ପୋଲିସ ଡିଜିଙ୍କ ସହ ଆଇଏମ୍‌ଏ ପ୍ରତିନିଧିଙ୍କ ଆଲୋଚନା: ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଗୁରୁତ୍ୱ

କଟକ ଅଫିସ୍‌,୨୬।୪: କରୋନା ଭୂତାଣୁକୁ ମୁକାବିଲା କରିବାରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ପ୍ରମୁଖ ଭୂମିକା ନେଉଛନ୍ତି। ହେଲେ ରାଜ୍ୟର ଅନେକ ସ୍ଥାନରେ ସେମାନେ ଅସଦାଚରଣ ଏବଂ ଆକ୍ରମଣର ଶିକାର ହେଉଛନ୍ତି। ଏନେଇ ଭାରତୀୟ ମେଡିକାଲ୍‌ ସଂଘ(ଆଇଏମ୍‌ଏ)ପ୍ରତିନିଧିମାନେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ସହ ଶନିବାର ସାକ୍ଷାତ୍‌ ଆଲୋଚନା କରିଛନ୍ତି। ଆକ୍ରମଣ ରୋକିବା ଦିଗରେ କଡା ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି।

ସଂଘ ଓଡ଼ିଶା ଶାଖା ପୂର୍ବତନ ସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବର୍ତ୍ତମାନ ସଭାପତି ଡା. ନିବେଦିତା ପାଣି, ସମ୍ପାଦକ ଡା. ବ୍ରଜକିଶୋର ଦାଶ ଏବଂ ଅନ୍ୟ ସଦସ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ। ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟସେବା ଅଧିକାରୀ ଓ କର୍ମୀମାନଙ୍କ ସୁରକ୍ଷା ଏବଂ ତାଙ୍କ ବିରୋଧରେ ହେଉଥିବା ଅପରାଧ ନିରାକରଣ ନେଇ ଆଲୋଚନା ହୋଇଥିଲା। କରୋନା ପରିସ୍ଥିତି ସମୟରେ ସେମାନଙ୍କ ସୁରକ୍ଷା ଓଡ଼ିଶା ପୋଲିସର ପ୍ରତିବଦ୍ଧତା ବୋଲି ଡିଜିପି ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ଆଇଏମ୍‌ଏ ତରଫରୁ ପୋଲିସର କଠିନ ପରିଶ୍ରମକୁ ପ୍ରଶଂସା କରାଯାଇଥିଲା। ଏଥି ସହ ଜିଲାସ୍ତରରେ ଜିଲା ପୋଲିସ ଏବଂ ଆଇଏମ୍‌ଏର ଜିଲା ଶାଖା ପଦାଧିକାରୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା ନିମନ୍ତେ ମଧ୍ୟ ଅନୁରୋଧ କରାଯାଇଥିଲା। ଶେଷରେ ପ୍ରଚଳିତ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାକୁ ପରବର୍ତ୍ତୀ ସମୟରେ ଜାରି ରଖିବାକୁ ଆଇଏମ୍‌ଏର ପଦାଧିକାରୀମାନେ ନିବେଦନ କରିଥିଲେ। ଆଲୋଚନା ବେଳେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ୍‌ ଶୃଙ୍ଖଳା) ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ବ୍ରହ୍ମପୁର , ୨୩।୧୨( ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ ବନ୍ଧ ସାହିରେ ସୋମବାର ରାତିରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି ।...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

ଗଛକାଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌, ଘନ କୁହୁଡି ଯୋଗୁ…

ଆସିକା,୨୩।୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ପାକଲା ପଲି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌। ଫଳରେ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri