ଅର୍ଥ ବ୍ୟବସ୍ଥାରେ ସୁଧାର ଆସୁଛି:ସୀତାରାମନ

ନୂଆଦିଲ୍ଲୀ,୧୨-୨: ଏବେ ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି। ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସରକାର ଉଠାଉଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଏହାର ଲାଭ ମିଳୁଥିବା ଦେଖାଯାଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର କହିଛନ୍ତି। ଅର୍ଥ ବ୍ୟବସ୍ଥା ଅଜ୍ଞ ଡାକ୍ତରଙ୍କ ହାତରେ ରହିଥିବା ସୋମବାର ବଜେଟ ଆଲୋଚନା ବେଳେ ରାଜ୍ୟସଭାରେ କଂଗ୍ରେସ ନେତା ପି.ଚିଦାମ୍ବରମ କହିଥିଲେ। ଏହାର ଉତ୍ତର ରଖି ସୀତାରାମନ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥା ଠିକ୍‌ ବିଶେଷଜ୍ଞ ହାତରେ ରହିଛି। ସରକାର ବିତ୍ତୀୟ ଅନୁଶାନକୁ ଦୃଢତାର ସହ ଲାଗୁ କରାଇବାକୁ ଯୋଜନା ହାତକୁ ନେଇଛନ୍ତି। ଅର୍ଥ ବ୍ୟବସ୍ଥା ଗାଡିର ସବୁ ଇଞ୍ଜିନକୁ ତ୍ୱରାନ୍ବିତ କରିବା ଲାଗି ବ୍ୟବସ୍ଥା ଗ୍ରହଣ କରାଯାଇଛି। ମହିଳା, ଅନୁସୂଚିତ ଜାତି, ଜନଜାତି, ଶିଶୁଙ୍କ ସମେତ ସମାଜର ଅନ୍ୟ ସବୁ ବର୍ଗର କଲ୍ୟାଣ ଲାଗି ନିରନ୍ତର ଭିତ୍ତିରେ ଆବଣ୍ଟନ ବୃଦ୍ଧି କରାଯାଉଛି। ଯେଉଁ ମାନଙ୍କ ଲାଗି ଆଜି ଏନ୍‌ପିଏ ସମସ୍ୟା ସୃଷ୍ଟି ହୋଇଛି ସେମାନଙ୍କଠାରୁ ଅଧିକ କିଛି ଶିଖିବାର ନାହିଁ ବୋଲି ସୀତାରାମନ ପାଲଟା ଉତ୍ତତ ଦେଇଛନ୍ତି। ସେ କହିଛନ୍ତି ଏବେ ମୁଦ୍ରାସ୍ଫୀତି ହାର ୪.୮% ରହିଛି। ଫ୍ୟାକ୍ଟି ଉତ୍ପାଦନରେ ଉନ୍ନତି ଆସିଥିବା ବେଳେ ଏଫ୍‌ଡିଆଇ, ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଘଟିଛି। ଗତ ୩ ତ୍ରୈମାସ ଧରି ଜିଏସ୍‌ଟି ରାଜସ୍ବରେ ଉନ୍ନତି ପରିଲକ୍ଷିତ ହେଉଛି। ଆର୍ଥତ୍କ କ୍ଷେତ୍ରର ପ୍ରତି ମାନଦଣ୍ଡରେ ଅର୍ଥ ବ୍ୟବସ୍ଥା ଆଗକୁ ବଢୁଛି। ଅର୍ଥ ବ୍ୟବସ୍ଥାରେ ସଙ୍କଟ ନାହିଁ ମାତ୍ର ଏଥିରେ ରହିଥିବା ଭଲ ପ୍ରଦର୍ଶନକୁ ବିରୋଧି ମାନେ ମାନିବା ସପକ୍ଷରେ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri