କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ ଆବଶ୍ୟକ ସ୍ବାସ୍ଥ୍ୟସେବା ମିଳୁନାହିଁ। କେବଳ କେମୋଥେରାପିରେ ଚିକିତ୍ସା ସୀମିତ ରହିଯାଇଛି। ଏଭଳି ସ୍ଥିତିରେ ଆବଶ୍ୟକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ କ୍ୟାନସର ଆକ୍ରାନ୍ତଙ୍କୁ ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଥିପାଇଁ ସେମାନଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିବାବେଳେ ଚିକିତ୍ସା ବିଳମ୍ବିତ ହେଉଥିବାରୁ ସେମାନେ ମୃତ୍ୟୁମୁଖରେ ମଧ୍ୟ ପଡ଼ୁଛନ୍ତି। ସରକାରଙ୍କ ଆନ୍ତରିକତା ଅଭାବରୁ ବରଗଡ଼ କ୍ୟାନସର ହସ୍ପିଟାଲ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ପାରିବା ଜିଲାବାସୀଙ୍କ ପାଇଁ ବିଡ଼ମ୍ବନାର ବିଷୟ ହୋଇଛି।
ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରୁ ୨୦୧୮ରେ କ୍ୟାନସର ପୀଡ଼ିତଙ୍କୁ ନେଇ ଗଠିତ ବରଗଡ଼ର ଫାଇଟର୍ସ ଗ୍ରୁପ ଜିଲାର ବିଭିନ୍ନ ସଙ୍ଗଠନକୁ ଏକତ୍ରିତ କରି ୟୁନାଇଟେଡ୍‌ ଫୋରମ୍‌ ଫର୍‌ କ୍ୟାନସର ହସ୍ପିଟାଲ ଏଟ୍‌ ବରଗଡ଼ ଗଠନ କରିଥିଲା। ଫୋରମ୍‌ର ପ୍ରତିନିଧି ଦଳ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରଗଡ଼ରେ ଏକ ସମ୍ପୂର୍ଣ୍ଣ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ଦୃଢ଼ ଦାବି କରିଥିଲେ। ଜିଲାବାସୀଙ୍କ ଆବେଗ ଓ ଦୀର୍ଘଦିନର ଆକାଂକ୍ଷାକୁ ସମ୍ମାନ ଜଣାଇ ସେତେବେଳେ ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏଥିସହ ବିଭିନ୍ନ ପର୍ଯ୍ୟାୟ ଆଲୋଚନା ପରେ ୨୦୨୧ରେ ତତ୍କାଳୀନ ବିଜେଡ଼ି ସରକାର ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରି ଜି ପ୍ଲସ୍‌ ଫାଇଭ୍‌ ମଡ଼େଲର କ୍ୟାନସର ହସ୍ପିଟାଲ ପାଇଁ ଡିଜାଇନ୍‌ ଏବଂ ଏଷ୍ଟିମେଟ୍‌ ଅନୁମୋଦନ କରିଥିଲେ।
ଏହି କ୍ରମରେ ଗ୍ରାଉଣ୍ଡ ଫ୍ଲୋରରେ ରେଡ଼ିଏଶନ ଥେରାପି ବିଭାଗ ସହିତ ବଙ୍କର, ପ୍ରଥମ ବିଭାଗରେ ମେଡ଼ିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି ଓପିଡ଼ି ସହ ୨୦ଟି ଡେ କେୟାର ବେଡ୍‌, ଦ୍ୱିତୀୟ ମହଲାରେ ପେଟ୍‌-ସିଟି ଗାମା କ୍ୟାମେରା ଓ ହଟ୍‌ ଚ୍ୟାମ୍ବର ସହ ନ୍ୟୁକ୍ଲିୟର ମେଡ଼ିସିନ ବିଭାଗ, ତୃତୀୟ ମହଲାରେ ଆଇପିଡ଼ି ଓ ମେଡ଼ିକାଲ ଅଙ୍କୋଲୋଜି, ଚତୁର୍ଥ ମହଲାରେ ସର୍ଜିକାଲ ଅଙ୍କୋଲୋଜି ଆଇପିଡ଼ି ଏବଂ ୨୦ବେଡ୍‌ ବିଶିଷ୍ଟ ଆଇସିୟୁ ପାଇଁ ମଞ୍ଜୁରୀ ମିଳିଥିଲା। ୨୦୨୧ ଶେଷଭାଗରେ ଟେଣ୍ଡର ଆହ୍ବାନ ସହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଆବଶ୍ୟକ ଯନ୍ତ୍ରପାତି ଓ ବୈଷୟିକ କର୍ମଚାରୀ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୨୪ ଜାନୁୟାରୀ ମାସରେ ୧୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦୦ ବେଡ୍‌ ବିଶିଷ୍ଟ ଉକ୍ତ କ୍ୟାନସର ହସ୍ପିଟାଲକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ।
କ୍ୟାନସର ହସ୍ପିଟାଲ ଉଦଘାଟନ ହେବା ପରେ ୨ଜଣ ରେଡ଼ିଓ ଅଙ୍କୋଲୋଜିଷ୍ଟ, ୨ଜଣ ମେଡ଼ିକାଲ ଅଙ୍କୋଲୋଜିଷ୍ଟ, ୬ଜଣ ଜିଡ଼ିଏମ୍‌ଓ ସହ ନର୍ସିଂ ଅଫିସର, ଫାର୍ମାସିଷ୍ଟ, ପରିଚାରକ ଓ ସୁରକ୍ଷା କର୍ମୀଙ୍କ ସମେତ ୧୧୨ଜଣ କର୍ମଚାରୀ ନିଯୁକ୍ତି ପାଇଁ ଅନୁମୋଦନ ମିଳିଥିଲା। କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ଉକ୍ତ କ୍ୟାନସର ହସ୍ପିଟାଲ ପଛକୁ ଫେରି ଯାଇଥିଲା। ଏଠାରେ ନିଯୁକ୍ତ କ୍ୟାନସର ବିଶେଷଜ୍ଞଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଥିବାବେଳେ କିଛିଦିନ ଧରି ହସ୍ପିଟାଲରେ ତାଲା ମଧ୍ୟ ଝୁଲିଥିଲା। ଗତ କିଛିମାସ ତଳେ ଏଠାରେ ଜଣେ ଡାକ୍ତର (ଡେଣ୍ଟାଲ)ଙ୍କୁ ଅବସ୍ଥାପିତ କରାଯାଇଛି। ହେଲେ ଅସ୍ତ୍ରୋପଚାର, ବିଭିନ୍ନ ପରୀକ୍ଷା ଏବେ ମଧ୍ୟ ଠିକ୍‌ ଭାବେ ଉପଲବ୍ଧ ହେଉ ନ ଥିବାବେଳେ ବହୁ ପଦବୀ ଖାଲି ପଡ଼ିଛି ଏବଂ କାମୋଥେରାପିରେ ହିଁ ଏଠାରେ ସ୍ବାସ୍ଥ୍ୟସେବା ସୀମିତ ରହିଯାଇଛି। ଅନ୍ୟପଟେ ରାଜ୍ୟ ସରକାର ଉକ୍ତ ହସ୍ପିଟାଲକୁ ଏବେ ପିପିପି ମୋଡ୍‌ରେ ଚଳାଇବାକୁ ଯୋଜନା କରୁଥିବାବେଳେ ସଂସଦରେ ସ୍ଥାନୀୟ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତ୍ତର ଜିଲାବାସୀଙ୍କୁ ବ୍ୟଥିତ କରିଛି। ଏଠାରେ ବିଶେଷଜ୍ଞ ଡାକ୍ତର ନ ଥିବାବେଳେ ଏମ୍‌ପି ପୁରୋହିତଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଏଠାରେ କ୍ୟାନସର ରୋଗୀଙ୍କ ସ୍କ୍ରିନିଂ ଓ ଚିକିତ୍ସା ପାଇଁ ଇଏନଟି ବିଶେଷଜ୍ଞ, ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ସର୍ଜନ ଓ ଆନେସ୍ଥିଓଲୋଜିଷ୍ଟ ନିଯୁକ୍ତ କରାଯାଇଥିବା କହିଥିଲେ। ସେହିପରି ପିପିପି ମୋଡ୍‌ରେ ହସ୍ପିଟାଲ ଚାଲିଲେ କ୍ୟାନସର ରୋଗୀଙ୍କ ଉପରେ ଚିକିତ୍ସା ଖର୍ଚ୍ଚ ବୋଝ ପଡ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri