Posted inଖେଳ

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବୀରେ ଆୟୋଜିତ ହେଉଛି। ଏଥିରେ ୩୭୯ ଜଣ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ, ଯେଉଁମାନେ ଟୁର୍ନାମେଣ୍ଟରେ ନିଜ ସ୍ଥାନ ପାଇବା ଆଶାରେ ନୀଲାମୀରେ ସାମିଲ ହୋଇଛନ୍ତି। ଅପରପକ୍ଷେ ୧୦ଟି ଦଳ ୭୭ ଜଣ ଖେଳାଳିଙ୍କୁ କିଣିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ସମସ୍ତ ଦଳର ମିଶ୍ରିତ ପର୍ସରେ ୨୩୭ କୋଟି ୫୫ ଲକ୍ଷ ଟଙ୍କା ଉପଲବ୍ଧ ରହିଛି।
ମୁମ୍ବାଇ ଇଣ୍ଡିଆନ୍ସର ନୀଲାମୀରେ ଅଧିକ ଭୂମିକା ରହିବ ନାହିଁ, କାରଣ ତାଙ୍କ ପାଖରେ ମାତ୍ର ୨ କୋଟି ୭୫ ଲକ୍ଷ ଟଙ୍କା ରହିଛି ଏବଂ ସେ କିଛି ଅନକ୍ୟାପ୍ଡ ଖେଳାଳିଙ୍କୁ ସେମାନଙ୍କ ଆଧାର ମୂଲ୍ୟରେ ହିଁ କିଣିପାରିବେ। ଛୋଟ ନୀଲାମୀ ସବୁବେଳେ ବଡ଼ ନୀଲାମୀଠାରୁ ଅଧିକ ରୋଚକ ହୋଇଥାଏ, କାରଣ ଫ୍ରାଞ୍ଚାଇଜଗୁଡ଼ିକ ବିଶେଷ ପସନ୍ଦ ସହ ଆସନ୍ତି ଏବଂ ଭିନ୍ନ ଭିନ୍ନ କୌଶଳ ଥିବା ଖେଳାଳିଙ୍କୁ ନିଜ ସହ ଯୋଡ଼ିବା ପାଇଁ ଯେ କୌଣସି ସୀମା ପର୍ଯ୍ୟନ୍ତ ଯିବାକୁ ପ୍ରସ୍ତୁତ ରହନ୍ତି। ଏହି କାରଣରୁ ଏହାର ପ୍ରତ୍ୟେକ ଅପ୍‌ଡେଟ୍‌ ଉପରେ ସମସ୍ତଙ୍କ ନଜର ରହିବ।
ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ଖେଳାଳିମାନେ (ଆଇପିଏଲ ୨୦୨୬ ନୀଲାମୀ ବିକ୍ରି ଖେଳାଳି ତାଲିକା):
ଡେଭିଡ ମିଲର୍‌ (ଡିସି) – ୨ କୋଟି
କ୍ୟାମେରନ ଗ୍ରୀନ (କେକେଆର୍‌) – ୨୫.୨୦ କୋଟି
ବାନିନ୍ଦୁ ହସରଙ୍ଗା (ଏଲଏସ୍‌ଜିି) – ୨ କୋଟି
ଭେଙ୍କଟେଶ ଆୟର୍‌ (ଆର୍‌ସିବି) – ୭ କୋଟି
କ୍ୱିଣ୍ଟନ ଡି କକ (ଏମଆଇ) – ୧ କୋଟି
ବେନ ଡକେଟ (ଡିସି) – ୨ କୋଟି
ଫିନ ଆଲେନ (କେକେଆର୍‌) – ୨ କୋଟି
ଜ୍ୟାକବ ଡଫି (ଆର୍‌ସିବି) – ୨ କୋଟି
ମଥୀଶା ପଥିରାନା (କେକେଆର୍‌) – ୧୮ କୋଟି
ରବି ବିଶ୍ନୋଇ (ଆର୍‌ଆର୍‌) – ୭.୨୦ କୋଟି
ଅକିଲ ହୁସେନ (ସିଏସ୍‌କେ) – ୨ କୋଟି
ଆକିବ ଡାର୍‌ (ଡିସି) – ୮.୪୦ କୋଟି
ପ୍ରଶାନ୍ତ ବୀର (ସିଏସ୍‌କେ) – ୧୪.୨୦ କୋଟି
କାର୍ତ୍ତିକ ଶର୍ମା (ସିଏସ୍‌କେ) – ୧୪.୨୦ କୋଟି
ତେଜସ୍ବୀ ସିଂହ (କେକେଆର୍‌) – ୩ କୋଟି
ମୁକୁଳ ଚୌଧୁରୀ (ଏଲଏସ୍‌ଜି) – ୨.୬୦ କୋଟି
ଶିବାଙ୍ଗ କୁମାର (ଏସଆର୍‌ଏଚ୍‌) – ୩୦ ଲକ୍ଷ
କାର୍ତ୍ତିକ ତ୍ୟାଗୀ (କେକେଆର୍‌) – ୩୦ ଲକ୍ଷ
ଅଶୋକ ଶର୍ମା (ଜିଟି) – ୯୦ ଲକ୍ଷ
ନମନ ତିୱାରୀ (ଏଲଏସ୍‌ଜି) – ୧ କୋଟି
ବିଗ୍ନେଶ ପୁଥୁର (ଆର୍‌ଆର୍‌) – ୩୦ ଲକ୍ଷ

ଏହି ନୀଲାମୀରେ ଅନକ୍ୟାପ୍ଡ ଖେଳାଳିମାନେ ବଡ଼ ଧନରାଶି ପାଇଛନ୍ତି, ଯେଉଁଥିରେ ପ୍ରଶାନ୍ତ ବୀର ଏବଂ କାର୍ତ୍ତିକ ଶର୍ମା ସିଏସ୍‌କେ ଦ୍ୱାରା ୧୪.୨୦ କୋଟି ଲେଖାଏରେ କିଣାଯାଇ ଇତିହାସ ରଚିଛନ୍ତି। ନୀଲାମୀ ଏପର୍ଯ୍ୟନ୍ତ ଚାଲିଛି ଏବଂ ଆଗକୁ ଆହୁରି ରୋଚକ ମୋଡ଼ ଆସିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?