ବିପର୍ଯ୍ୟୟ ସହାୟତା

ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ଆସୁଥିବା ବନ୍ୟା, ବାତ୍ୟା, ଅଂଶୁଘାତ, ବଜ୍ରପାତ, ଅଗ୍ନିକାଣ୍ଡ, ସର୍ପାଘାତ ଆଦିରେ କାହାର ମୃତ୍ୟୁ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଅନୁଗୋଳ ଜିଲାରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ୨୦୧୬ରୁ ୨୦୧୯, ଏହି ୩ ବର୍ଷ ମଧ୍ୟରେ ଜିଲାରେ ମୋଟ୍‌ ୨୫୮ ଜଣ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିଲେ ବି ସେମାନଙ୍କ ମଧ୍ୟରୁ ୫୮ ମୃତକଙ୍କ ପରିବାରକୁ ସରକାରୀ ସହାୟତା ରାଶି ପ୍ରଦାନ କରାଯାଇନାହିଁ। ଏ ନେଇ ସମ୍ପୃକ୍ତ ପରିବାରବର୍ଗ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଛନ୍ତି। ହେଲେ କୌଣସି ପଦକ୍ଷେପ ନିଆଯାଉନାହିଁ। ବ୍ୟବସ୍ଥା ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟରେ କେହି ପ୍ରାଣ ହରାଇଲେ ତୁରନ୍ତ ସମ୍ପୃକ୍ତ ଅଞ୍ଚଳର ତହସିଲଦାର ଜିଲାପାଳଙ୍କୁ ଅବଗତ କରିବେ। ଜିଲାପାଳ ରିପୋର୍ଟ ପାଇବାର ୧୮ ଘଣ୍ଟା ମଧ୍ୟରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ତାଙ୍କ ରିପୋର୍ଟ ଦେବେ। ସ୍ବତନ୍ତ୍ର ରିଲିଫ କମିଶନର ମଧ୍ୟ ୨୪ ଘଣ୍ଟା ମଧ୍ୟରେ ନ୍ୟାଶନାଲ ଡିଜାଷ୍ଟର ଅଥରିଟିଙ୍କୁ ଉକ୍ତ ରିପୋର୍ଟ ସମ୍ପର୍କରେ ଅବଗତ କରାଇବେ। ଏହାକୁ ଫାଷ୍ଟ ଇନଫରମେଶନ୍‌ ରିପୋର୍ଟ (ଏଫ୍‌ଆଇଆର୍‌) ଭାବେ ଧରାଯାଇଥାଏ। ଏହାର ୩ ଦିନ ମଧ୍ୟରେ ତହସିଲଦାର ମୃତ ବ୍ୟକ୍ତିଙ୍କ କେସ୍‌ ରେକର୍ଡ ସହ ଆର୍‌ଆଇ ରିପୋର୍ଟ, ଅପମୃତ୍ୟୁ ମାମଲା ଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିବେ। ଜିଲାପାଳ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଉକ୍ତ ରେକର୍ଡ ପଠାଇବାର ୭ ଦିନ ମଧ୍ୟରେ ଏକ୍ସ-ଗ୍ରାସିଆ (ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ) ୪ ଲକ୍ଷ ଟଙ୍କାର ସହାୟତା ରାଶି ସମ୍ପୃକ୍ତ ପରିବାର ଲୋକଙ୍କୁ ମିଳିବ। କେବଳ ଅଂଶୁଘାତରେ ୫୦ ହଜାର ଟଙ୍କାର ସହାୟତା ରାଶି ଏବେ ପ୍ରଦାନ କରାଯାଉଛି। ତେବେ ଗତ ୩ ବର୍ଷ ମଧ୍ୟରେ ଅନୁଗୋଳ ଜିଲାରେ ସର୍ପାଘାତ, ବଜ୍ରପାତ ଓ ପାଣିରେ ବୁଡ଼ି ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ବଜ୍ରପାତରେ ୩୭, ପାଣିରେ ବୁଡ଼ି ୮୭ ଓ ସର୍ପାଘାତରେ ୧୦୮ ଜଣ ପ୍ରାଣ ହରାଇଥିବା ବେଳେ ଅଗ୍ନିକାଣ୍ଡରେ ୧୦, ଅଂଶୁଘାତରେ ୧୫ ଓ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରୁ ୨୦୦ ମୃତକଙ୍କ ପରିବାରକୁ ସହାୟତା ରାଶି ମିଳିସାରିଛି। ବାକି ୫୮ ମୃତକଙ୍କ ମଧ୍ୟରୁ ଆଠମଲ୍ଲିକ ବ୍ଲକ ଅଞ୍ଚଳର ୧୧, ଅନୁଗୋଳ ବ୍ଲକର ୧୩, ବଅଁରପାଳ ବ୍ଲକର ୬, ତାଳଚେର ବ୍ଲକର ୧୦, ଛେଣ୍ଡିପଦା ବ୍ଲକର ୯, କଣିହଁ। ବ୍ଲକର ୩ ଓ କିଶୋରନଗର ବ୍ଲକର ୫ଜଣଙ୍କ ପରିବାରକୁ ପ୍ରାକୃତିକ ମୃତ୍ୟୁ ଜନିତ ସହାୟତା ରାଶି ଏଯାଏ ମିଳିନାହିଁ। ମାତ୍ର ୭ରୁ ୧୦ ଦିନ ମଧ୍ୟରେ ଉକ୍ତ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ଥିବା ବେଳେ ବର୍ଷ ବର୍ଷ ଧରି ଏଠାରେ ଅବହେଳା କରାଯାଉଛି। ଫଳରେ ମୃତକଙ୍କ ପରିବାର ଲୋକେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଆପାତ୍ତକାଳୀନ ବିଭାଗଠାରୁ ତହସିଲ ପର୍ଯ୍ୟନ୍ତ ବାରମ୍ବାର ଧାଇଁ ଧାଇଁ ହାଲିଆ ହେଉଛନ୍ତି। କିନ୍ତୁ କାହିଁକି ଉକ୍ତ ପରିବାରଗୁଡ଼ିକୁ ସହାୟତା ରାଶି ପ୍ରଦାନ କରାଯାଉନାହିଁ ତାହାର ଉତ୍ତର ଏବେ ବି ଜିଲା ପ୍ରଶାସନ ନିକଟରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri