ଲକ୍‌ଡାଉନ୍‌ର ୩ୟ ଦିନ, ରାଜଧାନୀ ଜନଶୂନ୍ୟ

ଭୁବନେଶ୍ୱର,୨୪।୩ (ବ୍ୟୁରୋ)-ଲକ୍‌ଡାଉନ୍‌ର ତୃତୀୟ ଦିନରେ ରାଜଧାନୀ ରାଜରାସ୍ତା ଶୂନଶାନ ଦେଖିବାକୁ ମିଳିଛି। ପୋଲିସ ଏବଂ ଜରୁରୀ ସେବା ଯୋଗାଉଥିବା କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଦେଖିବାକୁ ମିଳି ନ ଥିଲା। ଲକ୍‌ଡାଉନ୍‌ ପରଦିନ ରାଜଧାନୀର ଅଧିକାଂଶ ଲୋକେ ଏହି ନିୟମକୁ ମାନି ନ ଥିଲେ। ସେମାନେ ବାଇକ୍‌ ଧରି ବୁଲାବୁଲି କରୁଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ଯୁବକମାନଙ୍କୁ ବାହାରକୁ ନ ଛାଡ଼ିବା ପାଇଁ ପରିବାର ଲୋକଙ୍କୁ ନିବେଦନ କରିଥିଲେ। ଯଦି କେହି ଏହି ଲକ୍‌ଡାଉନ୍‌କୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଯାହାଫଳରେ ମଙ୍ଗଳବାର ଅଯଥାରେ ବୁଲୁଥିବା ଲୋକଙ୍କୁ ଦେଖିବାକୁ ମିଳି ନ ଥିଲା।
ଯାଞ୍ଚ ପାଇଁ ବ୍ୟାରିକେଡ:
ସୁରକ୍ଷା ପାଇଁ ରାଜଧାନୀରେ ୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେମାନେ ବିଭିନ୍ନ ଛକରେ ଲୋକଙ୍କୁ ଯାଞ୍ଚ କରି ଛାଡୁଛନ୍ତି। ବିଶେଷ କରି ରାଜଧାନୀର ବାଣୀବିହାର, ରାମମନ୍ଦିର, ଆଚାର୍ଯ୍ୟବିହାର, ଜୟଦେବ ବିହାର, ସିଆରପି, ପାଓ୍ବାର ହାଉସ୍‌,ଏଜି, ରାଜମହଲ, କ୍ୟାପିଟାଲ ହସ୍ପିଟାଲ ସମେତ ଅନ୍ୟ ଛକମାନଙ୍କରେ ବ୍ୟାପକ ଯାଞ୍ଚ କରାଯାଇଥିଲା। ସୋମବାର ପରି ମଙ୍ଗଳବାର ପୋଲିସ ତାର ଚେକିଂରେ କିଛି ପରିବର୍ତ୍ତନ କରିଥିଲା। ସୋମବାର ପୋଲିସ ଦଉଡ଼ି ଦ୍ୱାରା ରାସ୍ତା ଅବରୋଧ କରି ଯାଞ୍ଚ କରୁଥିଲା। ମଙ୍ଗଳବାର ମୁଖ୍ୟ ଛକମାନଙ୍କରେ ରାସ୍ତା ଉପରେ ବାଉଁଶ ପୋତି ବ୍ୟାରିକେଡ କରାଯାଇଥିଲା। ଗୋଟିଏ ବାଇକ ଯିବା ପାଇଁ ବାଟ ରଖାଯାଇଥିଲା।
ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଦାବ କଲା ସଂଘ:

ରାଜଧାନୀର ବିଭିନ୍ନ ଛକରେ ଯାଞ୍ଚ କରୁଥିବା ପୋଲିସ ଏବଂ ଟ୍ରାଫିକ ପୋଲିସ ଏବେ ଅସୁରକ୍ଷିତ। ସେମାନେ ଯାଞ୍ଚ କରିବା ସମୟରେ ଗାଡିକୁ ଛୁଇଁବା ସହ କାଜପତ୍ରଧରି ଯାଞ୍ଚ କରୁଛନ୍ତି। ତେଣୁ କରୋନା ଭୂତାଣୁ ସଂକ୍ରମଣ ହେବାର ସମ୍ଭାବନା ରହିଛି। ତେଣୁ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଦାବି କରାଯାଇଛି। ପୋଲିସ କର୍ମଚାରୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ପରିବାର ଠାରୁ ଅଲଗା ରଖିବା ପାଇଁ ଓଡ଼ିଶା ହାବିଲଦାର ଓ ସିପାହି ସଂଘ ଦାବି କରିଛି। ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ପ୍ରତି ଯତ୍ନବାନ ହେବାକୁ ସଂଘ କହିଛି। ଅନ୍ୟପଟରେ ଦେଖିବାକୁ ଗଲେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ସାନିଟାଇଜର ଦିଆଯାଉନାହିଁ। ସେମାନେ ଜୀବନକୁ ବାଜି ଲଗାଇ ବିଭିନ୍ନ ଛକରେ ଯାଞ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୬ରେ ଓଡ଼ିଶା ଆସିବେ ମୋଦି: ଏହି ୨ ଜିଲାକୁ କରିବେ ଗସ୍ତ

ଭୁବନେଶ୍ୱର,୧।୫: ଆସନ୍ତା ନିର୍ବାଚନକୁ ନେଇ ପ୍ରଚାର ଜୋରସୋରରେ ଚାଲିଛି। କେନ୍ଦ୍ରର ଅନେକ ହେଭିଓ୍ବେଟ୍‌ ନେତା ଓଡ଼ିଶା ଗସ୍ତରେ ଆସି ପ୍ରଚାର କରୁଛନ୍ତି। ଏହି କ୍ରମରେ ପୁଣି...

ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା

ଭୁବନେଶ୍ୱର,୧।୫: ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଛନ୍ତି ଭାଜପା ଏମ୍‌ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ...

୭ ବେଳକୁ ସାରା ରାଜ୍ୟରେ କମିବ ତାତି!

ଭୁବନେଶ୍ୱର,୧।୫: ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ତା’ ମଧ୍ୟରୁ ଦୁଇ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।...

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri