Posted inଜାତୀୟ

ମନ ପସନ୍ଦର ସିଟ୍‌ ନ ମିଳିବାରୁ ସ୍ପାଇସ୍‌ ଜେଟ୍‌ ବିମାନରେ ୨୦ ମିନିଟ୍‌ ଧାରଣା ଦେଲେ ପ୍ରଜ୍ଞା ସିଂ ଠାକୁର

ଭୋପାଳ,୨୨।୧୨: ସ୍ପାଇସ୍‌ ଜେଟ୍‌ ବିମାନରେ ମନ ପସନ୍ଦର ସିଟ୍‌ ନ ମିଳିବାରୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ୨୦ ମିନିଟ୍‌ ଧାରଣା ଦେଇଥିବା କୁହାଯାଉଛି। ବିମାନଟି ଦିଲ୍ଲୀରୁ ଭୋପାଳ ଯାଉଥିଲା। ଏଥିରେ ପ୍ରଜ୍ଞାଙ୍କୁ ୨-ଏ ସିଟ୍‌ ଦିଆଯାଇଥିଲା। ତେବେ ପ୍ରୋଟୋକଲ ଅନୁସାରେ ତାଙ୍କୁ ଏ-୧ ସିଟ୍‌ ଦିଆଯାଉ ବୋଲି ପ୍ରଜ୍ଞା ଚାହୁଁଥିଲେ। ସନ୍ଧ୍ୟା ୭ଟାରେ ବିମାନ ରାଜାଭୋଜ ବନ୍ଦରରେ ଅବତରଣ କରିଥିଲା। ପ୍ରଜ୍ଞା ୨୦ ମିନିଟ୍‌ ପର୍ଯ୍ୟନ୍ତ ବିମାନରୁ ବାହାରି ନ ଥିଲେ। ବିମାନ କର୍ମଚାରୀ ତାଙ୍କୁ ଓହ୍ଲାଇବାକୁ ଅନୁରୋଧ କଲେ ମାତ୍ର ପ୍ରଜ୍ଞା ମନା କରିଥିଲେ। ଏହାପରେ ବନ୍ଦର ନିର୍ଦ୍ଦେଶକ ଅନୀଲ ବିକ୍ରମ ବିମାନରେ ପହଞ୍ଚି ପ୍ରଜ୍ଞାଙ୍କୁ ଅନୁରୋଧ କରିବା ପରେ ସେ ବିମାନରୁ ଓହ୍ଲାଇ ଥିଲେ। ପ୍ରଜ୍ଞା ଧାରଣ ଦେବାରୁ ବିମାନଟି ୨୦ ମିନିଟ୍‌ ବିଳମ୍ବରେ ଭୋପାଳରୁ ଦିଲ୍ଲୀ ଉଡ଼ାଣ କରିଥିଲା। ସେ ସ୍ପାଇସ୍‌ ଜେଟ୍‌ ବିରୋଧରେ ଅଭିଯୋଗ କରିଥିବା କୁହାଯାଉଛି। ତେବେ ପ୍ରଜ୍ଞା ଧାରଣା ଦେଇ ନ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri