Posted inଖେଳ

ସଚିନ, କୋହଲିଙ୍କୁ କ୍ଲାର୍କଙ୍କ ପ୍ରଶଂସା

ମେଲବୋର୍ନ,୧୦।୪ (ପି.ଟି.): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରଶଂସାରେ ଶତମୂଖ ହୋଇଛନ୍ତି ମାଇକେଲ କ୍ଲାର୍କ। ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ସଚିନ୍‌ଙ୍କ ଭଳି ଜଣେ ମହାନ ବ୍ୟାଟ୍ସମ୍ୟାନ ବୋଲି କ୍ଲାର୍କ କହିଛନ୍ତି। ଏହି ଦୁଇ ଖେଳାଳିଙ୍କ ଟେକ୍‌ନିକ୍‌ ଅସାଧାରଣ। ତେଣୁ ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବ ବେଶ କଷ୍ଟକର ବୋଲି ସେ ସ୍ବୀକାର କରିଛନ୍ତି। ତେନ୍ଦୁଲକରଙ୍କ ଭଳି ଜଣେ ସୟଂସମ୍ପୂର୍ଣ୍ଣ ବ୍ୟାଟ୍ସମ୍ୟାନ ବିଶ୍ୱରେ ବିରଳ। ମୋ ସମୟରେ ସେ ନିର୍ବିବାଦରେ ଶ୍ରେଷ୍ଠ ବୋଲି କ୍ଲାର୍କ କହିଛନ୍ତି।
ବୈଷୟିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ତେନ୍ଦୁଲକରଙ୍କ କୌଣସି ତ୍ରୁଟି ଥିବା ପରି ମନେ ହୁଏନାହିଁ ବୋଲି ‘ବିଗ୍‌ ସ୍ପୋଟର୍‌ସ ବ୍ରେକ୍‌ଫାଷ୍ଟ’ ନାମକ ଏକ ରେଡିଓ ଶୋ’କୁ ସାକ୍ଷାତକାର ଦେଇ କ୍ଲାର୍କ ଏହି କଥା କହିଛନ୍ତି। ତେବେ ବର୍ତ୍ତମାନ ପିଢିକୁ ବିଚାର କଲେ କୋହଳି ସବୁ ଫର୍ମାଟରେ ଶ୍ରେଷ୍ଠ ବୋଲି ସେ କହିଛନ୍ତି। ଦିନିକିଆ ଓ ଟି୨୦ ଫର୍ମାଟରେ କୋହଲି ହାସଲ କରିଥିବା ରେକର୍ଡ ଦୃଷ୍ଟାନ୍ତମୂଳକ। ଟେଷ୍ଟ କ୍ରିକେଟରେ ମଧ୍ୟ ସେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ବଡ଼ ବଡ଼ ଶତକ ହାସଲ କରିବାରେ କୋହଲି ଓ ସଚିନଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିଛି। ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ତେନ୍ଦୁଲକର ୨୦୦ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି ଓ ମୋଟ ଉପରେ ୧୦୦ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ଟେଷ୍ଟରେ ସେ ୫୧ଟି ଶତକ ଓ ଦିନିକିଆରେ ୪୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଟେଷ୍ଟରେ ସେ ସର୍ବାଧିକ ମୋଟ ୧୫,୯୨୧ ଓ ଦିନିକିଆରେ ସେ ୪୬୩ଟି ମ୍ୟାଚ୍‌ ଖେଳି ସର୍ବାଧିକ ୧୮, ୪୨୬ ରନ ସଂଗ୍ରହ କରିଛନ୍ତି। ଘରୋଇ ଗ୍ରାଣ୍ଡରେ ୨୦୧୩ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବିଦାୟୀ ଟେଷ୍ଟ ମ୍ୟାଚ ଖେଳି ସେ ଅବସର ଘୋଷଣା କରିଥିଲେ। କ୍ଲାର୍କ ମଧ୍ୟ ୧୧୫ଟି ଟେଷ୍ଟ ଖେଳି ୮, ୬୪୩ ରନ ସଂଗ୍ରହ କରିଛନ୍ତି ଓ ସେ ୨୮ଟି ଶତକ ହାସଲ କରିଛନ୍ତି। ସେହିପରି ୨୪୫ଟି ଦିନିକିଆ ମ୍ୟାଚ୍‌ ଖେଳି କ୍ଲାର୍କ ୭୯୮୧ ରନ ସଂଗ୍ରହ କରିଛନ୍ତି। ୩୯ ବର୍ଷୀୟ କ୍ଲାର୍କଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୧୫ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri