ମାଡ଼ ଭୟରେ ସ୍କୁଲ ଛାଡ଼ି ଦେଇଥିଲେ

(ଉପେନ୍ଦ୍ର ରାଉତ) ବଅଁରପାଳ,୨୭ା୫: ଜନ୍ମରୁ ଭିନ୍ନକ୍ଷମ। ମାଡ଼ ଭୟରେ ସ୍କୁଲ ଛାଡ଼ିଥିବାରୁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ବେଶୀ ନାହିଁ। ହେଲେ ଜୀବନ ସଂଗ୍ରାମରେ ସେ ହାରି ଯାଇନାହାନ୍ତି। ନିଷ୍ଠା, କଠୋର ପରିଶ୍ରମ ବଳରେ ଜଣେ ସଫଳ ବାଇକ୍‌ ମିସ୍ତ୍ରି ହୋଇପାରିଛନ୍ତି। ଅନୁଗୋଳ କାଞ୍ଚନ ଟକିଜ୍‌ ନିକଟରେ ଗ୍ୟାରେଜ୍‌ କରି ନିଜ ପରିବାର ଚଳାଇବା ସହ ଅନ୍ୟ ୪/୫ଜଣଙ୍କୁ ବି କର୍ମନିଯୁକ୍ତି ଦେଇଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ।
ଏହି ସଫଳ ବାଇକ୍‌ ମିସ୍ତ୍ରି ହେଲେ ଅନୁଗୋଳ ବ୍ଲକ କାଙ୍ଗୁଲା ଗ୍ରାମର ପ୍ରକାଶ ସେଠ (୪୩)। ପୋଲିଓ ଆକ୍ରାନ୍ତ ଯୋଗୁ ପିଲାବେଳେ ବହୁ କଷ୍ଟରେ ଗଁା ସ୍କୁଲକୁ ଯାଉଥିଲେ। ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଥରେ ଶିକ୍ଷକଙ୍କଠାରୁ ଜୋରଦାର ମାଡ଼ ଖାଇଥିଲେ। ସେହିଦିନଠାରୁ ମାଡ଼ ଭୟରେ ସେ ଆଉ ସ୍କୁଲ ଯାଇ ନ ଥିଲେ। ପାଠରେ ଡୋରି ବନ୍ଧା ହେବା ପରେ କିଛି ରୋଜଗାର କରିବାକୁ ସେ ଇଚ୍ଛା କରିଥିଲେ। କିନ୍ତୁ ଭିନ୍ନକ୍ଷମ ଯୋଗୁ ଭଲ କାମଟିଏ ମିଳିଲା ନାହିଁ। ତେଣୁ ବଡ଼ ଭାଇଙ୍କ ଗ୍ୟାରେଜରେ କାମ କରିବାକୁ ନିଷ୍ପତ୍ତି ନେଲେ। ପ୍ରଥମେ ଗ୍ୟାରେଜ ସଫାସୁତୁରା କରୁଥିଲେ। ପରେ ବାଇକ୍‌ ମରାମତି କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କଲେ। ଭାଇଙ୍କଠାରୁ କିଛି ଦିନ କାମ ଶିଖିବା ପରେ ସେ ଭଲ ମିସ୍ତ୍ରିଟିଏ ହୋଇଗଲେ। ଏହାପରେ କାଞ୍ଚନ ଟକିଜ୍‌ ନିକଟରେ ନିଜର ଏକ ଗ୍ୟାରେଜ ଖୋଲି ମରାମତି କାର୍ଯ୍ୟ ଆରମ୍ଭ କଲେ। ଦୀର୍ଘ ୩୦ ବର୍ଷ ହେଲା ସେ ମେକାନିକ କାମ କରୁଛନ୍ତି। ଭଲ କାମ ଜାଣିଥିବାରୁ ତାଙ୍କ ନିକଟକୁ ଆଖ ପାଖ ଅଞ୍ଚଳରୁ ବହୁ ଗାଡ଼ି ମରାମତି ପାଇଁ ଆସୁଛି। ନିଜେ ଏତେ କାର୍ଯ୍ୟ କରିପାରୁ ନ ଥିବାରୁ ପାଖରେ ୪/୫ଜଣଙ୍କୁ ରଖି କାମ କରାଉଛନ୍ତି। ଗ୍ୟାରେଜ୍‌ରୁ ଯାହା ରୋଜଗାର ହେଉଛି ସେଥିରେ ପରିବାର ଚଳାଇବା ସହ ଝିଅ ପୁଅଙ୍କୁ ପଢ଼ାଉଛନ୍ତି। ଭିନ୍ନକ୍ଷମ ହୋଇଥିଲେ ବି କାହାର ଦୟାର ପାତ୍ର ହୋଇ ସେ ବଞ୍ଚତ୍ବାକୁ ଚାହାନ୍ତି ନାହିଁ ବୋଲି ପ୍ରକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri