Posted inଖେଳ

କଳିଙ୍ଗ ଷ୍ଟାଡିୟମରେ ଭାରତ-ନେଦରଲାଣ୍ଡ୍ସ ହକି ମ୍ୟାଚ ଆଜି: ପ୍ରୋ ଲିଗ୍‌ରୁ ଅଲିମ୍ପିକ୍ସ ପ୍ରସ୍ତୁତି

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି)- ଆଉ ଏକ ହାଇ ପ୍ରୋଫାଇଲ ହକି ମୁକାବିଲା ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ। ହକି ବିଶ୍ୱକପ ସମେତ ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ସଫଳ ଆୟୋଜନର ମୁକ ସାକ୍ଷୀ ରହିଥିବା ଏହି ଷ୍ଟାଡିୟମରେ ଏଥର ହେବ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌। ପରସ୍ପରର ସମ୍ମୁଖୀନ ହେବେ ବିଶ୍ୱର ଦୁଇ ହକି ମହାଶକ୍ତି ଭାରତ ଓ ନେଦରଲାଣ୍ଡ୍ସ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୫ ଓ ନେଦରଲାଣ୍ଡ୍ସ ୩ ନମ୍ବରରେ ଥିବାରୁ କଡ଼ା ମୁକାବିଲା ଅବସମ୍ଭାବୀ। ତେବେ ଫଳାଫଳ ଯାହା ହେଉନା କାହିଁକି ପ୍ରୋ ଲିଗ୍‌ରୁ ହିଁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ହେବ ବୋଲି ଉଭୟ ଦଳର କୋଚ୍‌ ପ୍ରକାଶ କରିଛନ୍ତି। ୨୦୨୦ ଅଲିମ୍ପିକ୍ସ ଜାପାନର ଟୋକିଓରେ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଭାରତ ପାଇଁ ପ୍ରଥମ
ହକି ପ୍ରୋ ଲିଗ୍‌ର ଏହା ଦ୍ୱିତୀୟ ସଂସ୍କରଣ ହୋଇଥିଲେ ହେଁ ଭାରତ ପ୍ରଥମଥରପାଇଁ ଅଂଶଗ୍ରହଣ କରିବ। ପ୍ରଥମ ସଂସ୍କରଣରେ ଭାରତ ଭାଗ ନେଇ ନ ଥିଲା। ଏଥର ପ୍ରୋ ଲିଗ୍‌ରେ ମୋଟ ୯ଟି ଦଳ ଭାଗ ନେଉଛନ୍ତି। କଳିଙ୍ଗ ଷ୍ଟାଡିୟମରୁ ହିଁ ପ୍ରତିଯୋଗିତାର ଶୁଭାରମ୍ଭ ହେବ। ଘରୋଇ ପରିବେଶରେ ଭାରତ ୪ଟି ଦଳକୁ ବିଭିନ୍ନ ସମୟରେ ଭେଟିବ। ପ୍ରଥମ ଦଳ ନେଦରଲାଣ୍ଡ୍ସ ବିପକ୍ଷରେ ଶନିବାର ଓ ରବିବାର ୨ଟି ମ୍ୟାଚ ଖେଳିବ। ଏହାପରେ ବିଶ୍ୱ ଚାମ୍ପିୟନ ବେଲଜିୟମ ବିପକ୍ଷରେ ଫେବୃୟାରୀ ୮,୯ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଫେବୃୟାରୀ ୨୨, ୨୩ ତାରିଖରେ ଖେଳିବ। ଏହାପରେ ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳକୁ ବାହାର ପରିବେଶରେ ଏପ୍ରିଲ ୨୫,୨୬ରେ ଜର୍ମାନୀ ଏବଂ ମେ ୨,୩ରେ ଗ୍ରେଟ୍‌ ବ୍ରିଟେନ ବିପକ୍ଷରେ ଖେଳିବାକୁ ପଡ଼ିବ। ପରବର୍ତ୍ତୀ ମ୍ୟାଚ ଘରୋଇ ପରିବେଶରେ ମେ ୨୩,୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାପରେ ଆର୍ଜେଣ୍ଟିନା ଯାଇ ଜୁନ ୫,୬ରେ ଏହି ଦଳ ସହିତ ମୁକାବିଲା କରିବ। ଭାରତୀୟ ଦଳ ଏହାର ଶେଷ ରାଉଣ୍ଡ ରବିନ ମ୍ୟାଚ ସ୍ପେନରେ ଜୁନ ୧୩,୧୪ ତାରିଖରେ ଖେଳିବ।
ମଧୁର ପ୍ରତିଶୋଧ ପାଇଁ ସୁଯୋଗ
ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ପୂର୍ବରୁ ନେଦରଲାଣ୍ଡ୍ସ ଦଳର ସହକାରୀ କୋଚ୍‌ ଥିଲେ। ତେଣୁ ଏହି ଦଳର ଶକ୍ତି ଓ ଦୁର୍ବଳତା ତାଙ୍କୁ ଭଲଭାବେ ଜଣା। ସେହି ଅନୁସାରେ ସେ ନିଜ ଦଳକୁ ପ୍ରସ୍ତୁତ କରିଛନ୍ତି। ୨୦୧୮ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ଭାରତ ୧-୨ ଗୋଲରେ ନେଦରଲାଣ୍ଡ୍ସଠାରୁ ହାରିଥିଲା। ତେଣୁ ଏବେ ମଧୁର ପ୍ରତିଶୋଧ ନେବାର ସମୟ ଆସିଛି। ଉଭୟ ଦଳ ମଧ୍ୟରେ ହୋଇଥିବା ଗତ ୧୦ଟି ମ୍ୟାଚ ମଧ୍ୟରୁ ନେଦରଲାଣ୍ଡ୍ସ ୫ଟି ଜିତିଥିବାବେଳେ ଭାରତ ୪ଟିରେ ବିଜୟୀ ହୋଇଛି। ଅବଶିଷ୍ଟ ଗୋଟିଏ ମ୍ୟାଚ ଡ୍ର ରହିଛି।
ଭଲ ଆରମ୍ଭ ଗୁରୁତ୍ୱପୂର୍ଣ୍ଣ
ପ୍ରୋ ଲିଗ୍‌କୁ ଅଲିମ୍ପିକ୍ସ ପ୍ରସ୍ତୁତିର ପ୍ଲାଟଫର୍ମ ବୋଲି ବର୍ଣ୍ଣନା କରିଛନ୍ତି ରିଡ୍‌। ଆମେ ପ୍ରଥମ ତିନୋଟି ମୁକାବିଲାରେ ଶୀର୍ଷସ୍ଥାନୀୟ ଦଳ ଗୁଡ଼ିକୁ ଭେଟିବୁ। ତେଣୁ ଭଲ ଆରମ୍ଭ କରିବା ହିଁ ଗୁରୁତ୍ୱପୂର୍ଣ୍ଣ। ଆମର ଅଲିମ୍ପିକ୍ସ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ପ୍ରୋ ଲିଗ୍‌ରେ ବଡ଼ ଦଳ ଗୁଡ଼ିକ ବିପକ୍ଷରେ ଖେଳିବାଦ୍ୱାରା ଦୋଷ ଦୁର୍ବଳତା ଜାଣିହେବ। ତେଣୁ ଏହି ପ୍ରତିଯୋଗିତା ଏକ ଭଲ ପ୍ଲାଟ୍‌ଫର୍ମ ବୋଲି ରିଡ୍‌ କହିଛନ୍ତି। ଭାରତୀୟ ଦଳ କଳିଙ୍ଗ ଷ୍ଟାଡିୟମରେ ଦୀର୍ଘଦିନ ଅଭ୍ୟାସ କରିଛି। ଏଠାରେ ଅନେକ ମ୍ୟାଚ ମଧ୍ୟ ଖେଳି ସାରିଛି। ତେଣୁ ଟର୍ଫ ସହ ଦଳର ଖେଳାଳିମାନେ ଭଲଭାବେ ଅଭ୍ୟସ୍ତ। ଗତବର୍ଷ ନଭେମ୍ବରରେ ଏହି ଭେନ୍ୟୁରେ ରୁଷିଆକୁ ୧୧-୩ ଏଗ୍ରିଗେଟ୍‌ରେ ହରାଇ ଭାରତ ଟୋକିଓ ଟିକେଟ ପାଇଥିଲା। ଏଥିରୁ ଦଳକୁ ଫାଇଦା ମିଳିବ ବୋଲି ଆଶା କରାଯାଉଛି। ଚିଙ୍ଗଲେନସାନା ସିଂ ଓ ସୁମିତ ପ୍ରତ୍ୟାବର୍ତ୍ତନ କରିଥିବାରୁ ଭାରତୀୟ ଦଳର ଶକ୍ତି ବୃଦ୍ଧି ପାଇଛି।
ଭୁବନେଶ୍ୱରରେ ଖେଳିବାକୁ ଭଲ ପାଉ
ଭାରତ ବିପକ୍ଷରେ ଏହାର ଘରୋଇ ଗ୍ରାଉଣ୍ଡରେ ଖେଳିବା ସବୁବେଳେ ଚ୍ୟାଲେଞ୍ଜିଂ ହୋଇଥାଏ। ଭାରତ ବିପକ୍ଷ ପ୍ରଥମ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ। ତେବେ ଆମେ ଭୁବନେଶ୍ୱରରେ ଖେଳିବାକୁ ଭଲ ପାଉ। ତେଣୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବ ବୋଲି ନେଦରଲାଣ୍ଡ୍ସ କୋଚ୍‌ ମ୍ୟାକ୍ସ କାଲଡାସ ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତିର ଏହା ଏକ ଭଲ ମାଧ୍ୟମ ବୋଲି ସେ ସ୍ବିକାର କରିଛନ୍ତି। ପ୍ରୋ ଲିଗ୍‌ର ଗତ ସଂସ୍କରଣରେ ଆମେ କମ୍ବିନେଶନକୁ ନେଇ ବହୁ ପରୀକ୍ଷା ନିରୀକ୍ଷା କରିଥିଲୁ। ଏହି ସଂସ୍କରଣକୁ ଆମେ ଶକ୍ତିଶାଳୀ ଦଳ ନେଇ ଆସିଛୁ। ଟୋକିଓ ଅଲିମ୍ପିକ୍ସ ପାଇଁ ଭଲଭାବେ ପ୍ରସ୍ତୁତ ହେବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କାଲଡାସ କହିଛନ୍ତି।
ମ୍ୟାଚ ଆରମ୍ଭ: ରାତି ୭ଟା

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri