ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀ ରାଜି

ଆଙ୍କାରା,୧୮-୧୦(ଏଏଫ୍‌ପି):ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଗୁରୁବାର ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀକୁ ରାଜି କରାଇଛନ୍ତି। ସେ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତେୟିପ୍‌ ଏର୍ଡୋଗାନ୍‌ଙ୍କୁ ଭେଟି କୁର୍ଦ୍ଦିଶ ବଳ ଉପରେ ସାମରିକ ବଳ ରୋକିବାକୁ ପରାମର୍ଶ ଦେଇଛନ୍ତି। ସମସ୍ତ ସାମରିକ ଅଭିଯାନକୁ ଆସନ୍ତା ୧୨୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଫଳରେ ଆମେରିକା କୁର୍ଦ୍ଦିଶ ବଳକୁ ବ୍ୟବସ୍ଥିତ ଉପାୟରେ ପ୍ରତ୍ୟାହାର କରିବାରେ ସହଯୋଗ କରିବ। ସିରିଆର ଉତ୍ତର ସୀମାର ସେହି ଅଞ୍ଚଳରୁ କୁର୍ଦ୍ଦିଶ ବଳକୁ ଆମେରିକା ହଟାଯାଉଛି, ଯେଉଁଠି ତୁର୍କୀ ‘ସେଫ୍‌ ଜୋନ୍‌’ ନିର୍ମାଣ କରିବାକୁ ଚାହୁଁଥିଲା। ଗତ ସପ୍ତାହରେ ତୁର୍କୀ ଏହି ଅଭିଯାନ ଆରମ୍ଭ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା କୁର୍ଦ୍ଦିଶ ବଳକୁ ସୀମାରୁ ପଛକୁ ଘୁଞ୍ଚାଇ ସିରିଆ ଶରଣାର୍ଥୀଙ୍କ ପାଇଁ ନିରାପଦ ଜୋନ୍‌ ତିଆରି କରିବା। ଏହି ଘୋଷଣା ପରେ ‘ଲକ୍ଷ ଲକ୍ଷ ଜୀବନ ବଞ୍ଚତ୍ୟିବ’ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରିଛନ୍ତି। ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଓ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କ ଆଙ୍କାରା ଗସ୍ତ ପୂର୍ବରୁ ଟ୍ରମ୍ପ୍‌ ତାଙ୍କ ତୁର୍କୀ ପ୍ରତିପକ୍ଷ ଏର୍ଡୋଗାନ୍‌ଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ। ଏଥିରେ ସେ ତାଙ୍କୁ ‘ବୋକା ହୁଅନାହିଁ’ ବୋଲି ଚେତାବନୀ ଦେଇଥିଲେ। ତେବେ ଏର୍ଡୋଗାନ୍‌ ଉକ୍ତ ପତ୍ରକୁ ଡଷ୍ଟବିନ୍‌କୁ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ତୁର୍କୀର ସିରିଆ ଆକ୍ରମଣ ପରେ ଗତ ୮ ଦିନ ମଧ୍ୟରେ ଉଭୟ ପକ୍ଷର ୭୨ ନାଗରିକ ଓ ୪୦୦ରୁ ଊର୍ଦ୍ଧ୍ୱ ଯୋଦ୍ଧା ନିହତ ହେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ବାଛନ୍ତି କିମ ଜୋଙ୍ଗ ଉନ, ‘ପ୍ଲେଜର ସ୍କ୍ବାଡ’ରେ ସାମିଲ ଥିବା ଜଣେ ଯୁବତୀ କହିଲେ କିଛି ଅକୁହା କଥା

ପୋଙ୍ଗୟାଙ୍ଗ,୩।୫: ସମୟ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ...

ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri