ଲକ୍‌ଡାଉନ ଯୋଗୁ ହନ୍ତସନ୍ତ ଶତାୟୁ, ପରିବାର ସଦସ୍ୟଙ୍କୁ ସହାୟତା ମିଳୁନି

ନୂଆପଡ଼ା ଅଫିସ,୨୨ା୪-ଘରେ ପଡି ରହିଛନ୍ତି ଶହେ ବର୍ଷ ବୟସର ଆଈ ବିଶାହୀନ ା ୭୫ ବର୍ଷ ବୟସର ବାପା ରେଶମଲାଲ ା ଏମାନଙ୍କ ସହିତ ସ୍ତ୍ରୀ ପୁନେଇ(୪୫), ଦୁଇ ପୁଅ ତୁଲେଶ(୧୫) ଓ ହୁତେଶ(୧୩) ା ଲକ୍‌ଡାଉନ ଯୋଗୁ ପଦାକୁ ଗୋଡ଼ କାଢ଼ିବାକୁ ଭୟ ା ଏପରି ପରିସ୍ଥିତିରେ ଏହି ୬ ପ୍ରାଣୀଙ୍କ ମୁହଁକୁ ଖାଦ୍ୟ ମୁଠାଏ ଦାନା ଦେବାରେ ଅସମର୍ଥ ହୋଇପଡିଛନ୍ତି ଯୁଧିଷ୍ଠିର ପଟେଲ(୫୦) ା ଆଜିକୁ ଲକ୍‌ ଡାଉନ ୨୭ଦିନ ବିତିଛି ା ଯାହା ଘରେ ପନିପରିବା, ଚାଉଳ, ଚୂଡ଼ା ମୁଢ଼ି ଥିଲା ତାହା ସରିଛି ା କିଛି କିଣି ଆଣିବାକୁ ଟଙ୍କା ବି ନାହିଁ ା ଏହି ଦୁଃଖ ସମୟରେ ସାହି ପଡ଼ିଶା ବି କିଛି କରିପାରିବେ ନାହିଁ ବୋଲି କହି ହାତ ଟେକି ଦେଇଛନ୍ତି ା କେବଳ ଭାଗ୍ୟ ଭଗବାନଙ୍କୁ ଆଶ୍ରା କରି ଯୁଧିଷ୍ଠିର ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ା
ସଦର ବ୍ଲକ ଟାନ୍‌ୱାଟ ପଞ୍ଚାୟତ ଅଧୀନ ଖୋକସା ଛକ ନିକଟରେ ୟୁଧିଷ୍ଠିରଙ୍କ ଘର ା ତାଙ୍କ ପରିବାରର ଜମିବାଡି କିଛି ନ ଥିଲା ା ସରକାରୀ ଜମିରେ ଚାଳିଆ ଖଣ୍ଡେ କରି ମୁଣ୍ଡ ଗୁଞ୍ଜିଛନ୍ତି ତାଙ୍କ ପରିବାର ା ଲକ୍‌ଡାଉନ ଯୋଗୁ ମୂଲମଜୁରି ସବୁ ବନ୍ଦ ହୋଇଯାଇଛି ା କାହାଠାରୁ ସହାୟତା ବି ମିଳୁନି ା କିପରି ନିଜ ପରିବାର ସଦସ୍ୟଙ୍କ ମୁହଁରେ ମୁଠାଏ ଆହାର ଦେବେ ସେହି ଚିନ୍ତାରେ ସେ ଭାଙ୍ଗିପଡିଛନ୍ତି ା ପରିସ୍ଥିତି ଏପରି ହୋଇଛି ଯେ, ଯୁଧିଷ୍ଠିରଙ୍କ ଆଈ ଶଯ୍ୟାଶାୟୀ ଥିଲେ ମଧ୍ୟ ତାଙ୍କୁ ଏଯାବତ କୌଣସି ରନ୍ଧାଖାଦ୍ୟ ମିଳୁନାହିଁ ା ବୃଦ୍ଧ ରେଶମଲାଲଙ୍କୁ ମଧ୍ୟ ଭତ୍ତା ମିଳୁ ନ ଥିବା ସେ କହିଛନ୍ତି ା ସରକାରୀ ସହାୟତା ପାଇଁ ବାରମ୍ବାର ପଞ୍ଚାୟତକୁ ଦୌଡିଥିଲେ ମଧ୍ୟ ସୁଫଳ ନ ପାଇ ଭଙ୍ଗା ଛପର ଘରେ ତାଙ୍କ ପରିବାର କାଳ କାଟୁଛନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି ା ଏ ସଂକ୍ରାନ୍ତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟପ୍ରକାଶ ମାଝିଙ୍କୁ ପଚାରିବାରୁ ସେ ଏ ସଂକ୍ରାନ୍ତରେ ଅବଗତ ନ ଥିବା କହିଛନ୍ତି ା ତୁରନ୍ତ ସେହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri