Posted inଫୁରସତ

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି କେହି ସଙ୍ଗୀତ ମାଧ୍ୟମରେ ନିଜର ଭାବନା ପ୍ରକାଶ କରନ୍ତି। ଚାଇନାର କିଛି ଜନଜାତି ମଧ୍ୟରେ ଏକ ଅନନ୍ୟ ପ୍ରଥା ଶତାବ୍ଦୀ ଧରି ପ୍ରଚଳିତ, ଯାହାକୁ ଆଜିର ସମୟରେ ଅଜବ ଏବଂ ଅସାଧାରଣ ବୋଲି ବିବେଚନା କରାଯାଇପାରେ। ଏହି ପ୍ରଥା ପ୍ରେମ ସମ୍ପର୍କ ସହ ଜଡ଼ିତ। ଏଠାରେ ପ୍ରେମ ପ୍ରକାଶ କରିବା ପାଇଁ ଯୁବତୀଯୁବକ ପରସ୍ପରକୁ କାମୁଡ଼ି ଥାଆନ୍ତି।
ପରମ୍ପରା ‘ୟାଓ ସୋ ଡିଂ କିଙ୍ଗ୍‌’ ନାମରେ ଜଣାଶୁଣା, ଯାହାର ଅର୍ଥ ‘ହାତ କାମୁଡ଼ି ପ୍ରେମକୁ ମୁଦ୍ରିତ କର’। ଏହା ଚାଇନାର ହାଇନାନ ପ୍ରଦେଶରେ ରହୁଥିବା ମିଆଓ ସମ୍ପ୍ରଦାୟର ଏକ ପାରମ୍ପରିକ ପ୍ରଥା। ୨୦୧୭ ମସିହାରେ ଏହି ପରମ୍ପରାକୁ ଆନୁଷ୍ଠାନିକ ଭାବେ ଏକ ପ୍ରାଦେଶିକ ସ୍ତରୀୟ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ଭାବରେ ନାମିତ କରାଯାଇଥିଲା।
ଏହି ଅନନ୍ୟ ପ୍ରଥା ସାଧାରଣତଃ ସୁପାରି(ବିଟଲ ପାମ୍‌) ବୃକ୍ଷ ତଳେ କରାଯାଏ। ମିଆଓ ସଂସ୍କୃତିରେ ସୁପାରି ବୃକ୍ଷକୁ ଅନନ୍ତ ପ୍ରେମ ଏବଂ ସ୍ଥାୟିତ୍ୱର ପ୍ରତୀକ ଭାବରେ ବିବେଚନା କରାଯାଏ। ପ୍ରତିବର୍ଷ ତୃତୀୟ ମାସର ତୃତୀୟ ଦିନରେ ପଡୁଥିବା ଏହି ବିଶେଷ ପର୍ବରେ ଯୁବତୀଯୁବକମାନେ ଉକ୍ତ ଗଛଗୁଡ଼ିକର ଛାଇ ତଳେ କିମ୍ବା ଘାସ ପାହାଡ଼ ଉପରେ ଏକାଠି ହୁଅନ୍ତି। ସେମାନେ ଲୋକଗୀତ ମାଧ୍ୟମରେ ପରସ୍ପର ସହ ଯୋଗାଯୋଗ କରନ୍ତି; ଯାହା ପ୍ରେମ, ଭାବନା ଏବଂ ଜୀବନସାଥୀ ପାଇବାର ଆଶାକୁ ପ୍ରକାଶକରେ। ଯେତେବେଳେ ଜଣେ ଯୁବକ ଜଣେ ଯୁବତୀଙ୍କ ପ୍ରତି ଆକର୍ଷିତ ହୁଅନ୍ତି, ସେ ରାତିରେ ନାକ ବଂଶୀ କିମ୍ବା ପତ୍ରରୁ ତିଆରି ସିଟି ପରି ବାଦ୍ୟଯନ୍ତ୍ର ବଜାଇ ନିଜର ଭାବନା ପ୍ରକାଶ କରନ୍ତି। ଯୁବତୀ ଜଣକ ଏହି ସୁମଧୁର ଶବ୍ଦରେ ଲୁଚି ରହିଥିବା ପ୍ରେମକୁ ଅନୁଭବ କରିବା ସହ ପ୍ରତିକ୍ରିୟା ମଧ୍ୟ ଜଣାନ୍ତି। କିନ୍ତୁ ଶବ୍ଦ ନୁହେଁ, କାମୁଡ଼ି ଦେଇ ନିଜ ମନୋଭାବ ପ୍ରକାଶ କରିଥାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଛାତ୍ର ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ,୨୨।୫: ଲକ୍ଷ୍ନୌର ଆଲିଗଞ୍ଜରେ ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ଛାତ୍ର କୋଚିଂ ସେଣ୍ଟର…

ଲଭ୍, ସେକ୍ସ ଓ ଧୋକା: ବନ୍ଧା ହେଲେ ଡାକ୍ତର

ଭୁବନେଶ୍ୱର, ୨୨।୬: ପ୍ରେମ ସମ୍ପର୍କର ଆଳରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଠକି…

ନାବାଳିକାକୁ ଜଙ୍ଗଲକୁ ନେଇ କରିଥିଲେ ବଳାତ୍କାର, ଏବେ କୋର୍ଟ ଶୁଣାଇଲେ ସଜା, ଅଭିଯୁକ୍ତଙ୍କୁ…

କଟକ,୨୨।୬(ପ୍ରଭୁ କଲ୍ୟାଣ ପାଲ୍‌): ନୃଶଂସତାର ସୀମା ପାର୍‌ । ଗାଁ ଟିୱେଲ ମୂଳରୁ ଟେକି ନେଇ ଜଙ୍ଗଲରେ ବଳାତ୍କାର। ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଜା ଶୁଣାଇଲେ…

ଲାଲୁ ଜଣେ ବଡ଼ ଖଳନାୟକ: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ପାଟନା,୨୨।୬:ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିଛନ୍ତି। ଲାଲୁ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

ଷ୍ଟାର୍ମରଙ୍କ ଇସ୍ତଫା ପେରେ ଜାଣନ୍ତୁ କିଏ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨।୬: ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଷ୍ଟାର୍ମର କହିଛନ୍ତି,…

ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୬: ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି,…

କେନ୍ଦ୍ର ସରକାରଙ୍କ ୧୨ ବର୍ଷ , ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ: ଏହି ବିଷୟ ଉପରେ କଲେ ଆଲୋଚନା

ରାଇକିଆ,୨୨।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ହରି ଓମ କଲ୍ୟାଣ ମଣ୍ଡପ ଠାରେ ସୋମବାର କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri