Posted inଖେଳ

ରାଜ୍ୟ ପୋଲିସ କ୍ରୀଡ଼ା ଉଦ୍‌ଯାପିତ : ୬ଷ୍ଠ ଓଏସ୍‌ଏପି, ଓଆଇଏସ୍‌ଏଫ୍‌ ଚାମ୍ପିୟନ

କଟକ ଅଫିସ,୮ା୨- ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ୭୨ତମ ରାଜ୍ୟସ୍ତରୀୟ ପୋଲିସ କ୍ରୀଡ଼ା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। କଟକ ୬ଷ୍ଠ ଓଏସ୍‌ଏପି ବାଟାଲିୟନ ପୁରୁଷ ବର୍ଗରେ ଦଳଗତ ଚାମ୍ପିୟନ ଟ୍ରଫି ହାସଲ କରିଥିବା ବେଳେ ଚତୁର୍ଥ ଓଏସ୍‌ଏପି ବାଟାଲିୟନ ରାଉରକେଲା ରନର୍ସଅପ ହୋଇଛି। ସେହିପରି ମହିଳା ବର୍ଗରେ ଯଥାକ୍ରମେ ଓଡ଼ିଶା ଶିଳ୍ପ ନିରାପତ୍ତା ବଳ(ଓଆଇଏସ୍‌ଏଫ୍‌) ଓ କମିଶନରେଟ ପୋଲିସ-ଏ ଦଳ ଚାମ୍ପିୟନ ଓ ରନର୍ସଅପ ହୋଇଛନ୍ତି। ରାଉରକେଲା ଚତୁର୍ଥ ଓଏସ୍‌ଏପି ବାଟାଲିୟନ ସିପାହି ଆଶୁତୋଷ କୁମାର ଶ୍ରେଷ୍ଠ ପୁରୁଷ ଓ କମିଶନରେଟ ପୋଲିସ-ଏ’ର କନ୍‌ଷ୍ଟେବଳ ବୋନିତା ଲାକ୍ରା ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି ।
ଚଳିତବର୍ଷ ୬ଟି ନୂତନ ରେକର୍ଡ ସୃଷ୍ଟି ହୋଇଛି। ପୁରୁଷ ହାମର ଥ୍ରୋରେ ତୃତୀୟ ଓଏସ୍‌ଏପି ବାଟାଲିୟନ କୋରାପୁଟର ସିପାହୀ ଯୁଗେଶ କୁମାର ଦାସ ପ୍ରଥମ ସ୍ଥାନ ସହ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ମହିଳା ହାଇଜମ୍ପରେ ଓଡ଼ିଶା ଶିଳ୍ପ ନିରାପତ୍ତା ବଳର କନଷ୍ଟେବଳ ରଶ୍ମିତା ବେହେରା ଏବଂ ମହିଳା ୨୦୦ ମିଟର ଦୌଡ଼ରେ କମିଶନରେଟ ପୋଲିସ-ଏ’ର କନଷ୍ଟେବଳ ବୋନିତା ଲାକ୍ରା ପ୍ରଥମସ୍ଥାନ ଅଧିକାର କରି ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରି କୃତୀ କ୍ରୀଡ଼ାବିତ୍‌ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଚଳିତବର୍ଷ ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଥିବା କେତେଜଣ କୃତୀ କ୍ରୀଡ଼ାବିତ୍‌ଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ। ବ୍ରହ୍ମପୁର ପୋଲିସ ଜିଲାର କନଷ୍ଟେବଳ ମିନତୀ କୁମାରୀ ମିଶ୍ର, ଗଞ୍ଜାମ ପୋଲିସ ଜିଲାର କନଷ୍ଟେବଳ ଜିତେଶ କୁମାର ଦାଶ, ପୁରୀ ପୋଲିସ ଜିଲାର କନଷ୍ଟେବଳ ରଶ୍ମିରଞ୍ଜନ ସାହୁ, ଅଷ୍ଟମ ସ୍ବତନ୍ତ୍ର ଆଇଆର୍‌ ବାଟାଲିୟନର କନଷ୍ଟେବଳ ଅଶୋକ ଦଣ୍ଡସେନା, କଟକ ପୋଲିସ ଜିଲାର ସବ୍‌ଇନ୍ସପେକ୍ଟର ପ୍ରମିଳା ପ୍ରଭା ମିଞ୍ଜ ଓ କନଷ୍ଟେବଳ ସଂଯୁକ୍ତା ଡୁଙ୍ଗ୍‌ଡୁଙ୍ଗ୍‌, କଟକ ସହରାଞ୍ଚଳ ପୋଲିସ ଜିଲାର କନଷ୍ଟେବଳ ମଞ୍ଜୁଳା ଖେସ୍‌, ଦ୍ୱିତୀୟ ଆଇଆର୍‌ ବାଟାଲିୟନ ରାୟଗଡ଼ାର ହାବିଲଦାର ବିଷ୍ଣୁ ଶ୍ରେଷ୍ଠା, ଓଆଇଏସ୍‌ଏଫ୍‌ର କନଷ୍ଟେବଳ ବର୍ଷା ନାଥ, ସମ୍ବଲପୁର ପୋଲିସ ଜିଲାର କନଷ୍ଟେବଳ ତପସ୍ବିନୀ ପଟେଲ, ଦ୍ୱିତୀୟ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ କେନ୍ଦୁଝରର ଭିସ୍ତୀ ଜୟଦେବ ମଲ୍ଲିକ ଓ ଓଡ଼ିଶା ପୋଲିସ ହକି ଦଳର ଖେଳାଳିଙ୍କୁ ଏହି ଅବସରରେ ସେମାନଙ୍କ ଜାତୀୟ ସ୍ତରର ସଫଳତା ପାଇଁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଷଷ୍ଠ ଓଏସ୍‌ଏପି ବାଟାଲିୟନର ଦୁର୍ଗପତି ବୈକୁଣ୍ଠ ବିହାରୀ ରାଉତ ବିବରଣୀ ପାଠ କରିଥିବା ବେଳେ ଅତିରିକ୍ତ ଡିସିପି ତ୍ରିନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟର ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ

ଜୋହାନ୍ସବର୍ଗ, ୧ା୫ : ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଘାତଜନିତ...

ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର

ଲଣ୍ଡନ, ୧ା୫: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ରାଜନୀତିରେ ପ୍ରବେଶ କରିଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ନିର୍ବାଚନରେ ସେ ଜର୍ଜ ଗ୍ୟାଲୋଓ୍ବେଙ୍କ ଓ୍ବାର୍କର୍ସ ପାର୍ଟି...

ଲକ୍ଷ୍ନୌ ବୋଲର ପ୍ରଭାବୀ

ଲକ୍ଷ୍ନୌ, ୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ମୁମ୍ବାଇ ଇଣ୍ଡିଆନ ଇନିଂସ...

‘ମୁମ୍ବାଇ କ୍ୟାମ୍ପ ଦୁଇ ଫାଳ’

ମୁମ୍ବାଇ,୩୦ା୪: ଆଇପିଏଲ୍‌ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ଦୁଇ ଭାଗରେ ବିଭକ୍ତ ହୋଇଛି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ। କ୍ରିକେଟ ଏକ...

ଟି୨୦ ବିଶ୍ୱକପ୍‌ ପରେ ସନ୍ନ୍ୟାସ ନେବେ ରୋହିତ-କୋହଲି: ରିପୋର୍ଟ

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ମଙ୍ଗଳବାର ବିସିସିଆଇ ଟିମ୍‌ ଇଣ୍ଡିଆର ଘୋଷଣା କରିଛି। ଏଥିରେ ଅଧିନାୟକ ଭାବେ ରୋହିତ...

ଯଦି ଏଥର ରାଜସ୍ଥାନ ଆଇପିଏଲ୍‌ ଜିତିଯାଏ, ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଜିତିବା ନିଶ୍ଚିତ !

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୪ରେ ରାଜସ୍ଥାନ ରୟାଲ୍ସ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଯଦି ଏହିପରି ଚାଲେ ତେବେ ଦଳ ଟାଇଟଲ ଜିତିବା ଏକ ପ୍ରକାର ନିଶ୍ଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri