Posted inଖେଳ

ହସିଙ୍କ ସର୍ବଶ୍ରେଷ୍ଠ ବିରୋଧୀ ଏକାଦଶ: ସଚିନ, କୋହଲି, ସେହ୍ବାଗ ସାମିଲ

ସିଡ୍‌ନୀ, ୨୯।୪(ପି.ଟି.): ଅଷ୍ଟ୍ରେଲୀୟ ପୂର୍ବତନ ବ୍ୟାଟ୍ସମ୍ୟାନ ମାଇକ ହସି ତାଙ୍କର ସର୍ବଶ୍ରେଷ୍ଠ ବିରୋଧୀ ଏକାଦଶ ଘୋଷଣା କରିଛନ୍ତି। ଏଥିରେ ସେ ୩ଜଣ ଭାରତୀୟ ଖେଳାଳିଙ୍କୁ ସାମିଲ କରିଛନ୍ତି। ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ, କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ ଏବେକାର ଅଧିନାୟକ ବିରାଟ କୋହଲିଙ୍କୁ ସେ ତାଙ୍କର ଏହି ଏକାଦଶରେ ସାମିଲ କରିଛନ୍ତି। ୨୦୦୫ରୁ ୨୦୧୩ ହସି ଟେଷ୍ଟ କ୍ରିକେଟରେ ସକ୍ରିୟ ଥିଲେ। ଯେଉଁ କ୍ରିକେଟରମାନଙ୍କ ବିରୋଧରେ ଟେଷ୍ଟ ଖେଳିଛନ୍ତି ସେମାନଙ୍କ ମଧ୍ୟରୁ ଖେଳାଳି ଚୟନ କରି ସେ ଏହି ଦଳ ଘୋଷଣା କରିଛନ୍ତି।
ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ପାଇଁ ସେହ୍ବାଗଙ୍କୁ ଦଳରେ ନେଇଛନ୍ତି ବୋଲି ୪୪ ବର୍ଷୀୟ ହସି କହିଛନ୍ତି। ସେହ୍ବାଗ ଓ ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରେମ୍‌ ସ୍ମିଥ୍‌ଙ୍କୁ ସେ ଓପନର ହିସାବରେ ଏହି ଏକାଦଶରେ ସାମିଲ କରିଛନ୍ତି। ବ୍ୟାଟିଂ ଲାଇନ୍‌ ଅପ୍‌ରେ ସେ ବ୍ରାଏନ ଲାରା, ସଚିନ, କୋହଲି, ଜ୍ୟାକ କାଲିସ୍‌ ଓ କୁମାର ସାଙ୍ଗକାରାଙ୍କୁ ସାମିଲ କରିଛନ୍ତି। ୪ ଓ ୫ ନମ୍ବରେରେ ସଚିନ ଓ କୋହଲିଙ୍କୁ ହସି ବାଛିଛନ୍ତି।
ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେଇନ୍‌, ମର୍ନ ମୋର୍କେଲ, ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଓ ସ୍ପିନ୍‌ କିମ୍ବଦନ୍ତୀ ଶ୍ରୀଲଙ୍କାର ମୁଥିଆ ମୁରଲିଧରନଙ୍କୁ ବୋଲିଂ ବିଭାଗରେ ସେ ସ୍ଥାନ ଦେଇଛନ୍ତି। ତେବେ ସେ ତାଙ୍କର ଚେନ୍ନାଇ ସୁପର କିଙ୍ଗ୍ସ ସାଥି ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କୁ ସ୍ଥାନ ଦେଇ ନାହାନ୍ତି। ଧୋନୀଙ୍କୁ ଏହି ଏକାଦଶରେ ସ୍ଥାନ ଦେବା ନିଷ୍ପତ୍ତି ନିହାତି କଷ୍ଟକର ଥିଲା। ତେବେ ଟେଷ୍ଟ ଫର୍ମାଟରେ ସାଙ୍ଗକାରା ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଥିବାରୁ ଧୋନୀଙ୍କୁ ବାଦ୍‌ ଦେବାକୁ ହେଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ଧୋନୀ, ସାଙ୍ଗକାରା ଓ ଏବି ଡିଭିଲର୍ସଙ୍କ ମଧ୍ୟରୁ ଜଣକୁ ଚୟନ କରିବା କଷ୍ଟକର ଥିଲା। ଧୋନୀ ଓ ଡିଭିଲର୍ସ ଟି୨୦ ଓ ଦିନିକିଆରେ ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। କିନ୍ତୁ ଟେଷ୍ଟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସାଙ୍ଗକାରା ଅଧିକ ସଫଳତା ହାସଲ କରିଛନ୍ତି। ନେଟ୍ସରେ ସାଥୀ ଅଷ୍ଟ୍ରେଲିଆ ବୋଲର ଗ୍ଲେନ ମ୍ୟାକଗ୍ରାଥ, ଶେନ ଓ୍ବର୍ନ ଓ ବ୍ରେଟ ଲିଙ୍କୁ ସମ୍ମୁଖୀନ ହେବା କଷ୍ଟକର ଥିଲା ବୋଲି ହସି କହିଛନ୍ତି।
ହସିଙ୍କ ସର୍ବଶ୍ରେଷ୍ଠ ବିରୋଧୀ ଏକାଦଶ:
ବୀରେନ୍ଦ୍ର ସେହ୍ବାଗ, ଗ୍ରେମ୍‌ ସ୍ମିଥ୍‌, ବ୍ରାଏନ ଲାରା, ସଚିନ ତେନ୍ଦୁଲକର, ବିରାଟ କୋହଲି, ଜ୍ୟାକ କାଲିସ୍‌, କୁମାର ସାଙ୍ଗକାରା, ଡେଲ୍‌ ଷ୍ଟେଇନ୍‌, ମର୍ନ ମୋର୍କେଲ, ଜେମ୍ସ ଆଣ୍ଡରସନ ଓ ମୁଥିଆ ମୁରଲିଧରନ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri