Posted inଖେଳ

ଆଇପିଏଲ୍ ନିଲାମ: ଧୋନୀ ତିଆରି କରିଥିଲେ ଏହି ବୋଲରଙ୍କୁ, ୧୮ କୋଟି ଟଙ୍କାରେ କିଣିଲା କୋଲକାତା

ଆବୁଧାବି,୧୬।୧୨: କୋଲକାତା ନାଇଟ୍ ରାଇଡର୍ସ (KKR) ଚଳିତ IPL ମିନି ନିଲାମରେ ବଡ଼ ଧରଣର ଖର୍ଚ୍ଚ କରିଛି। ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍‌ଙ୍କୁ ୨୫.୨୦ କୋଟି ଟଙ୍କାରେ କିଣିବା ପରେ, ଦଳ ଶ୍ରୀଲଙ୍କାର ପ୍ରତିଭାବାନ ଦ୍ରୁତ ବୋଲର ମାଥିଶା ପାଥିରାନାଙ୍କୁ ୧୮ କୋଟି ଟଙ୍କାରେ କିଣିବାରେ ସଫଳ ହୋଇଛି।

ପାଥିରାନାଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ମଧ୍ୟରେ ତୀବ୍ର ନିଲାମୀ ଯୁଦ୍ଧ ହୋଇଥିଲା। ୧୭ କୋଟି ଟଙ୍କା ଅତିକ୍ରମ କରିବା ପରେ DC ଓହରି ଯାଇଥିଲା ଏବଂ ପରେ LSG ମଧ୍ୟ ୧୮ କୋଟି ଟଙ୍କାରେ ନିଲାମରୁ ଓହରିଯିବାରୁ KKR ତାଙ୍କୁ କିଣି ନେଇଥିଲା। ପାଥିରାନା ପୂର୍ବରୁ CSK ଦ୍ୱାରା ୧୩ କୋଟି ଟଙ୍କାରେ ରିଲିଜ୍ ହୋଇଥିଲେ। ପାଥିରାନା ପରବର୍ତ୍ତୀ ସିଜିନରେ ଟିମ୍ ସାଉଦୀ ଏବଂ ଡ୍ୱେନ୍ ବ୍ରାଭୋଙ୍କ ତତ୍ତ୍ଵାବଧାନରେ ଖେଳିବେ।

ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଜ୍ୟାକବ ଡଫିଙ୍କୁ ତାଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କାରେ ଡିଫେଣ୍ଡିଂ ଚାମ୍ପିଅନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କିଣିଛି।

ତେବେ ଭାରତୀୟ ଦ୍ରୁତ ବୋଲର ଆକାଶ ଦୀପ (ମୂଳ ମୂଲ୍ୟ ୧ କୋଟି) ଓ ଶିବମ ମାଭି (ମୂଳ ମୂଲ୍ୟ ୭୫ ଲକ୍ଷ), ଏବଂ ଦକ୍ଷିଣ ଆଫ୍ରିକାର ଗେରାଲ୍ଡ କୋଏଟଜି ଏହି ମିନି-ନିଲାମରେ ବର୍ତ୍ତମାନ ବିକ୍ରି ହୋଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?