଷା କରି ରହିଲେ। ହେଲେ କୌଣସି ନିର୍ଦ୍ଦେଶ ଆସିଲା ନାହିଁ ବୋଲି ମହାପାତ୍ର କହିଛନ୍ତି। ବୁଧବାର ରଥ ଖଳାକୁ ଆସିବେ କି ପ୍ରଶ୍ନରେ ସେ କହିଥିଲେ, ମଙ୍ଗଳବାର ଦିନତମାମ୍‌ ବସି ବସି ଫେରିଲୁ, ପୁଣି ଯିବୁ କେମିତି ବୋଲି ପାଲଟା ପ୍ରଶ୍ନ କରିଥିଲେ? ଅନ୍ୟପକ୍ଷରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଅନୁମତି ମିଳିଲେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି। ଜୁନ୍‌ ୨୩ରେ ରଥଯାତ୍ରା । ଏଥିଲାଗି ଗତମାସ ୨୬ ତାରିଖ ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ପରିସରରେ ରଥ ନିର୍ମାଣ ଅନୁକୂଳ ହୋଇଥିଲା। ହେଲେ ଲକ୍‌ଡାଉନ କଟକଣା ଯୋଗୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଇତିମଧ୍ୟରେ ୯ଦିନ ଗଡ଼ିଗଲାଣି। ଆଉ ମାତ୍ର ୪୪ଦିନ ଥିବାବେଳେ ଏ ପର୍ଯ୍ୟନ୍ତ ରଥ ନିର୍ମାଣ ଆରମ୍ଭ ହେଲା ନାହିଁ । ତେଣୁ ଏ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବା ନେଇ ସମ୍ଭାବନା ବଢ଼ୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri