Posted inଖେଳ

ସଚିନଙ୍କଠାରୁ ପ୍ରଶଂସା ଶୁଣି ଆଶ୍ଚର୍ଯ୍ୟ ହେଲେ ଏହି ଖେଳାଳି, କହିଲେ ଏମିତି

ସିଡନୀ,୧୨।୨: ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁଶେନଙ୍କୁ ପ୍ରଶଂସା କରିଛନ୍ତି। ଏହା ଜାଣି ଲାବୁଶେନ କହିଛନ୍ତି, ଜୀବନରେ ଯାହାକୁ ଅନୁସରଣ କରିଛି, ତାଙ୍କଠାରୁ ମୋ ପ୍ରଶଂସା ଶୁଣି ମୁଁ ଆଶ୍ଚର୍ଯ୍ୟାନ୍ବିତ ହୋଇପଡିଛି। ଏବେ ଯାହା ଅନୁଭବ କରୁଛି ତାହା ବୟାନ କରିବା ମୋ ଶବ୍ଦ ନାର୍ହି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଲାବୁଶେନଙ୍କ ବ୍ୟାଟିଂ ଶୈଳୀ ସଚିନଙ୍କୁ ନିଜ କଥା ମନେ ପକାଇଦେଇଛି। ସଚିନ କହିଥିଲେ, ମୁଁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଲଡର୍‌ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଦେଖୁଥିଲି। ଯେତେବେଳେ ଷ୍ଟିଭ ସ୍ମିଥ ଆହତ ହୋଇ ମ୍ୟାଚରୁ ବାଦ ପଡିଥିଲେ ତାଙ୍କ ସ୍ଥାନରେ ଲାବୁଶେନ କନକସନ ସବଷ୍ଟଚ୍ୟୁଟ ଭାବେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିଲେ। ମୁଁ ସେଠାରେ ନିଜ ଶ୍ୱଶୁରଙ୍କ ସହ ବସି ମ୍ୟାଚ ଦେଖୁଥିଲି। ଜୋଫ୍ରା ଆର୍ଚରଙ୍କ ବଲରେ ଲାବୁଶେନଙ୍କୁ ଆଘାତ ଲାଗିଥିଲା ଏବଂ ଏହା ପରେ ୧୫ ମିନିଟ ପର୍ଯ୍ୟନ୍ତ ସେ ଯେଉଁଭଳି ବ୍ୟାଟିଂ କଲେ, ତାହା ମୋତେ ବେଶ ପ୍ରଭାବିତ କରିଥିଲି। ସେହି ସମୟରେ ମୁଁ କହିଥିଲି, ‘ଏହି ଖେଳାଳି ଜଣକ ବହୁତ ଖାସ’। ଲାବୁଶେନଙ୍କର ଫୁଟୱର୍କ ସଠିକ ରହିଛି। ଫୁଟୱର୍କ କେବଳ ଶାରୀରିକ ନୁହେଁ, ମାନସିକ ଭାବେ ସଠିକ ହେବା ଦରକାର। ଯଦି ଆପଣ ସକାରାତ୍ମକ ଚିନ୍ତାଧାରା ସହ ବ୍ୟାଟିଂ କରିବେ ନାହିଁ, ତାହେଲେ ଆଗକୁ ବଢିପାରିବେ ନାହିଁ। ୨୫ ବର୍ଷୀୟ ଲାବୁଶେନ ୨୦୧୯ରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ (୧୧୦୪) ହୋଇଥିଲେ। ଆଶେସରେ ମଧ୍ୟ ସେ ପ୍ରଭାବୀ ବ୍ୟାଟିଂ କରି ୫୦.୪୨ ହାରରେ ୩୫୩ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri