ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । କେବଳ ଏତିକି କଥା ନୁହେଁ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା ହେବା ପରେ ଶ୍ମଶାନରେ ତାଙ୍କର ନିଶ୍ବାସ ଚାଲିଥିଲା, ଏହାପରେ ପୁଣି ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ଅନୁସାରେ, ରାଜେନ୍ଦ୍ର ରଥ ହଟାତ ଅସୁସ୍ଥ ହୋଇ ପଡିବା ପରେ ପରିବାର ଲୋକେ ରବିବାର ଶୀତଳା ପଲ୍ଲୀ ସ୍ଥିତ ସମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କୁ ନିମୋନିଆ ଚିହ୍ନଟ ହେବା ପରେ ଡାକ୍ତର ତାଙ୍କୁ ସଙ୍ଗେସଙ୍ଗେ ଆଇସିୟୁରେ ଭର୍ତ୍ତି କରିଥିଲେ। ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଘୋଷଣା କରାଯାଇଥିଲା। ଚିକିତ୍ସା ଅବହେଳାରୁ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ମୃତକଙ୍କ ଜ୍ୱାଇଁ ବିନାୟକ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେଠାରେ ରାତ୍ର କାଳୀନ ଚିକିତ୍ସା ନିମନ୍ତେ ଡାକ୍ତର ରହୁ ନଥିବା ଅଭିଯୋଗ କରିଛନ୍ତି ।

ମୃତକଙ୍କ ଜ୍ବାଇଁଙ୍କ କହିବା ଅନୁସାରେ, ରାତ୍ର ନଅଟାରେ ରୋଗୀ ଭଲ ଥିଲା କଥା ବାର୍ତ୍ତା କରୁଥିବା ବେଳେ ହଟାତ ରାତି ପ୍ରାୟ ସାଢେ ବାରଟାରେ ହସ୍ପିଟାଲ କତୃପକ୍ଷ ସ୍ଵାକ୍ଷର କରିବାକୁ କହିଥିବା ସେ ସୂଚନା ଦେଇଛନ୍ତି । ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହେବା ସହ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ସମେତ ହଜାରେରୁ ଉର୍ଦ୍ଧ ବିଭିନ୍ନ ବର୍ଗର ଲୋକଙ୍କ ମୃତ ରାଜେନ୍ଦ୍ରଙ୍କ ଶେଷ ଦର୍ଶନ କରିଥିଲେ । ମୃତ ରାଜେନ୍ଦ୍ରଙ୍କ ମର ଶରୀରକୁ ରଥରେ ବସାଇ ଶହ ଶହ ଲୋକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ପୁଇଁତୋଳା ଚାରିସାହି ବୁଲାଇବା ପରେ ଋଷୁକୂଲ୍ୟା ସ୍ଥିତ ଶ୍ମଶାନରେ ପହଞ୍ଚିଥିଲେ । ସେଠାରେ ପୁରୋହିତ ରାଜେନ୍ଦ୍ରଙ୍କ ନିଶ୍ୱାସପ୍ରଶ୍ୱାସ ଆସିଥିଲା ।

ମୃତ ପୁରୋହିତ ଜୀବିତ ଥିବା ଭାବି ତାଙ୍କୁ ସଙ୍ଗେ ସଙ୍ଗେ ଶ୍ମଶାନରୁ କାର ଯୋଗେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମଧ୍ୟ ବିଧାୟକ ନାୟକ ପହଂଚି ଡାକ୍ତରଙ୍କ କଥା ବାର୍ତ୍ତା କରିଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁରୋହିତ ରାଜେନ୍ଦ୍ର ଜୀବିତ ଥିବା ଖବର ପ୍ରଚାରିତ ହେବା ପରେ ମୃତ ରାଜେନ୍ଦ୍ରଙ୍କ ସ୍ତ୍ରୀ ସୁଜାତା ରଥ ସ୍ୱାମୀ ବଞ୍ଚି ଯାଇଥିବା ନେଇ ଗଡି ଗଡି ନୃସିଂହ ମନ୍ଦିର ଭିତରେ ଦୀପ ଜାଳିଥିଲେ କିନ୍ତୁ ଡାକ୍ତର ମୃତ ଘୋଷଣା ପରେ ସେ ବେହୋସ ହୋଇ ପଡ଼ିଥିଲେ । ଏକ ମାତ୍ର ପୁଅକୁ ହରାଇ ବାପା ଗଣେଶ ରଥ ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ କିକ୍‌ ବକ୍ସିଂରେ ଗୋଲଡ଼ ମେଡାଲ ଜିତିବାକୁ ଲକ୍ଷ୍ୟ

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍‌ ବକ୍ସିଂ ଚମ୍ପିୟାନଶିପ୍‌ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଆକ୍ସନରେ ପୋଲିସ, ଡକାୟତି ଘଟଣାର ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ

ଛତ୍ରପୁର,୨୧ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଗାଁରେ ବ୍ୟାପୁଛି ଜ୍ୱର, ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପାତ୍ରପୁର,୨୧।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି ଗ୍ରାମରେ କିଛି ଦିନ ହେଲା ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri