Posted inଖେଳ

ଇଣ୍ଡିଆ ଓପନ୍‌ ଆୟୋଜନ କରିବାକୁ ବିଏଆଇ ପ୍ରସ୍ତୁତ

ନୂଆଦିଲ୍ଲୀ,୨୮।୪ (ପି.ଟି.): ଆସନ୍ତା ଡିସେମ୍ବର- ଜାନୁୟାରୀରେ ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଟୁର୍ନାମେଣ୍ଟ ଇଣ୍ଡିଆ ଓପନ ଆୟୋଜନ କରିବାକୁ ପ୍ରସ୍ତୁତ ବୋଲି ବ୍ୟାଡମିଣ୍ଟନ ଆସୋସିଏଶନ ଅଫ ଇଣ୍ଡିଆ (ବିଏଆଇ) କହିଛି। ତେବେ କୋଭିଡ-୧୯ ମହାମାରୀ ନିୟନ୍ତ୍ରଣକୁ ଆସିବା ନିହାତି ଆବଶ୍ୟକ ଓ ସରକାର ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଅନୁମତି ଦେବା ଆବଶ୍ୟକ ବୋଲି ବିଏଆଇ ତରଫରୁ କୁହାଯାଇଛି। ଇଣ୍ଡିଆ ଓପନ ମଧ୍ୟ ଅଲିମ୍ପିକ କ୍ୱାଲିଫାୟର ରୂପେ ବିବେଚିତ ହେଉଛି।

ଗତ ସପ୍ତାହରେ ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ବିଏଆଇକୁ ଏ ନେଇ ଏକ ଚିଠି ଲେଖିଥିଲା। କରୋନା ଭାଇରସ କାରଣରୁ ଗତମାସ ବାତିଲ ହୋଇଥିବା ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର ୫୦୦ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିଏଆଇକୁ ନିର୍ଦ୍ଧାରିତ ସମୟ ବା ସ୍ଲଟ୍‌ ସ୍ଥିର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜବାବରେ ବିଏଆଇ ଦୁଇଟି ସ୍ଲଟ୍‌ ସମ୍ପର୍କରେ ଅବଗତ କରାଇଥିଲା। ଡିସେମ୍ବର କିମ୍ବା ଜାନୁୟାରୀରେ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିଏଆଇ ବିଡବ୍ଲ୍ୟୁଏଫ୍‌କୁ ଜଣାଇଥିଲା। ତେବେ ଏଥିପାଇଁ ସରକାରଙ୍କ ଅନୁମୋଦନ ଆବଶ୍ୟକ ବୋଲି ବିଏଆଇ ସାଧାରଣ ସମ୍ପାଦକ ଅଜୟ କୁମାର ସିଙ୍ଗାଣିଆ କହିଛନ୍ତି।

ଡିସେମ୍ବର କିମ୍ବା ଜାନୁୟାରୀ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଆମେ ପ୍ରସ୍ତୁତ ବୋଲି ଜଣାଇଛୁ। ତେବେ ବିଶ୍ୱରେ ଦେଖାଦେଇଥିବା ସ୍ବାସ୍ଥ୍ୟଗତ ସମସ୍ୟା ଓ ସରକାରଙ୍କ ଅନୁମୋଦନ ଉପରେ ସବୁ କିଛି ନିର୍ଭର କରେ ବୋଲି ସିଙ୍ଗାଣିଆ ସ୍ପଷ୍ଟ କରିଛନ୍ତି। ଗତ ସପ୍ତାହରେ ଆମେ ବିଡବ୍ଲ୍ୟୁଏଫ୍‌ଠାରୁ ମେଲ୍‌ ପାଇଥିଲୁ। ସେପ୍ଟେମ୍ବରରେ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଆମକୁ କୁହାଯାଇଥିଲା। ତେବେ ଡିସେମ୍ବରକୁ ପ୍ରଥମ ବିକଳ୍ପ ଓ ଜାନୁୟାରୀକୁ ଦ୍ୱିତୀୟ ବିକଳ୍ପ ଭାବେ ବିଚାର କରୁଥିବା କଥା ଆମେ ବିଡବ୍ଲ୍ୟୁଏଫ୍‌କୁ ଜଣାଇଛୁ। ଏହା ଏବେ ବିଭିନ୍ନ ସ୍ଥିତି ଉପରେ ନିର୍ଭର କରୁଛି। ଅନ୍ତର୍ଜାତୀୟ ଯାତ୍ରାକୁ ଏବେ ବାସନ୍ଦ କରାଯାଇଛି। ଇଣ୍ଡିଆ ଓପନ ନୂଆ ଦିଲ୍ଲୀରେ ମାର୍ଚ୍ଚ ୨୪ରୁ ୨୯ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା।

ଏପ୍ରିଲ ୨୮ ଅଲିମ୍ପିକ୍‌ କ୍ୱାଲିଫିକେଶନ ଡେଡ୍‌ ଲାଇନ୍‌ ମଧ୍ୟରେ ସାମିଲଥିବା ଓ ବାତିଲ ହୋଇଥିବା ଟୁର୍ନାମେଣ୍ଟଗୁଡିକ ହେଲା ସୁଇସ୍‌ ଓପନ ସୁପର ୩୦୦ (ମାର୍ଚ୍ଚ ୧୭-୨୨), ମାଲେସିଆ ଓପନ ସୁପର ୭୫୦ (ମାର୍ଚ୍ଚ ୩୧- ଏପ୍ରିଲ ୫), ସିଙ୍ଗାପୁର ଓପନ ସୁପର ୫୦୦ (ମାର୍ଚ୍ଚ ୭- ୧୨) ଓ ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ (ଏପ୍ରିଲ ୨୧-୨୬)। ସେହିପରି ଇଣ୍ଡୋନେସିଆ ଓପନ ସୁପର ୧୦୦୦ ଓ ବିଭିନ୍ନ ଜୁନିୟର ଓ ପାରାବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ମଧ୍ୟ କରୋନା ଭାଇରସ କାରଣରୁ ପ୍ରଭାବିତ ହୋଇଛି। ଟୋକିଓ ଅଲିମ୍ପିକ୍ସ ଘୁଞ୍ଚାଇ ଦିଆଯାଇଥିବାରୁ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ର଼୍ୟାଙ୍ଗିଙ୍ଗ୍‌କୁ ମଧ୍ୟ ବାତିଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

୨୦୨୬ରେ ୩ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିବେ ବିରାଟ! ନ୍ୟୁଜିଲାଣ୍ଡ ସିରିଜର ପ୍ରଥମ ମ୍ୟାଚରୁ ହେବ ଆରମ୍ଭ!

ନୂଆଦିଲ୍ଲୀ,୨।୧: ୨୦୨୫ ମସିହାରେ ବିରାଟ କୋହଲିଙ୍କ ପାଇଁ ବହୁତ କିଛି ଘଟିଥିଲା। ସେ ଏପରି କିଛି ସଫଳତା ହାସଲ କରିଥିଲେ ଯାହା ସେ ଏପର୍ଯ୍ୟନ୍ତ ପାଇ...

ନିଜ IPL ଟିମ୍‌ KKRରୁ କେତେ ରୋଜଗାର କରନ୍ତି କିଙ୍ଗ୍‌ ଖାନ? ଜାଣିଲେ…

ନୂଆଦିଲ୍ଲୀ,୨।୧: ବଲିଉଡର କିଙ୍ଗ ଖାନ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ସେ ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମୋହିତ କରନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ଶାହରୁଖ ଖାନଙ୍କ...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri