Posted inଖେଳ

କିଏ ସେ ପ୍ରଶାନ୍ତ ବୀର? ୧୪ କୋଟିରୁ ଅଧିକ ଦେଇ CSK କିଣିବା ପରେ ବଢୁଛି ଚର୍ଚ୍ଚା…ଧୋନୀ କରିଦେଲେ …

ନୂଆଦିଲ୍ଲୀ,୧୬।୧୨: ଇଣ୍ଡିଆନ ପ୍ରିମିଅର୍‌ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି ଭାବେ ରେକର୍ଡ କରିଛନ୍ତି ଉତ୍ତର ପ୍ରଦେଶର ଅଲରାଉଣ୍ଡର ପ୍ରଶାନ୍ତ ବୀର। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତାଙ୍କୁ ୧୪.୨ କୋଟି ଟଙ୍କାରେ କିଣି ନୂଆ ରେକର୍ଡ ସୃଷ୍ଟି କରିଛି।
ପ୍ରଶାନ୍ତ ଜଣେ ବାମହାତୀ ସ୍ପିନର ହେବା ସହ ଦମଦାର ବ୍ୟାଟ୍ସମ୍ୟାନ ମଧ୍ୟ। ପ୍ରଶାନ୍ତ ଉତ୍ତର ପ୍ରଦେଶର ଆମେଠିର ବାସିନ୍ଦା। ସେ ମାତ୍ର ୨ଟି ଫାଷ୍ଟ କ୍ଲାସ୍‌ ମ୍ୟାଚ ଓ ୯ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ନାମରେ ୧୨ ଉଇକେଟ ରହିଛି। ସେ ଟି-୨୦ରେ ୧୧୨ ରନ ମଧ୍ୟ କରିଛନ୍ତି।
ସୈୟଦ  ମୁସ୍ତାକ ଅଲ୍ଲୀ ଟ୍ରଫିରେ ଉତ୍ତର ପ୍ରଦେଶ ପାଇଁ ପ୍ରଶାନ୍ତ ବୀର ଅସାଧାରଣ ପ୍ରଦର୍ଶନ କରିଛନ୍ତି। ଏହି ସିଜନ୍‌ରେ ସେ ହାରାହାରି ୩୭ ଭାବେ ୧୧୨ ରନ କରିଛନ୍ତି ଏବଂ ଷ୍ଟ୍ରାଇକ୍‌ ରେଟ୍‌ ପାଖାପାଖି ୧୭୦ ରହିଛି। ଏହା ସହ ସେ ୯ ଉଇକେଟ ନେଇଥିଲେ। ପ୍ରଶାନ୍ତ ଜଣେ ଉତ୍ତମ ଫିଲ୍ଡର ମଧ୍ୟ ଏବଂ ସିଏସ୍‌କେ ତାଙ୍କୁ ରବୀନ୍ଦ୍ର ଜାଡେଜାଙ୍କ ଦୀର୍ଘକାଳୀନ ବିକଳ୍ପ ଭାବେ କିଣିଛି।
ପ୍ରଶାନ୍ତ ବୀରଙ୍କ ସ୍ବପ୍ନ ମହେନ୍ଦ୍ର ସିଂହ ଧୋନୀ ପୂରଣ କରିଦେଇଛନ୍ତି। ପ୍ରଶାନ୍ତ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଆଇପିଏଲ୍‌ରେ କେବଳ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଗୋଟିଏ ସିଜନ ଖେଳିବାକୁ ଚାହାନ୍ତି। ସେ ଧୋନୀଙ୍କୁ ବହୁତ ପସନ୍ଦ କରନ୍ତି। ବର୍ତ୍ତମାନ ସିଏସ୍‌କେ ତାଙ୍କୁ ଏତେ ବଡ଼ ମୂଲ୍ୟରେ ଦଳରେ ସାମିଲ କରିଛି। ପ୍ରଶାନ୍ତଙ୍କ ପ୍ରିୟ ଖେଳାଳି ହେଉଛନ୍ତି ଯୁବରାଜ ସିଂହ। ୨୦୧୧ରେ ଯୁବରାଜଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦେଖି ସେ କ୍ରିକେଟର ହେବାକୁ ପ୍ରେରଣା ପାଇଥିଲେ। ଏହି ବଡ଼ କ୍ରୟ ସହ ପ୍ରଶାନ୍ତ ବୀର ଆଇପିଏଲ ଇତିହାସରେ ନିଜର ନାମ ଲେଖାଇଛନ୍ତି। ଅପରପକ୍ଷେ ସିଏସ୍‌କେ ଭବିଷ୍ୟତ ପାଇଁ ଏକ ଶକ୍ତିଶାଳୀ ଅଲରାଉଣ୍ଡର ପାଇଛି।
୨୦ ବର୍ଷୀୟ ପ୍ରଶାନ୍ତଙ୍କୁ କିଣିବା ପାଇଁ ଚେନ୍ନାଇ ସହିତ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ତୀବ୍ର ନିଲାମ ଯୁଦ୍ଧ ହୋଇଥିଲା। ନିଲାମୀ ୧୨ କୋଟି ଟଙ୍କା ଅତିକ୍ରମ କରିବା ପରେ ମଧ୍ୟ ଉଭୟ ଦଳ ପଛକୁ ହଟି ନଥିଲେ।

ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (MI) ପ୍ରାରମ୍ଭିକ ବିଡ୍ ଦେଇଥିଲେ, କିନ୍ତୁ ଶେଷରେ CSK ତାଙ୍କୁ ୧୪.୨୦ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିବାରେ ସଫଳ ହେଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ନିଜ ମାଟିରେ ମରିବାକୁ ପ୍ରସ୍ତୁତ’: ମୃତ୍ୟୁଦଣ୍ଡାଦେଶ ପାଇବା ସତ୍ତ୍ୱେ ବାଂଲାଦେଶ ଫେରିବା ନେଇ ଅଟଳ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ପଷ୍ଟ କରିଛନ୍ତି ଯେ, ପରିଣାମ ଯାହା ହେଉନା କାହିଁକିଭାରତରୁ ଫେରିବା ପରେ ଯଦି ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଗିରଫଦାରୀର…

ପାକିସ୍ତାନୀ ସେନାର ଅତ୍ୟାଚାର: ପ୍ରଦର୍ଶନକାରୀଙ୍କ ଉପରକୁ ଡ୍ରୋନରୁ ଗୁଳିଚାଳନା, ୩ ମୃତ

ଇସଲାମାବାଦ,୫।୧୧: ପାକିସ୍ତାନ ଅଧିକୃତ କଶ୍ମୀରରେ, ପାକିସ୍ତାନୀ ସେନା ସ୍ଥାନୀୟ ଜନସାଧାରଣଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ଚଳାଇଛି। ଗୁରୁବାର ସକାଳ ୫ଟା ସମୟରେ, ଡ୍ରୋନଗୁଡ଼ିକ ହଠାତ ଲୋକଙ୍କ…

ବାତ୍ୟା ଓ ବନ୍ୟାରେ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଗଞ୍ଜାମ ଜଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା!

ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ) : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି । ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ…

ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…

ବଡ଼ ଖବର: ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଅଧିନାୟକ ଭାବେ ଫେରିବେ…

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଦୀର୍ଘ ବିରତି ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତିଏଥର ସେ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ୨୦୨୬…

ଗିଡ଼ିପାବାଲି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଲା, ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ…

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ…

IND vs NZ: ଦ୍ୱିତୀୟ ଦିନିକିଆରେ ମାତ୍ର ଗୋଟିଏ ରନ ସଂଗ୍ରହ କରି ବଡ଼ ରେକର୍ଡ ଭାଙ୍ଗିବେ ବିରାଟ କୋହଲି…

ନୂଆଦିଲ୍ଲୀ,୫।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଖରେ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ମାତ୍ର ଗୋଟିଏ…

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?