ଗର୍ଭବତୀ, ପ୍ରସୂତି ମୃତ୍ୟୁର ତଦନ୍ତ କଲେ ଜିଲାପାଳ

ଛତ୍ରପୁର,୨୨ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଗତ ୮ ମାସ ମଧ୍ୟରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୩୮ ମାତୃ ମୃତ୍ୟୁ ହୋଇଛି। ନିକଟରେ ହୋଇଥିବା ୨ ଗର୍ଭବତୀ ଓ ଜଣେ ପ୍ରସୂତିଙ୍କ ମୃତ୍ୟୁର କାରଣ କ’ଣ ରହିଛି ସେ ସମ୍ପର୍କରେ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ବୈଠକରେ ତଦନ୍ତ ହୋଇଛି। ପୂର୍ବରୁ ଉକ୍ତ ୩ ଜଣଙ୍କର ମୃତ୍ୟୁ ଉପରେ ପ୍ରଥମ ପର୍ଯ୍ୟାୟରେ ସମ୍ପୃକ୍ତ ଅଞ୍ଚଳର ମେଡିକାଲ ଅଫିସର ଏବଂ ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। ଶନିବାର ଅନୁଷ୍ଠିତ ବୈଠକରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ମୃତ୍ୟୁର କାରଣ ପଚାରିବା ସହ ଏଠାରେ ଉପସ୍ଥିତ ଉକ୍ତ ଅଞ୍ଚଳର ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏଏନ୍‌ଏମ୍‌ ଓ ସ୍ଥାନୀୟ ମେଡିକାଲ ଅଫିସରଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। କେଉଁଠି ଅବହେଳା ତ ଆଉ କେଉଁଠି ଠିକ୍‌ ସମୟରେ ବଡ ମେଡିକାଲକୁ ନ ଆଣିବାଠାରୁ ଆରମ୍ଭ କରି ଏପରିକି ଆଇରନ୍‌, ଆଇଏଫ୍‌ ଏ ଓ କ୍ୟାଲସିୟମ୍‌ ବଟିକା ଦିଆଯାଇ ନ ଥିବାରୁ ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଯେଉଁ ଗର୍ଭବତୀମାନଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। ସେମାନଙ୍କୁ ପୂର୍ବରୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତିି କରାଇବାର ବ୍ୟବସ୍ଥା କରିବାକୁ ବୈଠକରେ ଜିଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ୨ ତାରିଖ ଅପରାହ୍ନରେ ୨୦ ମାସର ଗର୍ଭବତୀ ତଥା ବେଗୁନିଆପଡା ବ୍ଲକ କୋଦଳା ଗୁଞ୍ଜୁଳା ଗଁାର ପ୍ରତିମା ବିଶ୍ୱାଳ (୨୦)ଙ୍କର ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ହୋଇଥିଲା। ଗର୍ଭବତୀ ଅବସ୍ଥାରେ ତାଙ୍କୁ ଆଇଏଫଏ ଓ କ୍ୟାଲସିୟମ୍‌ ଦିଆଯାଇ ନ ଥିଲା ବୋଲି ତଦନ୍ତ ବେଳେ ଜଣାପଡିଥିଲା। ସେହିପରି ହିଞ୍ଜିଳି ବ୍ଲକ ରାଳବର ମମତା ଖୁଣ୍ଟିଆ(୨୪) ଜୁଲାଇ ୨୮ ତାରିଖ ଅପରାହ୍ନରେ ଏକ ଶିଶୁ ପୁତ୍ର ବ୍ରହ୍ମପୁର ବଡ ମେଡିକାଲରେ ଜନ୍ମ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ୧୧ ଘଣ୍ଟା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଯନ୍ତ୍ରଣା ଭୋଗୁଥିଲେ ବୋଲି ତଦନ୍ତ ବେଳେ ଜିଲା ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲେ। ୧୧ ଘଣ୍ଟା ପରେ ବ୍ରହ୍ମପୁର ବଡ ମେଡିକାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଦିନ ଭୋର ସମୟରେ ଗର୍ଭବତୀଙ୍କୁ ଅଣାଯାଇଥିଲା ବୋଲି ସ୍ଥାନୀୟ ମେଡିକାଲ ଅଫିସର କହିଥିଲେ। ବେଲଗୁଣ୍ଠା ବ୍ଲକ ଏକତାଲାର ସୁନିତା ଦଳାଇ (୨୭) ଗଭବତୀ ଅବସ୍ଥାରେ ଜୁନ୍‌ ୨୫ରେ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରସବ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଗଭର୍ବତୀ ଅବସ୍ଥାରେ ଯେଉଁସବୁ ମାସିକ ସ୍ବାସ୍ଥ୍ୟଗତ ପରୀକ୍ଷା ହୁଏ ତାହା ଠିକ୍‌ ଭାବେ ହୋଇ ନ ଥିଲା ବୋଲି ତଦନ୍ତ ବେଳେ ଜଣାପଡିଛି। ଏହି ତଦନ୍ତ ବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ, ଏନଏଚମ୍‌ ଡିପିଏମ୍‌ ଶ୍ୟାମସୁନ୍ଦର ତ୍ରିପାଠୀ, ମୃତା ପ୍ରସୂତି ଓ ଗର୍ଭବତୀଙ୍କ ଅଞ୍ଚଳର ଅଙ୍ଗନୱାଡି କର୍ମୀ, ଏଏନ୍‌ଏମ୍‌, ଆଶାକର୍ମୀ ଓ ମେଡିକାଲ ଅଫିସର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri