Posted inଜାତୀୟ

ନାଗରିକତ୍ୱ ବିଲ୍‌ ଲୋକ ସଭାରେ ଗୃହୀତ: ସମ୍ବିଧାନ ହେଉଛି ଏକମାତ୍ର ଧର୍ମ

ନୂଆଦିଲ୍ଲୀ,୧୦।୧୨(ପି.ଟି.):ନାଗରିକତ୍ୱ (ସଂଶୋଧନ) ବିଲ୍‌ ଲୋକ ସଭାରେ ସୋମବାର ବିଳମ୍ବିତ ରାତିରେ ଗୃହୀତ ହୋଇଯାଇଛି। ବିଲ୍‌କୁ ନେଇ ୧୨ ଘଣ୍ଟା ଧରି ଜୋର୍‌ଦାର ବିତର୍କ ପରେ ଏହା ନିମ୍ନ ସଦନର ଅନୁମୋଦନ ଲାଭ କରିଛି। ବିଲ୍‌ ସପକ୍ଷରେ ୩୧୧ ଭୋଟ ପଡିଥିବାବେଳେ ବିପକ୍ଷରେ ୮୦ଟି ଭୋଟ ଯାଇଥିଲା। ଏବେ ଏହା ରାଜ୍ୟ ସଭାର ଅନୁମୋଦନ ପାଇଁ ପଠାଯିବ। ବିଲ୍‌ରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇଥିବାରୁ ଏହା ପକ୍ଷପାତମୂକଳ ଓ ସମ୍ବିଧାନ ବିରୋଧୀ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ। ଆଲୋଚନାରେ ଭାଗନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ, ଧର୍ମ ଆଧାରରେ ଦେଶକୁ ବିଭାଜନ କରାଯାଇଥିଲା। ଏହି ବାସ୍ତବତାକୁ ଆମକୁ ଗ୍ରହଣ କରିବାକୁ ହେବ। ଧର୍ମ ଭିତ୍ତିରେ ଦେଶ ବିଭାଜନ ହୋଇ ନ ଥିଲେ ବିଲ୍‌ ଆଣିବାର ଆବଶ୍ୟକ ପଡ଼ି ନ ଥାନ୍ତା। ସମ୍ବିଧାନ ହେଉଛି ନରେନ୍ଦ୍ର ମୋଦି ସରକାରଙ୍କ ଏକମାତ୍ର ଧର୍ମ ବୋଲି ଶାହା କହିଥିଲେ। ବିଲ୍‌ ସମ୍ବିଧାନ ବିରୋଧୀ ବୋଲି ବିପକ୍ଷ ଦଳର ଅଭିଯୋଗକୁ ଶାହା ଖଣ୍ଡନ କରିଥିଲେ। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ସେମାନଙ୍କ ସମ୍ବିଧାନରେ ଇସ୍‌ଲାମକୁ ସେମାନଙ୍କ ରାଷ୍ଟ୍ରଧର୍ମ କରିଛନ୍ତି। ୧୯୫୦ରେ ସ୍ବାକ୍ଷର ହୋଇଥିବା ନେହେରୁ-ଲିଆକତ୍‌ ଚୁକ୍ତିରେ ଉଭୟ ଦେଶ ସଂଖ୍ୟାଲଘୁମାନଙ୍କ ଯତ୍ନ ନେବାର ନିଷ୍ପତ୍ତି ହୋଇଥିଲାବେଳେ ପଡୋଶୀ ଦେଶରେ ସଂଖ୍ୟାଲଘୁ ନିର୍ଯାତିତ ହେଉଛନ୍ତି। ସେଠାରେ ସଂଖ୍ୟାଲଘୁମାନଙ୍କର ଦୋଷ କ’ଣ। ପଡୋଶୀ ଦେଶରେ ସଂଖ୍ୟାଲଘୁ ଅପମାନିତ ହେଲେ ଭାରତ ନୀରବ ଦର୍ଶକ ସାଜିପାରିବ ନାହିଁ ବୋଲି ଶାହା କହିଥିଲେ।
ବିଲ୍‌ ସମ୍ବିଧାନ ବିରୋଧୀ ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ। ଏହା ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ କରୁ ନଥିତ୍ବା ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ। କଂଗ୍ରେସ ନେତା ଶଶୀ ଥରୁର କହିଥିଲେ ଭାରତୀୟ ସମ୍ବିଧାନ ଦ୍ୱୈତ ରାଷ୍ଟ୍ର ସୂତ୍ରକୁ ପ୍ରତ୍ୟାଖ୍ୟାନ କରିଛି। ଭାରତ ଭୂଖଣ୍ଡ ବିଭାଜିତ ହୋଇଥିଲା। ଏହି ବିଲ୍‌ ଭାରତର ଆତ୍ମାକୁ ଭାଗ ଭାଗ କରିଦେବ ବୋଲି ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ନେତା ଶଶୀ ଥରୁର କହିଥିଲେ।
ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ବିଲ୍‌କୁ ବିରୋଧ କରିବା ସହ ଏହାର କପିକୁ ଚିରିଦେଇଥିଲେ। ଦେଶକୁ ବିଭାଜନ କରିବା ଲାଗି ଏଭଳି ବିଲ୍‌ ଅଣାଯାଇଛି। ଭାରତୀୟ ମୁସଲମାନଙ୍କୁ ରାଷ୍ଟ୍ରବିହୀନ କରିବା ଲାଗି ଏହା ଚକ୍ରାନ୍ତ। ଏହା ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବ ବୋଲି ଏଆଇଏମ୍‌ଆଇଏମ୍‌ ଏମ୍‌ପି କହିଥିଲେ। ବିଲ୍‌ ଚିରିବା ଘଟଣାକୁ ଯଥାର୍ଥ କହିବାକୁ ଯାଇ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଜାତୀୟ ପଞ୍ଜୀକରଣ କାର୍ଡ ଚିରିଦେଇଥିବା କଥା କହିଥିଲେ। ସେହିପରି ଦେଶକୁ ବିଭାଜନ କରିବାକୁ ଉଦ୍ୟମ ହେଉଥିବାରୁ ବିଲ୍‌କୁ ସେ ଚିରିଥିବା କହିଥିଲେ।
ପ୍ରବଳ ବିରୋଧ ମଧ୍ୟରେ ସୋମବାର ନାଗରିକତ୍ୱ (ସଂଶୋଧନ) ବିଲ୍‌, ୨୦୧୯ ଉପସ୍ଥାପନ କରାଯାଇଥିଲା। ଏହା ସଂଖ୍ୟାଲଘୁଙ୍କ ବିରୋଧରେ ନୁହେଁ ବରଂ ଅନୁପ୍ରବେଶକାରୀଙ୍କ ବିରୋଧରେ ବୋଲି ବିଲ୍‌ ଉପସ୍ଥାପନ ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା କହିଥିଲେ। ବିଲ୍‌ ପ୍ରତି ଦେଶର ୧୩୦ କୋଟି ଲୋକଙ୍କ ସମର୍ଥନ ରହିଥିବା ସେ ଦାବି କରିଥିଲେ। ସମ୍ବିଧାନ ପ୍ରଦତ୍ତ ଯଥାର୍ଥ ବର୍ଗୀକରଣ ଆଧାରରେ ପ୍ରସ୍ତାବିତ ବିଧେୟକ ଅଣାଯାଇଥିବାରୁ ଏହା କୌଣସି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରିବ ନାହିଁ। ପାକିସ୍ତାନ,ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ଭାରତରେ ରହିଥିବା ଅଣମୁସଲମାନ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ଲାଗି ବିଲ୍‌ ଅଣାଯାଇଛି। ଅତୀତରେ ଅନେକ ଘଟଣାରେ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ ଲାଗି ଆଇନ ପ୍ରସ୍ତୁତ ହୋଇଥିଲା। ୧୯୭୧ରେ ବାଂଲାଦେଶ ସୃଷ୍ଟି ହେବା ପରେ ଏବଂ ଉଗାଣ୍ଡାରେ ଭାରତୀୟଙ୍କ ଉପରେ ଆକ୍ରମଣ ପରେ ଏଭଳି ପଦକ୍ଷେପ ନେବାକୁ ପଡିଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ କହିଥିଲେ।
ପୂର୍ବରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ସୌଗତ ରାୟ, ଏନ୍‌.କେ. ପ୍ରେମ୍‌ଚନ୍ଦ୍ରନ, ଗୌରବ ଗୋଗୋଇ, ଶଶୀ ଥରୁର୍‌, ଅସାଦୁଦ୍ଦିନ ଓଓ୍ବାଇସି ପ୍ରମୁଖ ବିଲ୍‌ ଉପସ୍ଥାପନକୁ ବିରୋଧ କରିଥିଲେ। ସୋମବାର ସକାଳେ ବରିଷ୍ଠ କଂଗ୍ରେସ ସଦସ୍ୟ ଶଶୀ ଥରୁର ଲୋକ ସଭାକୁ ନୋଟିସ ଦେଇ ନାଗରିକତ୍ୱ ବିଲ୍‌ ଉପସ୍ଥାପନକୁ ବିରୋଧ କରାଯିବ ବୋଲି କହିଥିଲେ। ଲୋକ ସଭା କାର୍ଯ୍ୟ ପରିଚାଳନା ନିୟମାବଳୀର ଧାରା ୭୨ ଅନୁଯାୟୀ ସେ ଏହି ନୋଟିସ ଦେଇଥିଲେ। ନାଗରିକତ୍ୱ ସଂଶୋଧନ ବିଲ୍‌ ସମାନତା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ସେ କହିଥିଲେ। ଧର୍ମ ଆଧାରରେ ନାଗରିକତ୍ୱ ପ୍ରଦାନ ପାଇଁ ସରକାର ଉଦ୍ୟମ କରୁଥିବାରୁ ଏହା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ବିରୋଧୀ ନେତାମାନେ ଅଭିଯୋଗ କରିଥିଲେ। ପରେ ମତ ବିଭାଜନ ଜରିଆରେ ବିଲ୍‌କୁ ଆଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri