ହିଟଲରଙ୍କ ନରସଂହାରରୁ ବର୍ତ୍ତିଥିଲେ, ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ମଲେ; ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ…

ନୂଆଦିଲ୍ଲୀ,୧୫।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବେଳାଭୂମିରେ ରବିବାର ହନୁକା ଉତ୍ସବ ପାଳନ ସମୟରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ନିଜ ସ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଆଡଲଫ୍ ହିଟଲରଙ୍କ ନରସଂହାରରୁ ବଞ୍ଚିଥିବା ୮୭ ବର୍ଷୀୟ ଆଲେକ୍ସ କ୍ଲେଟମ୍ୟାନ୍ ପ୍ରାଣ ହରାଇଛନ୍ତି।

ରବିବାର ଅପରାହ୍ନରେ ଆଲେକ୍ସ କ୍ଲେଟମ୍ୟାନ୍ (୮୭) ଓ ତାଙ୍କ ପତ୍ନୀ ଲାରିସା କ୍ଲେଟମ୍ୟାନ୍ ପରିବାର ସହ ହନୁକା ପର୍ବ ପାଳନ କରୁଥିବାବେଳେ ହଠାତ୍ ଗୁଳି ଶବ୍ଦ ଶୁଣାଯାଇଥିଲା। ଗୁଳି ଚାଳନା ହେଉଥିବା ଦେଖିବା ପରେ ଆଲେକ୍ସ ତାଙ୍କ ସ୍ତ୍ରୀ ଲାରିସାଙ୍କୁ ସୁରକ୍ଷା ଦେବା ପାଇଁ ଆଗକୁ ଠିଆ ହୋଇଯାଇଥିଲେ ଏବଂ ସେହି ସମୟରେ ତାଙ୍କ ଦେହରେ ଗୁଳି ବାଜିଥିଲା।

ସର୍ବିଆରେ ଭୟଙ୍କର ପରିସ୍ଥିତିରେ ହୋଲୋକାଷ୍ଟରୁ ବର୍ତ୍ତିଥିବା ଏହି ୟୁକ୍ରେନୀୟ ଯିହୁଦୀ, ନାଜିଙ୍କ କବଳରୁ ବର୍ତ୍ତିଯାଇଥିଲେ ବି ଶେଷରେ ଆତଙ୍କବାଦୀଙ୍କ ଶିକାର ହେଲେ। ଆଲେକ୍ସ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ୧୫ ଜଣଙ୍କ ମଧ୍ୟରେ ଅନ୍ୟତମ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ବୟସ ୧୦ ରୁ ୮୭ ବର୍ଷ ମଧ୍ୟରେ ଥିଲା।

ଗୁଳି ବାଜିବା କ୍ଷଣି ତାଙ୍କ ସ୍ୱାମୀ ତାଙ୍କୁ ସୁରକ୍ଷା ଦେବା ପାଇଁ ଉଠି ଠିଆ ହୋଇଯାଇଥିଲେ ବୋଲି ଆଲେକ୍ସଙ୍କ ପତ୍ନୀ ଲାରିସା କ୍ଲେଟମ୍ୟାନ୍ (ଯିଏ ମଧ୍ୟ ହୋଲୋକାଷ୍ଟରୁ ବର୍ତ୍ତିଥିଲେ) କହିଛନ୍ତି।ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ପୋଲିସ୍ ଅଧିକାରୀ ଏବଂ ୪ ଶିଶୁଙ୍କ ସମେତ ପ୍ରାୟ ୪୦ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଅଭିଯୁକ୍ତ ଦୁଇ ଆତଙ୍କବାଦୀ (ବାପ-ପୁଅ) ଯିଏକି ପାକିସ୍ତାନୀ ବୋଲି ଅଭିଯୋଗ ହୋଇଛି, ସେମାନେ ହନୁକା ପାଳନ କରୁଥିବା ଯିହୁଦୀମାନଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ।

ଇସ୍ରାଏଲର ପୂର୍ବତନ ମୁଖପାତ୍ର ଏଲନ୍ ଲେଭି କହିଛନ୍ତି ଯେ, ଅଷ୍ଟ୍ରେଲିଆର ଯିହୁଦୀ ସମ୍ପ୍ରଦାୟ ମୁଖ୍ୟତଃ ହୋଲୋକାଷ୍ଟରୁ ବର୍ତ୍ତିଥିବା ଲୋକଙ୍କ ଦ୍ୱାରା ପ୍ରତିଷ୍ଠିତ। ୮୭ ବର୍ଷୀୟ ଆଲେକ୍ସଙ୍କୁ ସିଡନୀରେ ହୋଇଥିବା ଏକ ଯିହୁଦୀ-ବିରୋଧୀ ଆତଙ୍କବାଦୀ ଆକ୍ରମଣରେ ତାଙ୍କ ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ହତ୍ୟା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?