ମୋଦି ସରକାର ୨.୦; ମଧ୍ୟବିତ୍ତଙ୍କୁ ମିଳିପାରେ ଟିକସ ଛାଡ ଉପହାର

ନୂଆଦିଲ୍ଲୀ,୨୬-୫: ଏନ୍‌ଡିଏ ସରକାର ଆସନ୍ତା ଜୁଲାଇରେ ନିଜର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିପାରନ୍ତି। ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ସରକାର ମଧ୍ୟବିତ୍ତଙ୍କ ଲାଗି ଟିକସ ଛାଡ କରି ସେମାନଙ୍କୁ ଆଶ୍ୱସ୍ତ କରିପାରନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ ଉପସ୍ଥାପନ କରି ସେତେବେଳେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପୀୟୂଷ ଗୋୟଲ କହିଥିଲେ ଯେ, ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ବେଳେ ମଧ୍ୟବିତ୍ତ ଓ ନୂତନ ମଧ୍ୟବିତ୍ତଙ୍କ ଲାଗି ସରକାର ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଇତିମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହା ଇଣ୍ଡଷ୍ଟ୍ରି ପ୍ରତିନିଧି ଏବଂ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା ଆରମ୍ଭ କରିସାରିଛି।
ଆୟକର ଛାଡ
ଅନ୍ତରୀଣ ବଜେଟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ କରାଯାଇଥିଲା। ଏହାକୁ ବଜାୟ ରଖାଯାଇପାରେ। ଏହାବ୍ୟତୀତ, ପୂର୍ଣ୍ଣାଙ୍ଗ ବଜେଟରେ ମଧ୍ୟବିତ୍ତଙ୍କ ଲାଗି ଆୟକର ସ୍ଲାବ୍‌ରେ ପରିବର୍ତ୍ତନ କରାଯାଇପାରେ। ସେହିପରି ଆୟକର ଛାଡ ସୀମାକୁ ୧.୫୦ ଲକ୍ଷ ଟଙ୍କାରୁ ବଢ଼ାଯାଇପାରେ। ୫୦ ବର୍ଷ ଧରି ଚାଲି ଆସୁଥିବା ଆୟକର ଆଇନରେ ସଂଶୋଧନ କରାଯାଇପାରେ। ଏଥିଲାଗି ସରକାର ପୂର୍ବରୁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିସାରିଛନ୍ତି। ଆସନ୍ତା ୩୧ରେ ଏ ସଂକ୍ରାନ୍ତରେ ରିପୋର୍ଟ ମିଳିଯିବ। ଏହାର ସୁପାରିସ୍‌ଗୁଡ଼ିକୁ ବଜେଟରେ ଲାଗୁ କରାଯାଇପାରେ।
କଓ୍ବୋଇସି ସହ ଯୋଡାଯାଇପାରେ ଆଧାର
ଆଧାରକୁ କଓ୍ବୋଇସି ସହ ଯୋଡିଦିଆଯାଇପାରେ। ସୁପ୍ରିମକୋର୍ଟ ରାୟ ପରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ମୋବାଇଲ ଫୋନ୍‌ ଲାଗି ନୂଆ ସିମ୍‌ ପ୍ରଦାନ କରିବା, ଅଣ ଆର୍ଥିକ ନେଣଦେଣ କ୍ଷେତ୍ରରେ ଆଧାର ବାଧ୍ୟତାମୂଳକ ହୋଇ ରହିନାହିଁ। ଏହାପରେ ସରକାର ଆଇନରେ ସଂଶୋଧନ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଏକ ବିଲ୍‌ ଆଣିଲେ। ଏଥିରେ କଓ୍ବୋଇସି ଲାଗି ଆଧାର ବାଧ୍ୟତାମୂଳକ କରାଯାଇଛି। ବର୍ତ୍ତମାନ ଏହି ବିଲ୍‌ ଲୋକ ସଭାରେ ଅନୁମୋଦନ ଲାଭ କରିଥିବା ବେଳେ ରାଜ୍ୟ ସଭାରେ ଅଟକିଛି।
ପେନସନ ଯୋଜନାର ସମୟସୀମା ବୃଦ୍ଧି
ଏହାବ୍ୟତୀତ ବରିଷ୍ଠ ନାଗରିକଙ୍କ ଲାଗି ଆରମ୍ଭ କରାଯାଇଥିବା ପେନସନ ଯୋଜନାର ସମୟସୀମାକୁ ୨୦୨୦ରୁ ବୃଦ୍ଧି କରି ୨୦୨୪ ପର୍ଯ୍ୟନ୍ତ କରାଯାଇଛି। ଏହି ଯୋଜନା ଅଧୀନରେ ବରିଷ୍ଠ ନାଗରିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ।
ଗୃହଋଣ ସବ୍‌ସିଡି
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗୃହଋଣ ଉପରେ ମିଳୁଥିବା ସବ୍‌ସିଡିକୁ ଆସନ୍ତା ୫ ବର୍ଷ ଲାଗି ବୃଦ୍ଧି କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri