Posted inଖେଳ

ଅନ୍‌ଲାଇନ୍‌ ଚେସ୍‌ରୁ ସାଢ଼େ ୪ ଲକ୍ଷ ଟଙ୍କା ସଂଗ୍ରହ

ଚେନ୍ନାଇ,୧୨।୪(ପି.ଟି.)-ପୂର୍ବତନ ବିଶ୍ୱଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ନେଇ ଆୟୋଜିତ ହୋଇଥିବା ଅନ୍‌ଲାଇନ୍‌ ଚେସ୍‌ ପ୍ରଦର୍ଶନୀରୁ ୪.୫ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି। କୋଭିଡ୍‌-୧୯ ମୁକାବିଲା ପାଇଁ ଏହି ଅର୍ଥ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପଣ୍ଡକୁ ପ୍ରଦାନ କରାଯିବ। ଆନନ୍ଦଙ୍କ ସମେତ ଏହି ଟୁର୍ନାମେଣ୍ଟରେ ଭାରତର ୬ ଜଣ ଶ୍ରେଷ୍ଠ ତଥା ତାରକା ଖେଳାଳି ଅଂଶଗ୍ରହଣ କରିଥିଲେ।
୧ ନମ୍ବର ଖେଳାଳି ଆନନ୍ଦ, ୨ ନମ୍ବର ଭିଦିସ ଗୁଜରାଠୀ, ପି. ହାରିକ୍ରିଷ୍ଣା ଓ ବି. ଅଧିବନଙ୍କ ସମେତ ଦୁଇ ଶ୍ରେଷ୍ଠ ମହିଳା ଖେଳାଳି କୋନେରୁ ହ ମ୍ପି ଓ ଡି. ହାରିକା ମଧ୍ୟ ଏହି ଚେସ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ରବିବାର ଚେସ୍‌. କମ୍‌ ଏହାର ଆୟୋଜନ କରିଥିଲା। ଏହି ଇଭେଣ୍ଟରୁ ସାଢ଼େ ୪ ଲକ୍ଷ ଟଙ୍କା ଅର୍ଥ ଉପାର୍ଜନ ହୋଇଛି ବୋଲି ଇଣ୍ଟରନ୍ୟାଶନାଲ ମାଷ୍ଟର ତଥା ଚେସ୍‌. କମ୍‌- ଇଣ୍ଡିଆର ନିର୍ଦ୍ଦେଶକ ରାକେଶ କୁଲକର୍ନୀ କହିଛନ୍ତି। କୋଭିଡ୍‌-୧୯ ଯୋଗୁ ଟ୍ରାଭେଲ ରେଷ୍ଟ୍ରିକ୍ସନ କାରଣରୁ ଜର୍ମାନୀରେ ଫସି ରହିଥିବା ଆନନ୍ଦ ଏହି ଇଭେଣ୍ଟ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ ବୋଲି ସେ କହିଛନ୍ତି। ଅନ୍‌ ଲାଇନ୍‌ରେ ଏଭଳି ଇଭେଣ୍ଟ ଆୟୋଜନ କରିବା ନିଶ୍ଚିତ ଭାବେ କଷ୍ଟକର ଥିଲା। ତେବେ ପ୍ରଶଂସକ ସହ ବାର୍ତ୍ତାଳପ କରି ଡୋନେଶନ ସଂଗ୍ରହ କରାଯାଇଥିଏଲା ବୋଲି ହରିକା କହିଛନ୍ତି। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ହେଲେ ଖେଳାଳିମାନଙ୍କୁ ଏକ ଚେସ୍‌ ଡଟ୍‌ କମ୍‌ ବ୍ଲିଜ୍‌ କିମ୍ବା ଏଲୋ ୨୦୦୦ର ଫିଡେ ଷ୍ଟାଣ୍ଡାର୍ଡ ରେଟିଂ ହାସଲ କରିଥିବା ଆବଶ୍ୟକ। ଏଥିସହିତ ରେଜିଷ୍ଟ୍ରେଶନ ପ୍ରକ୍ରିୟାରେ ଡୋନେଶନ ମଧ୍ୟ ଦେବାକୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri