ବିବାଦରେ ପୁଲିଜର ପୁରସ୍କାର

ନୂଆଦିଲ୍ଲୀ,୬ା୫(ଆଇଏଏନ୍‌ଏସ୍‌): ଏକ ବିବାଦୀୟ ଘଟଣାକ୍ରମରେ ପୁଲିଜର ପ୍ରାଇଜ ବୋର୍ଡ କଶ୍ମୀର ଉପରେ ଭାରତର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛି। ଏହି ଉପତ୍ୟକାକୁ ସ୍ବାଧୀନତାରୁ ବଞ୍ଚତ୍ତ ଏକ ‘ବିବାଦୀୟ ଭୂଖଣ୍ଡ’ ଭାବେ ଅଭିହିତ କରିଛି।
ସାମ୍ବାଦିକତା, ସାହିତ୍ୟ ଓ କଳା ଭଳି ୨୧ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ପୁଲିଜର ପୁରସ୍କାର ଦିଆଯାଇଥାଏ। ପୁରସ୍କାର ବାବଦକୁ ୧୫,୦୦୦ ଡଲାର ଓ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥାଏ। ଏହି କ୍ରମରେ ଏଥର ଭ୍ରଷ୍ଟାଚାର, ଆଇନ ପ୍ରବର୍ତ୍ତନ ଓ ଆମେରିକାରେ ବୈଷମ୍ୟବାଦ ଭଳି ପ୍ରସଙ୍ଗ ଉଠାଇଥିବା ନ୍ୟୁଜ୍‌ ସଂସ୍ଥାଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଦି ନ୍ୟୁୟର୍କର, ଦି ଓ୍ବାଶିଂଟନ ପୋଷ୍ଟ, ଆସୋସିଏଟେଡ୍‌ ପ୍ରେସ୍‌, ଦି ଲସ୍‌ ଏଞ୍ଜେଲସ ଟାଇମ୍ସ, ଦି ଓ୍ବାଲ୍ଟିମୋର ସନ୍‌ ଏବଂ ଦି ପାଲେଷ୍ଟାଇନ୍‌ ହେରାଲ୍ଡ ପ୍ରେସ୍‌।
ଆମେରିକାଭିତ୍ତିକ ପୁଲିଜର ପ୍ରାଇଜ୍‌ ୨୦୨୦ ପାଇଁ କଶ୍ମୀରର ମୁଖ୍‌ତାର ଖାନ୍‌ ଓ ୟାସିନ ଦାର୍‌ ଏବଂ ଜମ୍ମୁ ନିବାସୀ ଚନ୍ନି ଆନନ୍ଦଙ୍କୁ ଚୟନ କରାଯାଇଛି। ଏହି ୩ ଫଟୋଜର୍ନାଲିଷ୍ଟ ଆସୋସିଏଟେଡ୍‌ ପ୍ରେସ୍‌ (ଏପି)ରେ କାର୍ଯ୍ୟରତ। କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହି ସମୟରେ ଉପତ୍ୟକାରେ କିପରି କଟକଣା ଜାରି କରାଯାଇଥିଲା ଓ କ’ଣ ସବୁ ଘଟିଥିଲା ଏହି ଫଟୋ ଜର୍ନାଲିଷ୍ଟମାନେ ତା’ର ନିଚ୍ଛକ ଛବି କ୍ୟାମେରାରେ କଏଦ୍‌ କରି ବିଶ୍ୱବାସୀଙ୍କ ସାମ୍ନାରେ ରଖିଥିଲେ। ସେହି ଫଟୋଗୁଡ଼ିକ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ପୁଲିଜର ବୋର୍ଡ ଉପରୋକ୍ତ ୩ ଫଟୋଜର୍ନାଲିଷ୍ଟଙ୍କୁ ଏହି ପୁରସ୍କାର ପ୍ରଦାନ ସହ କଶ୍ମୀର ଉପରେ ଭାରତୀୟ ସାର୍ବଭୌମତ୍ୱର ବୈଧତାକୁ ନେଇ ପୁଲିଜର ବୋର୍ଡ ପ୍ରଶ୍ନ ଉଠାଇବା ଫଳରେ ବିବାଦ ସୃଷ୍ଟି ହୋଇଛି। ଏହାସହ ‘ନ୍ୟୁୟର୍କ ଟାଇମ୍ସ’ ପତ୍ରିକାର ନିକୋଲ୍‌ ହନ୍ନାହ-ଜୋନ୍ସଙ୍କୁ ବେଷ୍ଟ କମେଣ୍ଟାରି ଆଓ୍ବାର୍ଡ ପ୍ରଦାନ କରାଯିବା ମଧ୍ୟ ବିବାଦ ଘେରକୁ ଟାଣି ହୋଇଯାଇଛି। ନିକୋଲ୍‌ ନିଜ ମହତ୍ତ୍ୱାକାଂକ୍ଷୀ ପ୍ରବନ୍ଧ ‘ଦି ୧୬୧୯ ପ୍ରୋଜେକ୍ଟ’ରେ ଆଫ୍ରିକୀୟ କୃଷ୍ଣକାୟମାନଙ୍କୁ ଦାସ କରାଯିବାର ୪୦୦ତମ ବାର୍ଷିକୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଆମେରିକା ପ୍ରତି କୃଷ୍ଣକାୟଙ୍କ ଅବଦାନ ଦେଶର ଇତିହାସକୁ ବଦଳାଇ ଦେଇଥିବାବେଳେ ତାକୁ ସ୍ବୀକୃତି ନ ଦେବା ଏକ ଐତିହାସିକ ଭୁଲ୍‌। ଆମେରିକୀୟ ସ୍ବାଧୀନତାର ବିଚାରଧାରା ପାଇଁ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ନିକୋଲ୍‌ କହିଛନ୍ତି। ପୁରସ୍କାର ଘୋଷଣା ପରେ ସେ ଏହାକୁ ନିଜ ଜୀବନର ସର୍ବୋତ୍କୃଷ୍ଟ କୃତି ଭାବେ ଅଭିହିତ କରିଛନ୍ତି। ତେବେ ତାଙ୍କର ଏହି ପ୍ରୋଜେକ୍ଟକୁ କଞ୍ଜରଭେଟିଭ୍‌ଙ୍କ ସମେତ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ପୂର୍ବତନ ସ୍ପିକର ଏହାକୁ ଏକ ପ୍ରୋପାଗାଣ୍ଡା ବୋଲି କହିଛନ୍ତି। ସେହିପରି ଆମେରିକାକୁ ଅବୈଧ ଓ ବିଭାଜନ କରି ନାଗରିକଙ୍କ ମନୋବଳକୁ ଦୁର୍ବଳ କରିବା ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ବୋଲି ଅନ୍ୟ ଜଣେ ସମାଲୋଚକ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri