Posted inଖେଳ

ହିମାଙ୍କ ପାଇଁ ଜୋତା ତିଆରି କରୁଛି ଆଡିଡାସ୍‌

ନୂଆଦିଲ୍ଲୀ, ୨୮ା୪ (ପି.ଟି.)-ଭାରତର ଟପ୍‌ କ୍ୱାର୍ଟରମାଇଲର ହୀମା ଦାସଙ୍କ ପାଇଁ ଜୋତା ତିଆରି କରୁଛି ପ୍ରମୁଖ କ୍ରୀଡ଼ା ପୋଷାକ ପ୍ରସ୍ତୁତକାରୀ କମ୍ପାନୀ ଆଡିଡାସ୍‌। ଏଥିରେ ହିମାଙ୍କ ନାମ ପ୍ରିଣ୍ଟ୍‌ ରହିଛି। ଏକଦା ଦେଶର ଏହି ଷ୍ଟାର ଧାବିକା ବିଶ୍ୱ ପ୍ରସିଦ୍ଧ କମ୍ପାନୀ ନିକଟରେ ଜୋତା ତିଆରିର ମାନ ନେଇ ପ୍ରଶ୍ନ ଉଠାଇଥିଲେ। ହିମା ବର୍ତ୍ତମାନ ପଟିଆଲାସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ଏନ୍‌ଆଇଏସ୍‌)ରେ ଅଛନ୍ତି। ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ସହିତ ଇନଷ୍ଟାଗ୍ରାମ୍‌ରେ ଚାଟିଂ ବେଳେ ଘଟଣାର ପରଦା ଉଠାଇଛନ୍ତି। ହିମା କହିଛନ୍ତି, ଦିନ ଥିଲା ମୁଁ ପ୍ରଥମେ ଖାଲିପାଦରେ ଦୌଡ଼ୁଥିଲି। ମୋ ବାପା ଜଣେ କୃଷକ। ମୁଁ ପ୍ରଥମେ ଯେତେବେଳେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଲି ବାପା ପ୍ରଥମେ ମୋ ପାଇଁ ହଳେ ରନିଂ ଜୋତା କିଣି ଆଣିଥିଲେ। ଏହା ସ୍ପାଇକ୍‌ଯୁକ୍ତ ଥିଲା। କିନ୍ତୁ ଏହା ଅତି ସାଧାରଣ ଜଣା ପଡ଼ୁଥିଲା। ହାତରେ ଏହି ଜୋତା ସହ ଏକ ଫଟୋ ଉଠାଇ ‘ଆଡିଡାସ’ ନିକଟକୁ ଏକ ଚିଠି ଲେଖିଲି। ଏହି ଜୋତା ପିନ୍ଧି ଦୌଡ଼ିଲେ ଫଳାଫଳ କ’ଣ ହେବ ବୋଧହୁଏ ତୁମକୁ ଜଣା ନାହିଁ ବୋଲି ହିମା ଉଲ୍ଲେଖ କରିଥିଲେ। ଆଡିଡାସ ବର୍ତ୍ତମାନ ମୋ ନାମରେ ଜୋତା ତିଆରି କରୁଛି ବୋଲି ଭାରତୀୟ ଆଥଲେଟ କହିଛନ୍ତି। ୨୦ ବର୍ଷୀୟା ହିମା ୨୦୧୮ରେ ଫିନ୍‌ଲାଣ୍ଡରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ୪୦୦ମିଟର ରେସ୍‌ରେ ସ୍ବର୍ଣ୍ଣ ଜିତିଥିଲେ। ଏହି ସଫଳତା ପାଇ ଜର୍ମାନୀର ଆଡିଡାସ କମ୍ପାନୀ ତାଙ୍କୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର କରିବା ସହ ତାଙ୍କ ପାଇଁ ଜୋତା ତିଆରି କରିଥିଲା। ଜୋତାର ଗୋଟିଏ ପାର୍ଶ୍ୱରେ ହିମାଙ୍କ ନାମ ଏବଂ ଅନ୍ୟପଟେ ‘କ୍ରିଏଟ୍‌ ହିଷ୍ଟ୍ରି’ ବୋଲି ପ୍ରିଣ୍ଟ ରହିଛି। ଇଣ୍ଡୋନେସିଆରେ ୨୦୧୮ରେ ଅନୁଷ୍ଠିତ ଏସିଆନ ଗେମ୍ସରେ ବ୍ୟକ୍ତିଗତ ୪୦୦ ମିଟରରେ ରୌପ୍ୟ ଏବଂ ମହିଳା ୪୦୦ ମିଟର ଏବଂ ମିକ୍ସଡ ୪୦୦ମିଟର ରେସ୍‌ରେ ସ୍ବର୍ଣ୍ଣ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri