ପାଚେରି ଭୁଶୁଡ଼ି ୪ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା: ଉଚ୍ଛେଦ ହେବ ବିପଦସଙ୍କୁଳ ଘର

ଢେଙ୍କାନାଳ ଅଫିସ, ୧୨ା୬- ଅଳସୁଆ ହାଟ ନିକଟରେ ଥିବା ପରିତ୍ୟକ୍ତ ରାଇସ୍‌ ମିଲ ପାଚେରି ଭୁଶୁଡ଼ି ୪ଜଣ ବ୍ୟବସାୟୀଙ୍କ ମୃତ୍ୟୁ ଘଟିବା ପରେ ତତ୍ପର ହୋଇଉଠିଛି ଢେଙ୍କାନାଳ ଜିଲା ପ୍ରଶାସନ। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏ ନେଇ ମଙ୍ଗଳବାର ଗଣମାଧ୍ୟମକୁ ସବିଶେଷ ସୂଚନା ଦେଇଛନ୍ତି ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ।
ସହରରେ ବିପଦସଙ୍କୁଳ ଅବସ୍ଥାରେ ଥିବା ସମସ୍ତ ବ୍ୟକ୍ତିଗତ ଘର, କୋଠା, ଅଟ୍ଟାଳିକା, ସରକାରୀ କାର୍ଯ୍ୟାଳୟକୁ ସିଆରପିସିର ୧୩୩ ଧାରା ଅନୁଯାୟୀ ଭଙ୍ଗାଯିବ। ଆବଶ୍ୟକ ପଡ଼ିଲେ ଉଚ୍ଛେଦ ମଧ୍ୟ କରାଯିବ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ କମିଟି ଗଠନ କରାଯିବ। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ, ଜଣେ କନିଷ୍ଠଯନ୍ତ୍ରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉକ୍ତ କମିଟିରେ ରହିବେ। କନିଷ୍ଠଯନ୍ତ୍ରୀ ସରଜମିନ ତଦନ୍ତ କରି ରିପୋର୍ଟ ଦେବେ। ଏହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଜିଲାପାଳ ଆହୁରି ମଧ୍ୟ କହିଛନ୍ତି, ଟାଉନପ୍ଲାନିଂ ନିୟମ ଅନୁଯାୟୀ ହାଟରୋଡ ନିକଟରେ ବନ୍ଦ ହୋଇପଡ଼ିଥିବା ରାଇସ୍‌ମିଲ ଉକ୍ତ ଅଞ୍ଚଳରେ ହେବା କଥା ନୁହେଁ। ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ୧୩୩ ସିଆରପିସି ଧାରା ମଧ୍ୟରେ ଆସିଲେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରିତ୍ୟକ୍ତ ରାଇସ୍‌ ମିଲ ମାଲିକଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ। ତଥାପି ଆବଶ୍ୟକ ଅନୁସନ୍ଧାନ କରାଯାଉଛି। ୧୩୩ ସିଆର୍‌ପିସି ଧାରା ଲଗାଇବା ପରେ ଆଉ ନୋଟିସ୍‌ କରିବାର କୌଣସି ଆବଶ୍ୟକତା ନାହିଁ। ଆଗାମୀ ଦିନରେ ଅଳସୁଆ ହାଟର ଉନ୍ନତୀକରଣ କରାଯିବ। ବ୍ୟବସାୟୀଙ୍କ ସୁବିଧା ପାଇଁ ଅଧିକ ପିଣ୍ଡି, ଭେଣ୍ଡିଂ ଜୋନ୍‌ ନିର୍ମାଣ ହେବ। ମୃତ ବ୍ୟବସାୟୀଙ୍କ ପରିବାର ସଦସ୍ୟ ଚାହିଁଲେ ସେମାନଙ୍କୁ ଭେଣ୍ଡିଂ ଜୋନ୍‌ ଘର ଦିଆଯିବ। କଟକରେ ଚିକିତ୍ସିତ ହେଉଥିବା ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଦୃଷ୍ଟି ରଖାଯାଇଥିବା


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri