ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ: ବିରୋଧୀଙ୍କୁ ଦେଲେ କଡ଼ା ଜବାବ

ଭୁବନେଶ୍ୱର,୧୬।୧୨: ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳୁନାହିଁ ଟୋକନ। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଦେଖାଦେଇଛି। ଏଭଳିସ୍ଥତିରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଳିଛନ୍ତି। ଚାଷୀ ଆନ୍ଦୋଳନ ପାଇଁ ମନ୍ତ୍ରୀ ବିରୋଧୀଙ୍କୁ ଦାୟୀ କରିଛନ୍ତି । ବିରୋଧୀ ତିଳକୁ ତାଳ କରୁଛନ୍ତି। ସେମିତି ଚାଷୀଙ୍କ ବଡ଼ ଆନ୍ଦୋଳନ କେଉଁଠି ହୋଇନାହିଁ।

ଜିଲାପାଳ ଏବଂ ଅଧିକାରୀଙ୍କ ସହ କଥା ହୋଇ ମନିଟରିଂ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ଟି ମଣ୍ଡି ଖୋଲିଛି। ବରଗଡ଼ ଜିଲାରେ ସର୍ୱାଧିକ ୬୪ ହାଜର ୬୫୨ ମେଟ୍ରିକ ଟନ୍‌ ଧାନ କିଣାଯାଇଥିବା ମନ୍ତ୍ରୀ ଗଣମାଧ୍ୟକୁ କହିଛନ୍ତି। ଏପରିକି ଟୋକନ ପହଞ୍ଚି ନ ଥିବା ସ୍ଥାନରେ ଟୋକନ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ସମ୍ୱଲପୁରରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ସକାଳ ୧୦ଟାରେ ଗୋଲବଜାର ଛକରେ ଏକତ୍ରୀତ ହୋଇ ଧାନବସ୍ତା ଧରି ପଦଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ସେମାନେ ଧାନକୁ ଖୁଚୁରାରେ ବିକ୍ରି କରି ପ୍ରତିବାଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବହୁତ ଚିନ୍ତାରେ ଅଛି…ଏମିତି କିଛି ଶେଷ ଶବ୍ଦ ସହ ମୃତ୍ୟୁକୁ ବାଛିନେଲେ ବିଚାରପତି ଅମନ…

ନୂଆଦିଲ୍ଲୀ,୨ା୫: ଦକ୍ଷିଣ ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଜଣେ ୩୦ ବର୍ଷୀୟ ବିଚାରପତି ତାଙ୍କ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଅମନ କୁମାର ଶର୍ମା ନାମକ ଉକ୍ତ…

ହରିଶଙ୍କର ବୈଶାଖ ମେଳାରେ ଶ୍ରଦ୍ଧାଳୁଙ୍କୁ ମିଳିଲା ଅନ୍ନସେବା

ବଲାଙ୍ଗୀର,୨।୫(ସୁନିଲ କୁମାର ମହାନ୍ତି): ଓଡ଼ିଶାର ପବିତ୍ର ତୀର୍ଥସ୍ଥଳୀ ହରିଶଙ୍କର ପୀଠରେ ବୈଶାଖମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ କୁଲୁତା ସମାଜ ଖପ୍ରାଖୋଲ ଏବଂ ପଶ୍ଚିମ ଓଡ଼ିଶା…

୨ବାଇକ୍‌ ମୁହାଁ ମୁହିଁ ଧକ୍କା: ତଳେ ପଡିଥିବା ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ

ବଲାଙ୍ଗୀର,୨।୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ ରୋଡ଼ ବିଜାଖମନଠାରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା…

ରାଉରକେଲାରେ ୨ ନାବାଳିକାଙ୍କୁ ବଳାତ୍କାର

ରାଉରକେଲା,୨।୫(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାର ସେକ୍ଟର-୧୯ ଥାନା ଅଞ୍ଚଳରେ କୋଲ୍‌ ଡ୍ରିଙ୍କ୍‌ସ କିଣିବା ବାହାନାରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ…

ପ୍ରବାସୀ ଶ୍ରମିକ ଦମ୍ପତିଙ୍କ ପୁଅ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ, ଇଞ୍ଜିନିୟର ହେବା ସହ ସଫଳ…

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ) – ଶନିବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି ।ଏଥିରେ ଜିଲାର ୪୬ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଅର୍ଥାତ୍…

ଇଣ୍ଟରନାସନାଲ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର କନ୍ୟା ‘ଶ୍ରେୟାଶିଂ’: ୨୫ ସେକେଣ୍ଡରେ….

ସାକ୍ଷୀଗୋପାଳ,୨।୫(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇଥିବା ଯୋଗୁ ଅଢ଼େଇ ବର୍ଷର ଶିଶୁକନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଟରନାସନାଲ ବୁକ୍ସ…

ବାଇକ୍‌ରେ ଯାଉଥିବା ବେଳେ ଉପରେ ପଡ଼ିଲା ତାଳ ଗଛ: ଚାଲିଗଲା ଯୁବକଙ୍କ ଜୀବନ,ଖବର ପାଇ ବିଷ ପିଇଦେଲେ ସ୍ତ୍ରୀ

ଯାଜପୁର,୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବଡଚଣା ବଡ଼ବାଲିକିୁଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ତାଳଗଛ…

ଦେବଗଡ଼ରେ ପାସହାର ୯୬.୨୬ ପ୍ରତିଶତ: ଅଲିଶା ହେଲେ ଜିଲା ଟପର

ଦେବଗଡ଼,୨।୫(ଶେଖର ଝାଙ୍କର): ଶନିବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଦେବଗଡ଼ ଜିଲାରେ ପାସ ହାର ୯୬.୨୬ ପ୍ରତିଶତ ରହିଛି। ଚଳିତ ବର୍ଷ ୮୬ଟି ହାଇସ୍କୁଲର ୪୦୫୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri