ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ଷ୍ଟାଣ୍ଡିଂ କମିଟି ବୈଠକ: ଶ୍ରୀମନ୍ଦିର, ସ୍ବର୍ଗଦ୍ୱାରକୁ ଯିବ ବାଲୁଖଣ୍ଡ କାଠ

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ବାତ୍ୟା ‘ଫନୀ’ରେ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟାରେ ନଷ୍ଟ ହୋଇଥିବା ପ୍ରାୟ ୨୦ ଲକ୍ଷ ବୃକ୍ଷରୁ ମାତ୍ର ୨ ଲକ୍ଷ ଗଛ ଏ ପର୍ଯ୍ୟନ୍ତ ସଫା ହୋଇପାରିଛି। ଏହା ଦ୍ୱାରା ହରିଣମାନଙ୍କ ଚଳପ୍ରଚଳରେ ସମସ୍ୟା ସୃଷ୍ଟି ହେବାସହ ସେମାନଙ୍କ ପାଇଁ ନୂତନ ଚାରଣ ଭୂମି ସୃଷ୍ଟି କରିବାରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଏହାଛଡ଼ା ପଡ଼ି ରହିଥିବା ଗଛ ଓ ଡାଳଗୁଡ଼ିକରେ ଆସନ୍ତା ଗ୍ରୀଷ୍ମ ଋତୁରେ ନିଆଁ ଲାଗିଯିବାର ଆଶଙ୍କା ରହିଛି। ତେଣୁ ଉପୁଡ଼ି ପଡ଼ିଥିବା ଓ ଭାଙ୍ଗି ଯାଇଥିବା ଗଛଗୁଡ଼ିକର ଅପସାରଣ ନିମନ୍ତେ ପଦକ୍ଷେପ ନିଆଯିବ। ବାଲୁଖଣ୍ଡ ଅଭୟାରଣ୍ୟରେ ପଡ଼ି ରହିଥିବା ଭଙ୍ଗା ଗଛ ଡାଳ ଏବଂ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ଅଭୟାରଣ୍ୟ ନିକଟସ୍ଥ ୨୮ଟି ସ୍ଥାନୀୟ ପରିବେଶ ବିକାଶ ସମିତିକୁ ସେମାନଙ୍କ ଦୈନନ୍ଦିନ ବ୍ୟବହାର ନିମନ୍ତେ ହସ୍ତାନ୍ତର କରାଯିବ। ବଳକା କାଠଗୁଡ଼ିକୁ ବିନା ମୂଲ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ସ୍ବର୍ଗଦ୍ୱାରକୁ ପ୍ରଦାନ କରାଯିବ। କାଠ କାଟିବା ଓ ପରିବହନ ବାବଦକୁ ଖର୍ଚ୍ଚ ମନ୍ଦିର ପ୍ରଶାସନକୁ ବହନ କରିବାକୁ ହେବ ବୋଲି ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।
ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନଠାରେ ବନ୍ୟପ୍ରାଣୀ ବୋର୍ଡ ଷ୍ଟାଣ୍ଡିଂ କମିଟିର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଲୁଖଣ୍ଡ ଅଭୟାରଣ୍ୟ ବିଷୟ ସହ ନନ୍ଦନକାନନ ‘ରୋପ୍‌-ୱେ’ ନିର୍ମାଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ‘ରୋପ୍‌-ୱେ’ ପର୍ଯ୍ୟଟକମାନଙ୍କ ନିମନ୍ତେ ଏକ ପ୍ରମୁଖ ଆକର୍ଷଣ। କିନ୍ତୁ ଏହା ଅଚଳ ଅବସ୍ଥାରେ ରହିଛି। ପ୍ରସ୍ତାବିତ ୬୨୪ ମିଟର ଦୈର୍ଘ୍ୟ ବିଶିଷ୍ଟ ନୂତନ ‘ରୋପ୍‌-ୱେ’ ନିର୍ମାଣ ଲାଗି ନନ୍ଦନକାନନ ମଧ୍ୟରେ ଛୋଟ ଏବଂ ମଧ୍ୟମ ଧରଣର ପ୍ରାୟ ୩୬ଟି ବୃକ୍ଷ ଛେଦନ କରିବାର ଆବଶ୍ୟକତା ରହିଛି। ଏଥିଲାଗି ଆବଶ୍ୟକ ପ୍ରସ୍ତାବକୁ ବନ୍ୟପ୍ରାଣୀ ବୋର୍ଡ ଅନୁମୋଦନ କରିବା ପରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟକୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।
ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମୋନା ଶର୍ମା ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଧାନ ବନସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟ ତତ୍ତ୍ବାବଧାରକ ଡ. ହରିଶଙ୍କର ଉପାଧ୍ୟାୟ ସବିଶେଷ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ବୈଠକରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଡ. ସନ୍ଦୀପ ତ୍ରିପାଠୀ, ନନ୍ଦନକାନନର ନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶଶି ପଲ୍‌ଙ୍କ ସମେତ ଜଙ୍ଗଲ ଓ ପରିବେଶ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ ଷ୍ଟାଣ୍ଡିଂ କମିଟିର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri