ମହାରାଷ୍ଟ୍ରରେ କରୋନାକୁ ହରାଇଛନ୍ତି ୮୭ ପ୍ରତିଶତ ପୋଲିସ କର୍ମଚାରୀ

ମୁମ୍ବାଇ, ୪।୧୦: ମହାମାରୀ କରୋନା ଭାଇରସ୍‌ ଦ୍ୱାରା ଭାରତରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ମହାରାଷ୍ଟ୍ର ପୋଲିସ ଲାଗି କରୋନା କେତେ ମାରାତ୍ମକ ସାବ୍ୟସ୍ତ ହୋଇଛି ତାହା ଗତ ୨୪ ଘଣ୍ଟାର ରିପୋର୍ଟରୁ ଜଣାପଡ଼ିଛି। ଶନିବାର ମହାରାଷ୍ଟ୍ରରେ ଆଉ ୧୯୦ ଜଣ ପୋଲିସ କର୍ମଚାରୀ କରୋନା ଚିହ୍ନଟ ହୋଇଛନ୍ତି। ଫଳରେ ଏହି ରାଜ୍ୟରେ ଭାଇରସ୍‌ ଆକ୍ରାନ୍ତ ପୋଲିସ କର୍ମଚାରୀଙ୍କ ସଂଖ୍ୟା ୨୩ ହଜାର ୮୯୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୨୦ ହଜାର ୮୭୧ ଜଣ ପୋଲିସ କର୍ମଚାରୀ ଏହି ମାରାତ୍ମକ ଭାଇରସ୍‌କୁ ପରାସ୍ତ କରି ଆରୋଗ୍ୟ ଲାଭ କରିସାରିଛନ୍ତି। ରାଜ୍ୟରେ ୮୭.୪୦ ପ୍ରତିଶତ ପୋଲିସ କର୍ମଚାରୀ କରୋନାକୁ ପରାସ୍ତ କରିଛନ୍ତି। ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ୨୫୦ ଜଣ ପୋଲିସ କର୍ମଚାରୀ କରୋନାରେ ପ୍ରାଣ ହରାଇ ସାରିଛନ୍ତି। ଏବେ ମଧ୍ୟ ୨,୭୫୮ ଜଣ କର୍ମଚାରୀ ଚିକିତ୍ସାଧୀନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟ, ବାର୍‌ ବନ୍ଦ ଘୋଷଣା: ଘରୁ କାମ କରିବେ କର୍ମଚାରୀ

ମୁମ୍ବାଇ,୪।୪: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି । ଏହା ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ...

ରାହୁଲଙ୍କୁ କ୍ଷମା ମାଗିବାକୁ ପଡ଼ିବ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୨୧।୩: ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଭାରତରେ ବିବାଦ ଦେଖାଦେଇଛି। ନିଜ ମନ୍ତବ୍ୟ ପାଇଁ ରାହୁଲ କ୍ଷମା ମାଗନ୍ତୁ ବୋଲି ଭାଜପା ଦାବି କରୁଛି।...

ଏଏପି ଦଖଲରେ ଏମସିଡି, ଶୈଲୀ ଓବରାଏ ହେଲେ ମେୟର …

ନୂଆଦିଲ୍ଲୀ,୨୨।୨ : ଜାତୀୟ ରାଜଧାନୀ ଦିଲ୍ଲୀକୁ ବୁଧବାର ଏହାର ନୂତନ ମେୟର ମିଳିଛି। ଆମ ଆଦମୀ ପାର୍ଟି(ଏଏପି)ର ପ୍ରାର୍ଥୀ ଡ. ଶୈଲୀ ଓବରାଏ ଦିଲ୍ଲୀ ଏମସିଡର...

ଉତ୍ତେଜକ ଟିଭି କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କର: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯।୧: ଲୋକଙ୍କୁ ହିଂସାକାଣ୍ଡ ଭିଆଇବା ପାଇଁ ଉସୁକାଉଥିବା ଟେଲିଭିଜନ କାର୍ଯ୍ୟକ୍ରମ ଓ ଖବରକୁ ସକ୍ରିୟ ଭାବେ ନିୟନ୍ତ୍ରଣ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର...

ପଞ୍ଜାବ ବିଧାନସଭାରେ ପାରିତ ହେଲା କୃଷି ଆଇନ ବିରୋଧୀ ପ୍ରସ୍ତାବ

ଚଣ୍ଡିଗଡ଼, ୧୧।୧୧: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଗୁରୁବାର ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟ କୃଷିମନ୍ତ୍ରୀ...

୨.୫ କୋଟି ଟଙ୍କାର ବୃତ୍ତି ପାଇଲେ ୧୯ ବର୍ଷୀୟ ଛାତ୍ର

ପାଟନା,୧୫।୧୨: ବିବାହାର ଜଣେ ଛାତ୍ର କମାଲ କରିଛନ୍ତି। ୧୯ ବର୍ଷୀୟ ହ୍ରିତିକ ରାଜ ନାମକ ଏହି ଛାତ୍ର ଜଣଙ୍କ ୨.୫ କୋଟି ଟଙ୍କାର ବୃତ୍ତ ପାଇଛନ୍ତି।...

ଏନ୍‌ଡିଏରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ପାରନ୍ତି ପାଓ୍ବାର

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ମହାଭାରତର ଅଭେଦ୍ୟ ଦୁର୍ଗକୁ ପଶିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ବୋଲି କୁହାଯାଉଛି। ଗୋଟିଏ ପଟେ ଏନ୍‌ସିପି ନେତା ଅଜିତ ପାଓ୍ବାର ଭାରତୀୟ...

ରାଜ୍ୟରେ ୧୪ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୩।୪ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର...

Advertisement
Archives

Model This Week