ଆମେଥିବାସୀଙ୍କୁ ରାହୁଲଙ୍କ ଇସ୍ରାଏଲି ଗିପ୍ଟ

ଆମେଥିବାସୀଙ୍କୁ ରାହୁଲଙ୍କ ଇସ୍ରାଏଲି ଗିପ୍ଟ

ନୂଆଦିଲ୍ଲୀ,୧୯।୧୧(ପିଟିଆଇ)- କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବାରମ୍ବାର ଆମେଥିକୁ ଧାଉଁଥିବାବେଳେ ସାଂସଦ ରାହୁଲ ଗାନ୍ଧି ସେମାନଙ୍କୁ ଗିପ୍ଟ ଦେଇଛନ୍ତି। ରାହୁଲ କୃଷକଙ୍କୁ ଦେଇଥିବା ପ୍ରତିଶ୍ରୃତି ପାଳନ କରିବାକୁ ଯାଇ ଇସ୍ରାଏଲରୁ କଦଳୀ ଚାରା ସଂଗ୍ରହ କରି ସେମାନଙ୍କୁ ବଣ୍ଟନ କରିଛନ୍ତି। କଂଗ୍ରେସ ପ୍ରବକ୍ତା ଅଂଶୁଲ ଅଗସ୍ତିଙ୍କ ଅନୁଯାୟୀ ସ୍ଥାନୀୟ କୃଷକ ସେମାନଙ୍କ ସାଂସଦ ରାହୁଲଙ୍କୁ ଭେଟିଥିଲେ। କଦଳୀ ଚାଷକୁ ନେଇ ସେମାନେ ରାହୁଲଙ୍କ ସହ କଥା ହୋଇଥିଲେ।

ମହିଳା କବି ସମ୍ବର୍ଦ୍ଧିତ

ମହିଳା କବି ସମ୍ବର୍ଦ୍ଧିତ

ବଇଣ୍ଡା,୧୯।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ତ୍ରିଧାରା ସାହିତ୍ୟ ସଂସଦର ମହିଳା କବି ପ୍ରତିଭା ସାହୁଙ୍କୁ  ରବିବାର କଟକ ଜିଲା ଟାଉନ୍‌ ରୋଡ଼ ଶ୍ରୀରାମଚନ୍ଦ୍ର ଭବନଠାରେ ସମ୍ବର୍ଦ୍ଧିତ କରାଯାଇଛି।

ନାକିଚିରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୮୬ ପ୍ରକଳ୍ପ ପାଇଁ ୫ କୋଟି ମଞ୍ଜୁର

ନାକିଚିରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୮୬ ପ୍ରକଳ୍ପ ପାଇଁ ୫ କୋଟି ମଞ୍ଜୁର

ବଇଣ୍ଡା,୧୯।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ନାକିଚି ପଞ୍ଚାୟତ ବଡ଼ ଡଙ୍ଗିଆଣି ଗ୍ରାମ ଖେଳ ପଡ଼ିଆଠାରେ ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ  ସୋମବାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀଲିଙ୍ଗରାଜ ମନ୍ଦିରରେ ପଞ୍ଚକ ଆରମ୍ଭ: ପ୍ରସାଦ ମିଳିଲାନି, ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଶ୍ରୀଲିଙ୍ଗରାଜ ମନ୍ଦିରରେ ପଞ୍ଚକ ଆରମ୍ଭ: ପ୍ରସାଦ ମିଳିଲାନି, ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ପୁରୁଣାଭୁବନେଶ୍ୱର, ୧୯ା୧୧( ଡି.ଏନ.ଏ.)-  କାର୍ତ୍ତିକ ମାସର ଶେଷ ସୋମବାର ସହ ପବିତ୍ର ପଞ୍ଚକ ପାଇଁ ଏକାମ୍ରକ୍ଷେତ୍ର ବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ଶ୍ରୀଲିଙ୍ଗରାଜଙ୍କ ରାଇ ଦାମୋଦର ବେଶ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା।

କାର-ବାଇକ୍‌ ଧକ୍କା, ଜଣେ ମୃତ

କାର-ବାଇକ୍‌ ଧକ୍କା, ଜଣେ ମୃତ

ବାଉଁଶୁଣୀ,୧୯।୧୧(ଡି.ଏନ୍‌.ଏ): ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅଧୀନ ଅଁଳାପାଲି ଛକ ନିକଟରେ ସୋମବାର ପୂର୍ବାହ୍ନ ୧୧ଟା ୪୦ମିନିଟ୍‌ ସମୟରେ କାର ଓ ବାଇକ୍‌ ମୁହାଁମୁୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁଜିତ ରଣା(୪୫)। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଛି। କାର୍‌ ଡ୍ରାଇଭର ଫେରାର ଅଛନ୍ତି । 

ସାମାଜିକ ଗଣମାଧ୍ୟମରେ ଆତଙ୍କବାଦୀଙ୍କ ସାଧାରଣ ଲୋକଙ୍କୁ ହତ୍ୟା ଭିଡିଓ

ସାମାଜିକ ଗଣମାଧ୍ୟମରେ ଆତଙ୍କବାଦୀଙ୍କ ସାଧାରଣ ଲୋକଙ୍କୁ ହତ୍ୟା ଭିଡିଓ

ଶ୍ରୀନଗର,୧୯।୧୧(ପିଟିଆଇ)- ଆତଙ୍କବାଦୀମାନେ ନିର୍ଦ୍ଦୋଷ ସାଧାରଣ ଲୋକଙ୍କ ହତ୍ୟା ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡୁଥିବାରୁ ଜାମ୍ମୁ କାଶ୍ମୀର ପୋଲିସ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି।

ବାୟୁ ପ୍ରଦୂଷଣ: ଦିଲ୍ଲୀକୁ ପଛରେ ପକାଇଲା କୋଲକତା

ବାୟୁ ପ୍ରଦୂଷଣ: ଦିଲ୍ଲୀକୁ ପଛରେ ପକାଇଲା କୋଲକତା

ନୂଆଦିଲ୍ଲୀ,୧୯।୧୧: ବାୟୁ ପ୍ରଦୂଷଣରେ ଦେଶରେ ରାଜଧାନୀ ଦିଲ୍ଲୀ ଆଗରେ ରହିଛି। ତେବେ ଗତ ୭୨ ଘଣ୍ଟା ମଧ୍ୟରେ କୋଲକତା ମେଟ୍ରୋର ବାୟୂ ପ୍ରଦୂଷଣ ହାର ଦିଲ୍ଲୀକୁ ପଛରେ ପକାଇ ଦେଇଛି।

ଏସସିଙ୍କ ଅନୁଦାନ ହ୍ରାସ ନେଇ ବିଧାନସଭାରେ ହଙ୍ଗାମା: ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଏସସିଙ୍କ ଅନୁଦାନ ହ୍ରାସ ନେଇ ବିଧାନସଭାରେ ହଙ୍ଗାମା: ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): କେନ୍ଦ୍ରରୁ ଅନୁସୂଚିତ ଜାତି ବର୍ଗର ଛାତ୍ରୀଛାତ୍ରଙ୍କ ମେଧାବୃତ୍ତି ପାଇଁ ମିଳୁଥିବା ଅନୁଦାନ ହ୍ରାସ କରିବା ଏବଂ ସଚିବାଳୟରେ ସିବିଆଇ ପ୍ରବେଶ କରିବା ଘଟଣାକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଛି। ଉଭୟ ଶାସକ ଓ ବିରୋଧୀ ଦଳଙ୍କ ଗର୍ଜନରେ ଗୃହକାର୍ଯ୍ୟ ଅଚଳ ହୋଇଯାଇଛି। ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଗୃହକୁ  ଅପରାହ୍ଣ ୩ ପର୍ଯ୍ୟନ୍ତ ବାଚସ୍ପତି ପ୍ରଦୀପ ଅମାତ ମୁଲତବୀ ଘୋଷଣା କରିଛନ୍ତି।

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଦୁଇ ଜଷ୍ଟିସ୍‌

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଦୁଇ ଜଷ୍ଟିସ୍‌

କଟକ ଅଫିସ୍‌, ୧୯।୧୧: ହାଇକୋର୍ଟ ବିଚାରପତି ଭାବେ ଶତ୍ରୁଘ୍ନ ପୂଜାହାରୀ ଓ ଡ. ଅକ୍ଷୟ କୁମାର ମିଶ୍ର ସୋମବାର ପୂର୍ବାହ୍ନ ୧୦ଟା ୧୫ରେ ଶପଥ ନେଇଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ. ଝାବେରୀ ଦୁଇ ଜଷ୍ଟିସଙ୍କୁ ଶପଥ ପାଠ କରାଇଛନ୍ତି।

ଭିନ୍ନତାରେ ଏକତା: ଭାରତ ସାଜିଛି ପୃଥିବୀ ପାଇଁ ଉଦାହରଣ

ଭିନ୍ନତାରେ ଏକତା: ଭାରତ ସାଜିଛି ପୃଥିବୀ ପାଇଁ ଉଦାହରଣ

ନୂଆଦିଲ୍ଲୀ,୧୯।୧୧: ଭିନ୍ନତାରେ ରହିଛି ଭାରତବାସୀଙ୍କ ମଧ୍ୟରେ ଏକତା। ଏହା ପୃଥିବୀ ପାଇଁ ପାଲଟିଛି ଏକ ଉଦାହରଣ। ଭିନ୍ନ ପରିବେଶ, ଭୌଗୋଳିକ ସ୍ଥିତି, ସଂସ୍କୃତି, ପରମ୍ପରା, ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ, ଭାଷା, ଖାଦ୍ୟ, ପୋଷାକ ଆଦି ଭାରତୀୟ ଉପମହାଦେଶରେ ହୋଇଥାଏ ଦୃଷ୍ଟିଗୋଚର।

ପଞ୍ଚୁକ ଆରମ୍ଭ: ଶ୍ରୀମନ୍ଦିରରେ ଜମୁଛି ଭିଡ

ପଞ୍ଚୁକ ଆରମ୍ଭ: ଶ୍ରୀମନ୍ଦିରରେ ଜମୁଛି ଭିଡ

ପୁରୀ ଅଫିସ୍‌, ୧୯।୧୧: ସୋମବାରଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଛି। ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେଉଛି। 

ଆଣ୍ଟିବାୟୋଟିକ୍‌ ପ୍ରତିରୋଧ: ପ୍ରତିବର୍ଷ ଦେଶରେ ୫୮ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି

ଆଣ୍ଟିବାୟୋଟିକ୍‌ ପ୍ରତିରୋଧ: ପ୍ରତିବର୍ଷ ଦେଶରେ ୫୮ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୧୧: ଆଣ୍ଟିବାୟୋଟିକ୍‌ ପ୍ରତିରୋଧ ଯୋଗୁ ପ୍ରତିବର୍ଷ ଦେଶରେ ୫୮ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି। ସେଣ୍ଟର ଫର୍‌ ଡିଜିଜ୍‌ ଡାଇନାମିକ୍‌ ଇକୋନୋମିକ୍ସ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ଆଜିଠୁ ପଞ୍ଚୁକ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ଆଜିଠୁ ପଞ୍ଚୁକ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୁରୀ ଅଫିସ, ୧୯।୧୧: ସୋମବାରଠାରୁ ଆରମ୍ଭ ହେବ ମହା କାର୍ତ୍ତିକର ପଞ୍ଚୁକ ବ୍ରତ। କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚୁକ ବେଶ ଅନୁଷ୍ଠିତ ହେବ। ଆସନ୍ତା ୧୯ ତାରିଖରେ ହରି ଉତ୍‌ଥାପନ ଏକାଦଶୀ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହେବା ସହିତ ମହାପ୍ରଭୁଙ୍କ ଠିଆକିଆ ତଥା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ସେହିପରି ୨୦ ତାରିଖରେ ମହାପ୍ରଭୁଙ୍କ ବାଙ୍କଚୂଡ, ୨୧ରେ ତ୍ରିବିକ୍ରମ, ୨୨ରେ ଲକ୍ଷ୍ମୀନୃସିଂହ ଏବଂ ୨୩ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହେବ।

ଗୋଇନ୍ଦା ରିପୋର୍ଟ ସତ ହେଲା: ଅମୃତସର ନିରଙ୍କାରୀ ଭବନ ଉପରେ ଗ୍ରେନେଡ୍‌ ମାଡ଼

ଗୋଇନ୍ଦା ରିପୋର୍ଟ ସତ ହେଲା: ଅମୃତସର ନିରଙ୍କାରୀ ଭବନ ଉପରେ ଗ୍ରେନେଡ୍‌ ମାଡ଼

ଅମୃତସର,୧୮।୧୧: ପଞ୍ଜାବ ଅମୃତସରରେ ଦୁଇ ସନ୍ଦିଗ୍ଧ ଯୁବକ କରିଛନ୍ତି ଗ୍ରେନେଡ୍‌ ମାଡ଼। ସ୍ଥାନୀୟ ରାଜାସାଂସୀ ଗାଁର ନିରଙ୍କାରୀ ଭବନ ଉପରେ ବାଇକ୍‌ରେ ଆସି ଯୁବକ ଦ୍ୱୟ ଏଭଳି କାଣ୍ଡ ଭିଆଇଛନ୍ତି। 

ଗଛକଟା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗଛକଟା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ):  ବିୟର ଫ୍ୟାକ୍ଟ୍ରି ପାଇଁ ସହସ୍ରାଧିକ ଗଛ କାଟିବା ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।

ଆୟୁଷ ଯୋଜନା: ଘରୋଇ ହସ୍ପିଟାଲରେ ୬୮ପ୍ରତିଶତ ହିତାଧିକାରୀଙ୍କ ଚିକିତ୍ସା

ଆୟୁଷ ଯୋଜନା: ଘରୋଇ ହସ୍ପିଟାଲରେ ୬୮ପ୍ରତିଶତ ହିତାଧିକାରୀଙ୍କ ଚିକିତ୍ସା

ନୂଆଦିଲ୍ଲୀ,୧୮।୧୧: ଆୟୁଷ ଯୋଜନାରେ ୬୮ ପ୍ରତିଶତ ହିତାଧିକାରୀଙ୍କୁ ଘରୋଇ ହସ୍ପିଟାଲରେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ଏହା କାର୍ଯ୍ୟକାରୀ ହେଉଛି।

ଫଟୋରେ ଖବର

ସେଲଫି ମାନିଆ
ସେଲଫି ମାନିଆ

View
ଅଷ୍ଟ୍ରେଲିଆ ଗସ୍ତ କଲା ଭାରତୀୟ ଦଳ
ଅଷ୍ଟ୍ରେଲିଆ ଗସ୍ତ କଲା ଭାରତୀୟ ଦଳ

View
ଖବରକାଗଜକୁ ବୁଲି ଦେଖୁଛନ୍ତି ଯୁବତୀ
ଖବରକାଗଜକୁ ବୁଲି ଦେଖୁଛନ୍ତି ଯୁବତୀ

View
ଜାତୀୟ ପ୍ରେସ ଦିବସ
ଜାତୀୟ ପ୍ରେସ ଦିବସ

View
କଳିଙ୍ଗସେନାର ଅଷ୍ଟାଦଶ ପ୍ରତିଷ୍ଠା ଉତ୍ସବ
କଳିଙ୍ଗସେନାର ଅଷ୍ଟାଦଶ ପ୍ରତିଷ୍ଠା ଉତ୍ସବ

View
ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଲୋଚନା
ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଲୋଚନା

View
ପୁରୁଣା ଷ୍ଟେଶନ୍‌ ବଜାର କାଳୀ ପୂଜା
ପୁରୁଣା ଷ୍ଟେଶନ୍‌ ବଜାର କାଳୀ ପୂଜା

View
ଦୀପାବଳି ଅବସରରେ ସତ୍ୟନଗର କାଳୀମନ୍ଦିରର ଦୃଶ୍ୟ
ଦୀପାବଳି ଅବସରରେ ସତ୍ୟନଗର କାଳୀମନ୍ଦିରର ଦୃଶ୍ୟ

View
ପବିତ୍ର ଦୀପାବଳି ଅବସରରେ ଉତ୍ସବମୁଖର ଶ୍ରୀକ୍ଷେତ୍ର
ପବିତ୍ର ଦୀପାବଳି ଅବସରରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

View
ମୋ ବସ୍‌ର ଶୁଭାରମ୍ଭ
ମୋ ବସ୍‌ର ଶୁଭାରମ୍ଭ

View

Model This Week

ଶ୍ରେଷ୍ଠା

ବାଣିଜ୍ୟ

Video News

ନୂତନ ବିଚାରପତି ଭାବେ ଶପଥ ପାଠ

୫୯ତମ ଦୌଡ କୁଦ ପ୍ରତିଯୋଗିତା ଉଦଘାଟନୀ ଉତ୍ସବ

ଅଳିଅା ଗଦାରୁ ପୋଲିସ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର

ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ୪ ମହଲାରୁ ଡେଇଁ ଯୁବକଙ୍କ ମୃତ୍ୟୁ

ମେଗା କାର୍ଡିଅାକ୍ ଶିବିରର ଶୁଭାରମ୍ଭ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଅାର ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା

କଟକ ବାଲିଯାତ୍ରା ପଡିଅାକୁ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ଓ ପ୍ରଶାସନିକ ସହକର୍ମୀମାନେ ସଫା କରୁଛନ୍ତିି

ପାପିନା ବେହେରା ହତ୍ୟାକାଣ୍ଡ ମାମଲା

କାମାକ୍ଷା ନଗର କାନପୁରା ଉଚ୍ଚ ବିଦ୍ୟାଳୟରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ