କାମରେ ଆସୁନି ଆଇନ : ଖୋଲାଖୋଲି ଚାଲିଛି ଗୁଟ୍‌ଖା ବ୍ୟବସାୟ

କାମାକ୍ଷାନଗର, ୨।୬- ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ବେଆଇନ ଗୁଟ୍‌ଖା ଏବଂ ତମାଖୁ ବ୍ୟବସାୟ ବଢ଼ିବାରେ ଲାଗିଛି। ଆଇନଗତ କଟକଣା ସତ୍ତ୍ୱେ ଏହାକୁ ଦେଖିବାକୁ କେହିନାହିଁ। ସଚେତନତା ଅଭାବ ଏବଂ ଆଇନରେ ରହିଥିବା ଗଳାବାଟ ଯୋଗୁ ବେଧଡ଼କ ବଢ଼ିଚାଲିଛି ଏପରି ନିଶା କାରବାର।
କାମାକ୍ଷାନଗର ସହରର ଗଳିକନ୍ଦି, ପାନଦୋକାନ, ରାଶନ ଦୋକାନରେ ସହଜରେ ମିଳିଯାଉଛି ଗୁଟ୍‌ଖା, ଭାଙ୍ଗ ଭଳି ନିଶା ଦ୍ରବ୍ୟ। ନିକୋଟିନବିହୀନ ଗୁଟ୍‌ଖାରେ ନିଶାଯୁକ୍ତ ଦର୍ଜା ପତି ମିଶାଇ ବିକ୍ରି ହେଉଛି। ଏଥିରେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ଯୁବପିଢ଼ି ଏବଂ କଲେଜ ପଢୁଆ ପିଲାଏ। ମହିଳାମାନେ ମଧ୍ୟ ଗୁଟ୍‌ଖା ନିଶାରେ ପଡ଼ିଛନ୍ତି। ଚଢ଼ାଉରେ ଶୀଥିଳତା ଯୋଗୁ ନକଲି ମସଲା କମ୍ପାନୀ କାୟା ମେଲାଉଛନ୍ତି। ଉପଖଣ୍ଡ ଅଞ୍ଚଳରେ ୨ଊର୍ଦ୍ଧ୍ୱ ନକଲି ଗୁଟ୍‌ଖା ଏବଂ ତମାଖୁ କାରଖାନା ଚାଲିଛି। ଏ ନେଇ ଅବକାରୀ ବିଭାଗ, ପୋଲିସ ନିକଟରେ ସୂଚନା ରହିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଦିନକୁ ଦିନ ଯୁବପିଢ଼ି ନିଶା କବଳିତ ହେଉଥିବାବେଳେ ଏହାକୁ ରୋକିବା ଅତ୍ୟାବଶ୍ୟକ ହୋଇପଡ଼ିଥିବା ବୁଦ୍ଧିଜୀବୀମାନେ କହିଛନ୍ତି।
ଆଗରୁ କେବଳ ପୋଲିସ ଏବଂ ଅବକାରୀ ବିଭାଗ ହାତରେ ଧରପଗଡ଼ କ୍ଷମତା ରହିଥିଲା। ଏବେ ଏଥିରେ ସାମିଲ ହୋଇଛି ସ୍ବାସ୍ଥ୍ୟ ବିଭାଗ। ତମାଖୁ ବର୍ଜନ ନେଇ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ହାତକୁ ନେବା, ତମାଖୁ ଫ୍ରି ଜୋନ୍‌ ସୃଷ୍ଟି କରିବା ଆଦି ଦାୟିତ୍ୱ ଦିଆଯାଇଛି। ହେଲେ ଏହା କେବଳ ଲୋକଦେଖାଣିଆ ହୋଇ ରହିଛି।
ଗୁଟ୍‌ଖା, ପାନମସଲା ଭଳି ମାଦକ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ବିଭିନ୍ନ ସମୟରେ ଏକାଧିକ ଆଇନ କାର୍ଯ୍ୟକାରୀ ହୋଇଛି। ୨୦୦୩ରେ ଲାଗୁ କରାଯାଇଥିବା ‘ଦି କଣ୍ଟ୍ରୋଲ ଅଫ୍‌ ଟବାକୋ ପ୍ରଡକ୍ଟ ଆକ୍ଟ’ (କୋଟ୍‌ପା) ସେଥିରୁ ଗୋଟିଏ। ଏହି ଆଇନ ବଳରେ ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷିଦ୍ଧ କରାଯାଇଛି। ତମାଖୁ, ସିଗାରେଟ ସମ୍ପର୍କିତ ବିଜ୍ଞାପନ ଉପରେ କଟକଣା ଜାରି କରାଯାଇଛି। ସେହିପରି ୧୮ ବର୍ଷରୁ କମ୍‌ ବୟସ୍କ ଲୋକଙ୍କୁ ଏପରି ମାଦକ ଦ୍ରବ୍ୟ ବିକ୍ରି କରାଯାଇପାରିବନାହିଁ। ଶିକ୍ଷାୟତରୁ ୧୦୦ ମିଟର ପରିଧି ମଧ୍ୟରେ ଏହାର ବିକ୍ରି ଉପରେ ରୋକ୍‌ ଲଗାଯାଇଛି। ଏପରି ପଦାର୍ଥ ବିକ୍ରି କରାଯାଉଥିବା ପ୍ୟାକେଟରେ ସତର୍କ ସୂଚନା ଲେଖାଯିବା ବାଧ୍ୟତାମୂଳକ କରାଯାଇଛି। ତମାଖୁର ଅବାଧ ବିକ୍ରି, ବେଆଇନ ଉତ୍ପାଦନ ରୋକିବାକୁ ପୋଲିସକୁ ମଧ୍ୟ କ୍ଷମତା ଦିଆଯାଇଛି। କୋଟ୍‌ପା ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତି, ବ୍ୟବସାୟୀ ପ୍ରଥମ ଥର ଧରାପଡ଼ିଲେ ୨ବର୍ଷ ଜେଲ, ୫୦୦୦ ଟଙ୍କା ଜରିମାନାଦଣ୍ଡ ବ୍ୟବସ୍ଥା କରାଯାଇଛି। ସେହିପରି ଏକାଧିକ ଥର ଏପରି କାରବାର କରୁଥିବାବେଳେ ଧରାପଡ଼ିଲେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଯାଏ ତଣ୍ଡ ଗଣିବା ବ୍ୟବସ୍ଥା ରହିଛି। ସେହିପରି ସର୍ବସାଧାରଣ ସ୍ଥାନରେ ଧୂମପାନ, ନାବାଳକଙ୍କୁ ଏପରି ମାଦକ ଦ୍ରବ୍ୟ ବିକ୍ରି ଏବଂ ଶିକ୍ଷାୟତନଠାରୁ ୧୦୦ ମିଟର ଦୂରତାରେ ତମାଖୁ ବିକ୍ରି କଲେ ୨୦୦ ଟଙ୍କା ଜରିମାନା ବ୍ୟବସ୍ଥା କରାଯାଇଛି। ହେଲେ କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହେଉନାହିଁ। ବିଭାଗୀୟ ଅଧିକାରୀମାନେ ଆଇନର କାର୍ଯ୍ୟକାରିତା ବିଷୟରେ ଜାଣୁନାହାନ୍ତି।
ତମାଖୁ ଭଳି ନିଶା ସେବନରେ ଜାତୀୟସ୍ତରରେ ଓଡ଼ିଶାର ସ୍ଥାନ ଦ୍ୱିତୀୟ। ଏହାଦ୍ୱାରା ପ୍ରତିବର୍ଷ ଲକ୍ଷାଧିକ ଲୋକ ଏହାଦ୍ୱାରା ରୋଗଗ୍ରସ୍ତ ହେଉଛନ୍ତି। ମୁଖଗହ୍ବର କର୍କଟ, ଫୁସ୍‌ଫୁସ୍‌ ସଂକ୍ରମଣ ଭଳି ଦୁରାରୋଗ୍ୟ ବ୍ୟାଧି ଆକ୍ରାନ୍ତଙ୍କ ଜୀବନକୁ ଦୁର୍ବିସହ କରିପକାଉଛି। ଏହାସତ୍ତ୍ୱେ କମୁନି ଗୁଟ୍‌ଖା ବିକ୍ରି। ଏପରି ବେଆଇନ କାରବାର ରୋକିବା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଜିଲା ଟିବି ସେଲ୍‌ ସହ ମିଶି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଜିଲାର ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିସହ ସରକାରୀ ଅନୁଷ୍ଠାନଗୁଡ଼ିକୁ ତମାଖୁମୁକ୍ତ କରିବାକୁ ମଧ୍ୟ କୁହାଯାଇଛି। ହେଲେ ଏହା କେବଳ କାଗଜକଲମରେ ସୀମିତ ରହିଛି। ମେ ୩୧ରେ ସାରା ବିଶ୍ୱ ତମାଖୁ ନିରୋଧୀ ଦିବସ ପାଳିଥିବାବେଳେ କାମାକ୍ଷନଗର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେଭଳି ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri