କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଥିଲା। ତେବେ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା ଭିଜିଲାନ୍ସ ନଜରକୁ ଆସିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ଭବାନୀପାଟଣା ଭିଜିଲାନ୍ସ ବିଭାଗ ତରଫରୁ ତଦନ୍ତ କରାଯାଇ ଭିଜିଲାନ୍ସ ଏସ୍‌ପିଙ୍କ ନିକଟକୁ ପଠାଯାଇଥିଲା। ଏସ୍‌ପି ଭିଜିଲାନ୍ସ ମଧ୍ୟ ରିପୋର୍ଟ ପାଇବା ପରେ ରାଜ୍ୟ ଭିଜିଲାନ୍ସ ଅଫିସକୁ ପଠାଇଥିବା ପ୍ରକାଶ। ତେବେ ସରକାରୀ ସ୍ତରରେ ଫାଇଲକୁ ଅଟକାଇ ରଖାଯାଇଥିବା କୁହାଯାଉଛି। ଜୁନାଗଡ଼ ବ୍ଲକର ସତ୍ୟ ନାରାୟଣ ବେହେରା ଦୁର୍ନୀତିର ନିରପେକ୍ଷ ତଦନ୍ତ ପାଇଁ ଚେଷ୍ଟା କରି ବିଫଳ ହେବାପରେ ଉଚ୍ଚ ନ୍ୟାୟାଳୟରେ ଗତ ଜାନୁଆରୀ ୭ରେ ଏକ ପିଆଇଏଲ୍‌ କରିଥିଲେ। ଷ୍ଟେଟ ଅଫ ଓଡ଼ିଶା ସମେତ ନିର୍ଦ୍ଦେଶକ ଭିଜିଲାନ୍ସ, ଏସ୍‌ପି କୋରାପୁଟ ଭିଜିଲାନ୍ସଙ୍କୁ ପକ୍ଷ କରିଥିଲେ। ତଥାପି ଫାଇଲକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଏ ସଂକ୍ରାନ୍ତରେ କୋରାପୁଟ ଭିଜିଲାନ୍ସ ଏସ୍‌ପି ରବୀନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ଜୁନାଗଡ଼ ବିଡ଼ିଓଙ୍କ ବିରୋଧରେ ଏହି ଅଭିଯୋଗ ଥିବା କାରଣରୁ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଅନୁମତି ଅର୍ଡର ପହଞ୍ଚତ୍ଲେ ପରବର୍ତ୍ତୀ କାର୍ଯ୍ୟ ଆରମ୍ଭ ହେବା ନିଶ୍ଚିତ।
ସୂଚନା ଅନୁସାରେ, ଗତବର୍ଷ ଅଗଷ୍ଟ ମାସରୁ ବ୍ଲକ ପ୍ରଶାସନ ଖେଳ ସାମଗ୍ରୀ କିଣାରେ ଅର୍ଥ ଆତ୍ମସାତ୍‌ କରାଯାଇଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ପହଞ୍ଚତ୍ଥିଲା। ପ୍ରାୟ ୮୪ଲକ୍ଷ ଟଙ୍କାର କ୍ରୀଡ଼ା ସାମଗ୍ରୀ କିଣାଯାଇଥିବା ବିଲରୁ ସୂଚିତ ହେଉଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ତଦନ୍ତ ସମୟରେ ପ୍ରାୟ ୪୦ଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଜଣାପଡିଛି।
୨୦୨୩ରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରତି ଜିଲାରେ ଗ୍ରାମାଞ୍ଚଳର ଯୁବଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡା ସାମଗ୍ରୀ କ୍ରୟ ଦିଗରେ ଅର୍ଥରାଶି ପ୍ରଦାନ କରିଥିଲେ। ପଞ୍ଚାୟତ ପିଛା ୨ଲକ୍ଷ ୫୦ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଜୁନାଗଡ଼ ବ୍ଲକରେ କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ନେଇ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରଙ୍କ ନିର୍ଦ୍ଦେଶମତେ କ୍ରୀଡ଼ା ସାମଗ୍ରୀ ଯୋଗା ନ ଯାଇ ନିମ୍ନମାନର ସାମଗ୍ରୀ ବଣ୍ଟନ କରାଯାଇଥିବା ଅଭିଯୋଗକୁ ଭିଜିଲାନ୍ସ ଜୋର ଦେଇଥିଲେ ବି ଫଳ ଶୂନ୍ୟ ଅବସ୍ଥାରେ ଅଟକିରହିଛି। ବ୍ଲକର ୩୪ ପଞ୍ଚାୟତରେ ଅଢେଇ ଲକ୍ଷ ହିସାବରେ ପ୍ରାୟ ୮୪ ଲକ୍ଷ ଟଙ୍କାର କ୍ରୀଡା ସାମଗ୍ରୀ ଆସିଥିଲା ଓ ଏହାକୁ ସମସ୍ତ ପଞ୍ଚାୟତକୁ ବଣ୍ଟନ କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା କଳାହାଣ୍ଡି ଜିଲା ସମେତ ଓଡ଼ିଶାରେ ଅନେକ ଖେଳ ସାମଗ୍ରୀ ଦୋକାନ ରହିଥିବା ବେଳେ ଛତିଶଗଡ଼ ରାଜ୍ୟ ରାୟପୁରରୁ ଏହି ସାମଗ୍ରୀ କିଣାଯାଇଥିଲା। ଯାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା। ଖେଳ ସାମଗ୍ରୀର ଦାମ, ମାନକୁ ନେଇ ଭିଜିଲାନ୍ସ ଦ୍ବାରା ତଦନ୍ତ କରିବାକୁ ସାଧାରଣରେ ଦାବି ଉଠିଥିଲା। ଫଳରେ ଗତ ଜୁଲାଇରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ଯୋଜନାରେ ଆସିଥିବା କ୍ରୀଡା ସାମଗ୍ରୀକୁ କଳାହାଣ୍ଡି ଭିଜିଲାନ୍ସ ତଦନ୍ତ କରିସାରିଛି। ଏବେ ଏହି କ୍ରୀଡା ସାମଗ୍ରୀ ବଣ୍ଟନ ଦୁର୍ନୀତିର ଗତି କୁଆଡ଼କୁ ଯିବ ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷାରେ ଅଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri