ରାତ୍ରିଭୋଜନ ବିଳମ୍ବରେ କରୁଥିଲେ, ହୋଇଯାନ୍ତୁ ସାବଧାନ: ନ ହେଲେ ହେବ ଏସବୁ ରୋଗ

ବିଭିନ୍ନ କାର୍ଯ୍ୟବ୍ୟସ୍ତତା ସହ ପରିବାର ସଦସ୍ୟ ଓ ପିଲାଙ୍କ ଖାଇବା ପରେ ଅଧିକାଂଶ ମହିଳା ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ନିଜ ଖାଦ୍ୟ ପ୍ରତି ଅବହେଳା କରିବସିବା ଯେ ଅପରପକ୍ଷେ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ସେ ଦିଗରେ ସେମାନେ ଯତ୍ନଶୀଳ ନ ଥାନ୍ତି । ଯଦି ଆପଣଙ୍କର ବି ରାତ୍ରିଭୋଜନ ବିଳମ୍ବରେ କରିବାର ଅଭ୍ୟାସ ରହିଛି ତେବେ କେତୋଟି କଥା ନିହାତି ଜାଣିରଖନ୍ତୁ…
ମେଦବହୁଳତା: ଡେରିରେ ଖାଇବା ଦ୍ୱାରା ଖାଦ୍ୟ ହଜମ ନ ହୋଇ ପାରିବା କାରଣରୁ ଅନେକଙ୍କଠାରେ ମେଟାବଲିଜମ୍‌ ସ୍ତର ଅନିୟନ୍ତ୍ରିତ ହୋଇଥାଏ। ଶରୀରରେ ଅଧିକ କ୍ୟାଲୋରି ଜମାହେବା ଫଳରେ ମେଦବହୁଳତା ଦେଖାଦିଏ, ଯାହାକି ପରବର୍ତ୍ତୀ ସମୟରେ ଡାଇବେଟିସ୍‌, ବ୍ଲଡ୍‌ପ୍ରେସର ଭଳି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ।
ଦେଖାଦିଏ ପାଚନ ସମସ୍ୟା: ରାତି ଖାଇବା ଡେରି ହେଲେ ହଜମକ୍ରିୟା ବାଧାପ୍ରାପ୍ତ ହୁଏ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନେକେ ବିଳମ୍ବରେ ଖାଉଥିବାରୁ ସଙ୍ଗେ ସଙ୍ଗେ ଶୋଇପଡ଼ନ୍ତି। ଫଳରେ ବଦହଜମି, ଏସିଡିଟି ହେବା ସହ ଛାତି ଜଳିବା, ଆମ୍ବିଳା ହାକୁଟି ହେବା ଭଳି ସମସ୍ୟା ଦେଖାଦିଏ। ତେଣୁ ପ୍ରତ୍ୟେକ ମହିଳା ରାତିରେ ବିଳମ୍ବ ନ କରି ପ୍ରତିଦିନ ଖାଇବାର ଏକ ଠିକ୍‌ ସମୟ ନିର୍ଦ୍ଧାରଣ କରିବା ଆବଶ୍ୟକ। ଏହାଦ୍ୱାରା ଖାଇବା ପରେ ଅଳ୍ପ ସମୟ ଚାଲବୁଲ କିମ୍ବା ଘରର କାମ କରିବା ପାଇଁ ସମୟ ମିଳିବ, ଯାହାକି ଖାଦ୍ୟ ଭଲ ଭାବେ ହଜମ ହେବାରେ ସାହାଯ୍ୟ କରିବ।
ଦେଖାଦିଏ ନିଦ୍ରାହୀନତା: ଅନେକ ମହିଳା ରାତିରେ ନିଦ ହେଉ ନ ଥିବା ନେଇ ଅଭିଯୋଗ କରିଥାଆନ୍ତି। ହେଲେ ଏକ ଗବେଷଣା ରିପୋର୍ଟ ମୁତାବକ ରାତ୍ରିଭୋଜନ ବିଳମ୍ବରେ କରିବା ଦ୍ୱାରା ବଦହଜମୀ, ଗ୍ୟାସ୍‌ ଭଳି ବିଭିନ୍ନ ସମସ୍ୟା ଉପୁଜିବା ସହ ରାତିରେ ନିଦ୍ରା ବାଧାପ୍ରାପ୍ତ ହୋଇଥାଏ। କେବଳ ଏତିକି ନୁହେଁ, ମସ୍ତିଷ୍କ ଠିକ୍‌ ଭାବେ ବିଶ୍ରାମ ନ ପାଇବାରୁ କେତେକଙ୍କଠାରେ ଅଜବ ସ୍ବପ୍ନ ମଧ୍ୟ ଆସିଥାଏ।
ପ୍ରଭାବିତ କରେ ମାନସିକ ସ୍ବାସ୍ଥ୍ୟ: ବିଳମ୍ବିତ ରାତିରେ ଖାଇବା ଦ୍ୱାରା ହଜମକ୍ରିୟା ବାଧାପ୍ରାପ୍ତ ହେବା ସହ ଠିକ୍‌ ଭାବେ ନିଦ ନ ହେବା କାରଣରୁ ମାନସିକ ସ୍ତରରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ବାରମ୍ବାର ଏପରି ହେବା ଦ୍ୱାରା ଚିଡ଼ିଚିଡ଼ା ଲାଗିବା, ଡିପ୍ରେଶନ ଭଳି ବିଭିନ୍ନ ମାନସିକ ସମସ୍ୟା ଦେଖାଦେଇଥାଏ। ତେଣୁ ଏସବୁ ସମସ୍ୟାଠୁ ଦୂରେଇରହିବା ଲାଗି ପ୍ରତିଦିନ ରାତିରେ ଶୀଘ୍ର ଖାଇବାକୁ ଚେଷ୍ଟା କରନ୍ତୁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

‘ଇରାନ ଶାନ୍ତି ବାର୍ତ୍ତା ପାଇଁ ଭିକ ମାଗୁଛି’, ଜାଣନ୍ତୁ କିଏ କହିଲେ ଏମିତି

ତେହରାନ,୪।୮: ସମ୍ଭାବ୍ୟ ଯୁଦ୍ଧ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହରାନ ସହିତ ଆଲୋଚନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି।…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

ଚିନ୍ତାଜନକ ରିପୋର୍ଟ, ଦିଲ୍ଲୀର ମାଛରେ ମିଳିଲା ଅତ୍ୟାଧିକ ପ୍ଲାଷ୍ଟିକ….

ନୂଆଦିଲ୍ଲୀ,୪।୮(ପି.ଟି.): ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀର ମାଛମାନଙ୍କଠାରେ ହରିୟାଣାର ନଦୀପଥ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ (ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା) ଜମା ହୋଇଥିବା ଏକ ଚାଞ୍ଚଲ୍ୟକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri