ଆଈଅଜା କୋଳରେ ମା’ ଛେଉଣ୍ଡ ନାତୁଣୀ

ଅନୁଗୋଳ ଅଫିସ, ୨୮।୫

ଜନ୍ମ ବେଳେ ଝିଅର ଦୁଇ ଗୋଡ଼ ଲାଗି ଯାଇଥିଲା। ତିନି ଦିନ ପରେ ତା ମା’ ବି ମରିଯାଇଥିଲା। ସେହିଦିନୁ ମା ଛେଉଣ୍ଡ ଛୁଆଟିକୁ କୋଳେଇ ନେଇଛୁ ଆମେ ଆଈ ଅଜା। ବହୁ କଷ୍ଟକରି ଅସ୍ତ୍ରୋପଚାର କରାଇଛୁ। ଲାଗିଥିବା ଦୁଇ ଗୋଡ଼ ଏବେ ଅଲଗା ହୋଇଛି। କିନ୍ତୁ ଅଧିକ ଚିକିତ୍ସା ପାଇଁ ଆଉ ପାଖରେ ଅର୍ଥ ନାହିଁ। ବର୍ଷକ ତଳେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅପରେଶନ କରାଇଥିବାରୁ ଏବେ ଆମେ ଅସହାୟ। ପ୍ରଶାସନ ସହାୟତା ଦେଲେ ନାତୁଣୀର ଚିକିତ୍ସା ସମ୍ଭବ ହୋଇପାରନ୍ତା। ବଡ଼ ହୋଇ ସେ ଆମର ସାହାରା ହୋଇପାରନ୍ତା ବୋଲି ଜିଲା ପ୍ରଶାସନ ନିକଟକୁ ଧାଇଁ ଆସିଥିବା ବଅଁରପାଳ ଥାନା ତେନ୍ତୁଳିହତା ଗ୍ରାମର ଶରତ ଚନ୍ଦ୍ର ନାୟକ ଓ ଉଜ୍ଜ୍ୱଳା ନାୟକ କହିଛନ୍ତି।
ଶରତଙ୍କ କହିବା ଅନୁଯାୟୀ, ସେ ମୂଲ ଲାଗିଲେ ଘର ଚଳେ। ଏପରି ଅବସ୍ଥାରେ ବି ଧାର କରଜ କରି ସେ ନାତୁଣୀର ଅପରେଶନ କରାଇଛନ୍ତି। ମା’ ଆରପାରିକୁ ଯିବା ପରଠାରୁ ତା ବାପା ବି କେଉଁ ଆଡ଼େ ଚାଲିଯାଇଛନ୍ତି। ବୟସ ବଢ଼ିବା ସହ ତାଙ୍କ ଅଣ୍ଟାରୁ ବଳ କମିଗଲାଣି। ତଥାପି ମା ଛେଉଣ୍ଡ ନାତୁଣୀକୁ ବଞ୍ଚାଇ ରଖିବାକୁ ସେ ଉଦ୍ୟମ କରୁଛନ୍ତି। ଜୀବନ ଯାକର ସଞ୍ଚୟ ସହ ବନ୍ଧୁବାନ୍ଧବଙ୍କ ଠାରୁ ହାତ ପତେଇ ଚିକିତ୍ସାରେ ଖର୍ଚ୍ଚ କରିସାରିଛନ୍ତି। ତଥାପି ନାତୁଣୀ ମମତା ଏଯାଏ ଭଲ ହୋଇ ପାରୁନାହିଁ। ତେଣୁ ଆଈ ଓ ଅଜା ନାତୁଣୀକୁ ନେଇ ଜିଲାପାଳଙ୍କ ନିକଟକୁ ଆସିଛୁ। ପ୍ରଶାସନକୁ ଗୁହାରି କରିଛୁ। ପୂର୍ବରୁ ଅନେକ ଥର ସାହାଯ୍ୟ ପାଇବା ଆଶାରେ ଜିଲପାଳଙ୍କ କାର୍ଯ୍ୟାଳୟ, ଜନଶୁଣାଣିକୁ ଆସିଥିଲେ ବି ନିରାଶରେ ଫେରିବାକୁ ପଡ଼ିଛି। ଏଥର ଯଦି ପ୍ରଶାସନ କିମ୍ବା କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାନ୍ତେ ନାତୁଣୀଟା ମୋର ଭଲ ହୋଇଯାଆନ୍ତା ବୋଲି ଶରତ ଲୁହ ଛଳ ଛଳ ଆଖିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri