ପଞ୍ଚାୟତରେ ସରିନି ଆଇସୋଲେଶନ ସେଣ୍ଟର

ଅନୁଗୋଳ ଅଫିସ, ୨୯।୩ – କରୋନା ସଂକ୍ରମଣ ଏବେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯିବା ସହ ଏହାର ମୁକାବିଲାକୁ ଅଧିକ ଶାଣିତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅନୁଗୋଳ ଜିଲା ପ୍ରଶାସନ ମଧ୍ୟ ଏ ନେଇ ଘନ ଘନ ବୈଠକ କରୁଛି। ଜିଲାରେ ୨୩୫ଟି ଆଇସୋଲେଶନ୍‌ ସେଣ୍ଟର ଓ ୨୨୫ଟି ପଞ୍ଚାୟତରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କିନ୍ତୁ ଏଯାଏ ସମସ୍ତ ପଞ୍ଚାୟତରେ ଆଇସୋଲେଶନ ସେଣ୍ଟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ସାଧାରଣରେ ଚିନ୍ତା ବଢ଼ିଯାଇଛି। ତେବେ ଉକ୍ତ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ସାମାଜିକ ପୃଥକୀକରଣ ନୋଡାଲ ଅଧିକାରୀ ତଥା ପିଡି ଅତୁଲ୍ୟ କୁମାର ଚମ୍ପତ୍ତିରାୟ ସୂଚନା ଦେଇଛନ୍ତି।
ଜିଲା ପ୍ରଶାସନ ସୂଚନା ମୁତାବକ ଅନୁଗୋଳ ଜିଲାକୁ ରାଜ୍ୟ ଓ ବିଦେଶରୁ ୧୯୩୯ ଜଣ ଲୋକ ଆସିଛନ୍ତି। ବାହାରୁ ଆସୁଥିବା ସମ୍ପୃକ୍ତ ଲୋକମାନଙ୍କୁ ୧୪ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। କିନ୍ତୁ ସମସ୍ତଙ୍କ ଘରେ ଏପରି ସୁବିଧା ନ ଥିବାରୁ ସମସ୍ୟାର ସମାଧାନ ପାଇଁ ପ୍ରତି ପଞ୍ଚାୟତ ହାଇସ୍କୁଲରେ ଆଇସୋଲେଶନ୍‌ ସେଣ୍ଟର ଖୋଲିବାକୁ ଜିଲାପାଳ ଗତ ୧୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ସେଠାରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ବିଡିଓମାନଙ୍କୁ କୁହାଯିବା ସହ ନୋଡାଲ ଅଧିକାରୀଙ୍କୁ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୮୦ ପ୍ରତିଶତରୁ ଅଧିକ ପଞ୍ଚାୟତରେ ଆଇସୋଲେଶନ୍‌ ହୋମ୍‌ ଖୋଲାଯାଇପାରି ନାହିଁ। ଏ ନେଇ ନୋଡାଲ ଅଧିକାରୀ ଚମ୍ପତ୍ତିରାୟ କହିଛନ୍ତି, ଯେଉଁ ପଞ୍ଚାୟତରେ ଲୋକମାନେ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହୁଛନ୍ତି ସେଠାରେ ଏହି ଆଇସୋଲେଶନ ସେଣ୍ଟରର ଆବଶ୍ୟକତା ନାହିଁ। ଏହାଛଡ଼ା କୌଣସି ଲକ୍ଷଣ ଦେଖାଦେଲେ ଲୋକମାନଙ୍କୁ ପଞ୍ଚାୟତରେ ଖୋଲାହେବାକୁ ଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପକୁ ନେବାର ବ୍ୟବସ୍ଥା କରାଯାଇଛି। ଅନୁଗୋଳ ସହରରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଥିବା ବେଳେ ବଅଁରପାଳ ଓ ଅନ୍ୟ ପଞ୍ଚାୟତରେ ଥିବା କଲେଜଗୁଡ଼ିକୁ ମଧ୍ୟ ଏଥିପାଇଁ ପ୍ରସ୍ତୁତ କରି ରଖାଯାଉଛି ବୋଲି ପିଡି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା...

ଅତାବିରା ଆସନ ପାଇଁ ଜୟକ୍ରିଷ୍ଣାଙ୍କ ନାମାଙ୍କନପତ୍ର ଦାଖଲ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ବୁଧବାର...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଇରାସିସ ଆଚାର୍ଯ୍ୟ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri