ନିଜର ମରାମତି

କରୋନା ଭାଇରସ୍‌ ପୃଥିବୀବ୍ୟାପୀ ପ୍ରାୟ ୭୦ ହଜାର ଲୋକଙ୍କ ଜୀବନ ନେଲାଣି। ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ବୋଲାଉ ଥିବା ଆମେରିକା ଆଜି କରୋନା ମାଡ଼ରେ ଧରାଶାୟୀ। ୬ ଏପ୍ରିଲରେ ଏହି ଲେଖା ପ୍ରସ୍ତୁତ ହେବା ବେଳକୁ ଆମେରିକାରେ ୩,୩୬,୮୫୧ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୯,୬୨୦ ଜଣଙ୍କ ପ୍ରାଣହାନି ଘଟିଛି। ଅବଶ୍ୟ ସେମାନଙ୍କ ତଥ୍ୟକୁ ସନ୍ଦେହ କରିବାର ପ୍ରୟୋଜନ ନାହିଁ। ଅନ୍ୟପଟେ ତୁଳନାତ୍ମକ ତଥ୍ୟ ପାଇବା କଷ୍ଟକର ହୋଇପାରେ। ଯଥା ବିଗତ ୫ ବର୍ଷର ଏବଂ ଏହି ସମୟରେ ଆମେରିକାରେ କେତେ ଜଣଙ୍କର ‘ଫ୍ଲୁ’ ରୋଗରୁ ମୃତ୍ୟୁ ଘଟିଛି, ତାହା ଜାଣିବା ସମ୍ଭବପର ହେଉନାହିଁ। ଯେଉଁ ହାରରେ କରୋନା ଯୋଗୁ ସଂକ୍ରମଣ ବ୍ୟାପି ଚାଲିଛି ଆସନ୍ତା ଦୁଇ ସପ୍ତାହ ଆମେରିକା ପାଇଁ ଅତ୍ୟନ୍ତ କଠିନ ରହିବ ବୋଲି ସରକାରୀ ଭାବେ କୁହାଗଲାଣି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବ୍ୟତିବ୍ୟସ୍ତ ହୋଇ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବଟିକା ଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୨୫ରେ ଭାରତର ବହିର୍ବ୍ୟାପାର ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ରପ୍ତାନି ଉପରେ କଟକଣା ଜାରି କରାଯାଇଥିଲା। ଏହା ସତ୍ତ୍ୱେ ଆମେରିକା ପକ୍ଷରୁ ଏହି ବଟିକା ଯୋଗାଣ ଲାଗି ଅର୍ଡର ଦିଆଯାଇଛି।

ଶୀତଳଯୁଦ୍ଧ ପରେ ଆମେରିକା ବିଶ୍ୱର କ୍ଷମତାଶାଳୀ ଦେଶ ଭାବେ ଉଭା ହୋଇଛି। ଅନେକ ରାଷ୍ଟ୍ର ଏହାର ପ୍ରଭୁତ୍ୱକୁ ସ୍ବୀକାର କରୁ ନ ଥିଲେ ମଧ୍ୟ ମନ ଭିତରେ ଆମେରିକା ପ୍ରତି ଭୟ ଲାଗି ରହିଥିଲା। ଅତ୍ୟାଧୁନିକ ସାମରିକ ବଳରେ ବଳୀୟାନ ଓ ପର୍ଯ୍ୟାପ୍ତ ପୁଞ୍ଜି ରଖିଥିବାରୁ ଆମେରିକାର ଅହଂ କାହିଁରେ କ’ଣ। ବିଶ୍ୱ ରାଜନୈତିକ ଓ ଆର୍ଥିକ ବ୍ୟାପାରରେ ଏହାର ମୁଖ୍ୟ ମୁଣ୍ଡ ପୂରାଇବା ଏକ ନିତିଦିନିଆ କଥା। କିନ୍ତୁ ଯେବେଠାରୁ କୋଭିଡ୍‌-୧୯ ଦ୍ୱାରା ଏହା ଆକ୍ରାନ୍ତ ହୋଇ ନିଜ ଲୋକଙ୍କୁ ହରାଇବସିଲାଣି ସେବେଠାରୁ ତା’ର ଚିନ୍ତା ଅନେକ ଗୁଣ ବଢ଼ିଯାଇଛି। ଚାଇନାର ଉହାନରୁ ଜନ୍ମ ନେଇଥିବା କରୋନା ଭୂତାଣୁକୁ ଟ୍ରମ୍ପ୍‌ ‘ଚାଇନା ଭୂତାଣୁ’ କହି ହସରେ ଉଡ଼ାଇ ଦେଇଥିଲେ। ଏଭଳି ଅଟ୍ଟହାସ୍ୟ କରିବା ପଛରେ ତାଙ୍କ ଦମ୍ଭ ରହିଥିଲା ଯେ, ଆମେରିକା ଭଳି ଶକ୍ତିଶାଳୀ ଦେଶରେ ସର୍ବାଧିକ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ସୁବିଧା ରହିଥିବାରୁ ଯେକୌଣସି ପରିସ୍ଥିତିକୁ ସହଜରେ ମୁକାବିଲା କରିହେବ। କଥାରେ ଅଛି ‘ସବୁ ସମୟ ଏକା ଭଳି ଯାଇ ନ ଥାଏ’। ସାମାନ୍ୟ ପିମ୍ପୁଡ଼ିଟିଏ ମଧ୍ୟ ବିଶାଳକାୟ ହାତୀକୁ ପାଗଳ କରିଦେଇପାରେ। ଏଥିରୁ ବୁଝିବାକୁ ହେବ ଯେ, ଶତ୍ରୁ ହେଉ ବା ଭୂତାଣୁ କାହାରିକୁ ତୁଚ୍ଛ ମଣିବା ଉଚିତ ନୁହେଁ। କରୋନାକୁ ହେୟ ମନେ କରିଥିବାରୁ ଆମେରିକା ଆଜି ଦଶା ଭୋଗୁଛି।

କୋଭିଡ୍‌-୧୯ ପୃଥିବୀର ୨୦୦ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପି ସୂଚାଇ ଦେଇଛି ଯେ, ମଣିଷର ବୈଜ୍ଞାନିକ ଗବେଷଣା ସାମାନ୍ୟ ଏକ ଭୂତାଣୁ ନିକଟରେ ଅଣ୍ଠେଇ ପଡ଼ିପାରେ। ଏଠାରେ ମନେରଖିବାକୁ ହେବ ଯେ, ଏହା ପରିବେଶର କୋପ ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ। ଦେଖିବାକୁ ଗଲେ ଅଳ୍ପ କେତୋଟି ସପ୍ତାହରେ ପୃଥିବୀବ୍ୟାପୀ ଲକ୍‌ଡାଉନ୍‌ ଫଳରେ ପରିବେଶ ନିଜ ଶକ୍ତି ଜରିଆରେ ନିଜକୁ ମରାମତି କରିଦେଇପାରିଛି। ସେଥିପାଇଁ ଆଜି ଏହା ମଧ୍ୟ ଏକ ବିଚାର ହେଉଛି ଯେ, ପୃଥିବୀର ଅର୍ଥନୈତିକ ସନ୍ତୁଳନରେ ବିରାଟକାୟ ପରିବର୍ତ୍ତନ ଆସିବା ସହିତ ପରିବେଶ ରକ୍ଷାକାରୀମାନଙ୍କ ଭୂମିକା ଗୌଣ ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri