ମୋବାଇଲରେ ଗେମ୍‌ ଖେଳିବାକୁ ବିରୋଧ କରିବାରୁ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ନାବାଳକ

ବିଞ୍ଝାରପୁର,୪ା୧୦(ଡି.ଏନ.ଏ.): ମୋବାଇଲରେ ଗେମ୍‌ ଖେଳିବାକୁ ମା’ ବିରୋଧ କରିବାରୁ ଜଣେ ନାବାଳକ ରବିବାର ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯାଜପୁର ଜିଲା ବିଞ୍ଝାରପୁର ଥାନା ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମରେ ଏହି ଘଟଣା ଘଟିଛି। ଗ୍ରାମର ନାବାଳକ ଜଣକ ଶନିବାର ଅପରାହ୍ନରେ ମୋବାଇଲରେ ଗେମ୍‌ ଖେଳୁଥିଲେ। ମାତ୍ର ତାଙ୍କ ମା’ ବିରକ୍ତି ହେବା ସହ ମୋବାଇଲ ଛଡାଇ ନେଇଥିଲେ। ଏହି କଥାକୁ କେନ୍ଦ୍ରକରି ନାବାଳକ ରାଗିକି ଘରୁ କେଉଁଆଡେ ଚାଲିଯାଇଥିଲେ। ସନ୍ଧ୍ୟା ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ନଦୀକୂଳରେ ତାଙ୍କ ଜୋତା ପଡ଼ିଥିବାରୁ ସେ ବୁଡିଯାଇଥିବା ସନ୍ଦେହ କରାଯାଇଥିଲା। ରବିବାର ପୂର୍ବାହ୍ନରେ ଖରସ୍ରୋତା ନଦୀର ମଲିଆ ନିକଟରେ ତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ଉଦ୍ଧାର କରିଥିଲେ। ଏଏସ୍‌ଆଇ ସଞ୍ଜୀବ କୁମାର ଥାଟୋଇ ପହଞ୍ଚତ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚ ଅଭାବରୁ ୧.୦୩ କୋଟି ହଡ଼ପ

ଯାଜପୁର ଅଫିସ,୧୬।୧୧: ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧ କୋଟି ୩ ଲକ୍ଷ ୩୯ ହଜାର ୬୮୮ ଟଙ୍କା...

‘ରାଧାମୋହନଙ୍କ ଜୈବିକ ଚାଷ ପଦ୍ଧତି ସମାଜ ପାଇଁ ବରଦାନ’

ଭୁବନେଶ୍ୱର,୧୨।୬(ବ୍ୟୁରୋ): ସମାଜର ବିଭିନ୍ନ ସ୍ରୋତରେ ନିଜକୁ ସାମିଲ କରି କୁସଂସ୍କାର ଦୂର କରିଥିଲେ ପ୍ରଫେସର ରାଧାମୋହନ। ସମାନତା ଆଣିବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।...

କ୍ୱାର୍ଟର୍ସ ନ ଛାଡ଼ିଲେ ପାଣି, ବିଜୁଳି ବନ୍ଦ: ବାଚସ୍ପତି

ଭୁବନେଶ୍ୱର, ୧୬।୯(ବ୍ୟୁରୋ): ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ି ନାହାନ୍ତି। ତେଣୁ ତୁରନ୍ତ କ୍ୱାର୍ଟରସ ଛାଡ଼ିବାକୁ ବାଚସ୍ପତି...

କୋଭିଡ୍‌ ଯୋଗୁ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ):କୋଭିଡ୍‌-୧୯ ଯୋଗୁ ରାଜ୍ୟକୁ ୧୦,୭,୩୩୦ଜଣ ଶ୍ରମିକ ଫେରି ଆସିଛନ୍ତି। ସେମାନଙ୍କ ଜୀବିକା ଉପାର୍ଜନ ପାଇଁ ସରକାର ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନା ମାଧ୍ୟମରେ ରୋଜଗାର...

ପୁରୀ, କୋଣାର୍କକୁ ଗଡ଼ିଲା ‘ମୋ ବସ୍‌’

ଭୁବନେଶ୍ୱର, ୨୭ା୯ (ବ୍ୟୁରୋ)- ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ଆରମ୍ଭ ହୋଇଛି। ରବିବାର ବିଶ୍ୱ ପର୍ଯ୍ୟଟନ ଦିବସରୁ ପର୍ଯ୍ୟଟକମାନଙ୍କ ପାଇଁ ସ୍ବତନ୍ତ୍ର ଉପହାର...

ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜିଦ୍‌ରେ ଅଟଳ ଭାଜପା: ବେକରେ କଳା ଗାମୁଛା ପକାଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସଦସ୍ୟଙ୍କ ଧାରଣା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ଭାଜପା...

କୋଭିଡ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ: ଭଦ୍ରକରୁ ନବୀନ ନିବାସ…

ଭଦ୍ରକ ଅଫିସ,୨୬।୨: ଚାକିରିରେ ପୁନଃ ନିଯୁକ୍ତି ଦାବି କରି କୋଭିଡ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ। ପ୍ରଥମେ ଦୋକାନ ଦୋକାନ ବୁଲି ଭିକ ମାଗିବା ପରେ ଏବେ...

ତାଳଚେର ବିଧାୟକଙ୍କ ଘରେ ଅଗ୍ନିକାଣ୍ଡ: ଜଳିଗଲା ୨ କାର, ୨ ବାଇକ, ସାଇକେଲ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ କାର, ୨ ବାଇକ୍‌...

Advertisement
Archives

Model This Week