ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ ନେବାକୁ ଆସି ବିଫଳ ହେବା ପରେ ପ୍ରେମିକ ଜଣକ ଏପରି କାଣ୍ଡ କରିଛନ୍ତି।

ସୂଚନାନୁସାରେ, ଖଜୁରୀପଡ଼ାର ଶୁଭ୍ରାଂଶୁ ସାହୁ (୨୨) ନାମକ ଜଣେ ଯୁବକ ଡୁଗୁଡ଼ିପାରି ଗ୍ରାମର ଖୁସି ପ୍ରଧାନ(୨୧) ନାମକ ଜଣେ ଯୁବତୀ ସହ କଲେଜରେ ପାଠ ପଢ଼ା ସମୟରେ ଦେଖା ସାକ୍ଷାତ ପରେ ବନ୍ଧୁତା ତାପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ଅଜଣାତରେ ଶୁଭ୍ରାଂଶୁ ବାହା ହୋଇ ଖୁସିକୁ ନିଜ ଘରକୁ ନେଇ ଯାଇଥିଲେ। କିନ୍ତୁ ଝିଅ ଅନ୍ୟ ଜାତିର କହି ପୁଅ ପରିବାର ଏହି ପ୍ରେମ ବିବାହକୁ ସ୍ବୀକାର କରି ନ ଥିଲେ। ଖୁସି ସେଇ ଘରେ ମାନସିକ ନିର୍ଯାତନା ପାଇଥିବାରୁ ସେ ନିଜ ବାପଘରକୁ ଫେରି ଆସିଥିଲେ। କିଛି ଦିନ ପରେ ଶୁଭ୍ରାଂଶୁ ମଧ୍ୟ ଝିଅ ଘରେ ଆସି ରହୁଥିଲେ। ଆଜି ସକାଳେ ଝିଅ ଗାଧୋଇବା ପାଇଁ ନିକଟରେ ଥିବା ଚୁଆକୁ ଯାଇଥିବା ବେଳେ ଶୁଭ୍ରାଂଶୁ ମଧ୍ୟ ଖୁସି ପଛେ ପଛେ ଚୁଆକୁ ଯାଇ ନିଜ ଘର ଖଜୁରୀପଡ଼ା ଯିବାକୁ କହିଥିଲେ କିନ୍ତୁ ଖୁସି ଯିବା ପାଇଁ ମନା କରିଥିବାରୁ ଏକ ବ୍ଲେଡ୍‌ ସାହାଯ୍ୟରେ ନିଜ ଗଳା କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ଶୁଭ୍ରାଂଶୁ ତଳେ ପଡ଼ିଯିବା ଦେଖି ଖୁସି ମା-ବାପାଙ୍କୁ ଡାକି ପୋଲିସ ସହ ଯୋଗାଯୋଗ କରିଥିଲେ। ଖବର ପାଇ ମହିଳା ଇନ୍ସପେକ୍ଟର ରଞ୍ଜିତା ବେହେରା ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ପୋଲିସ ଗାଡ଼ିରେ ଜି.ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଯୁବକଙ୍କ ଗଳାରେ ୧୮ଟି ଷ୍ଟିଚ୍‌ ଲାଗିଥିବା କାର୍ଯ୍ୟରତ ଡାକ୍ତର କହିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସ୍ଥିତି ଗୁରୁତର ଦେଖି ଯୁବକଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଜନ୍ମହାର ଫିନଲ୍ୟାଣ୍ଡଠାରୁ ମଧ୍ୟ ତଳେ! ୧୦ ବର୍ଷ ମଧ୍ୟରେ ରେକର୍ଡ ହ୍ରାସ; ଚିନ୍ତା ପ୍ରକଟ କଲେ ଏଲୋନ ମସ୍କ

ନୂଆଦିଲ୍ଲୀ,୭।୬: ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ଭାରତର ଜନ୍ମହାର ହ୍ରାସ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସ୍ପେସଏକ୍ସର ସିଇଓ ଏଲୋନ ମସ୍କ କହିଛନ୍ତି…

୯୪୨ ଟଙ୍କା ପାର୍‌ ହେଲା ଘରୋଇ ସିଲିଣ୍ଡର, ଏବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେତେ ଟଙ୍କା ସବସିଡି ପଠାଇବେ ସରକାର?

ନୂଆଦିଲ୍‌ଲୀ,୭।୬: ଘରୋଇ ଏଲପିଜି (LPG) ମୂଲ୍ୟରେ ପରିବର୍ତ୍ତନ କରାଯାଇଛି ଏବଂ ନୂଆ ଦର ରବିବାର, ୭ ଜୁନରୁ ଲାଗୁ ହୋଇଯାଇଛି। ସିଲିଣ୍ଡର ପିଛା ୨୯ ଟଙ୍କାର ସାମ୍ପ୍ରତିକ…

ବିଲରେ ଚରୁଥିବାବେଳେ ମଇଁଷିପଲଙ୍କ ଉପରେ ବଜ୍ରପାତ, ଚାଲିଗଲା ଜଗୁଆଳଙ୍କ ସହ…

ମହାକାଳପଡ଼ା,୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତେରଗାଁ ପଞ୍ଚାୟତ ଘୋଡ଼ାବନ୍ଧ ଗ୍ରାମରେ ଶନିବାର ଅପରାହ୍ନରେ ମଇଁଷିପଲ ଚରୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ…

ପୁଣି ମଧ୍ୟସ୍ଥତା କରିବାକୁ ତେହରାନ ପହଞ୍ଚିଲା ପାକିସ୍ତାନ! ଶେହବାଜ-ମୁନିର ପଠାଇଛନ୍ତି ବାର୍ତ୍ତା

ତେହରାନ,୭।୬: ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ପୁଣି ଥରେ ତେହରାନରେ ପହଞ୍ଚିଛନ୍ତି। ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବାର୍ତ୍ତା ଦେବା…

ବାଘଛାଲ କିଣାବିକା ନେଇ ଚାଲିଥିଲା ଡିଲ୍‌ ମାଡ଼ିବସିଲା ପୋଲିସ: ଛାଲ ଜବତ, ୮ ଗିରଫ

କଲ୍ୟାଣସିଂହପୁର,୭।୬ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ରେଞ୍ଜ ଅଧୀନ ରିଭଲକଣାରେ ବାଘଛାଲ କିଣାବିକା ନେଇ ଡିଲ୍‌ ଚାଲିଥିବାବେଳେ ବନ ବିଭାଗ ସେଠାରେ ପହଞ୍ଚତ୍ ତାହାକୁ…

LPG ପରେ ବଢିଲା କି ପେଟ୍ରୋଲ ଦର? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୭।୬: ଦେଶରେ ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଘରୋଇ ଏଲପିଜି (LPG) ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରାଯାଇଛି। ଅନ୍ୟପଟେ, ପେଟ୍ରୋଲ ଏବଂ ଡିଜେଲ ଦରକୁ…

ଲିଖିତ ପ୍ରତିଶ୍ରୁତି ଦେଇ ହଟହଟା ହେଲେ ଯନ୍ତ୍ରୀ: ଥାନାରେ ନ ଥିବା ଦେଖି ତାତିଲେ ଅଞ୍ଚଳବାସୀ

ତୁମୁଡିବନ୍ଧ,୭।୬(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଅଞ୍ଚଳରେ ମେ ୨୯ ତାରିଖ ଶନିବାର ହୋଇଥିବା କାଳବୈଶାଖୀର ତାଣ୍ଡବରେ ବହୁ ଘର କ୍ଷତିଗ୍ରସ୍ତ ହେବା ସହ ବଡ଼…

କାର ଭିତରୁ ୮୮୦ ବୋତଲ କଫ ସିରଫ ଜବତ: ୫ ଜଣଙ୍କୁୁ କାବୁ କରିନେଲା ପୋଲିସ

ବଲାଙ୍ଗୀର, ୭।୬ (ସୁନିଲ କୁମାର ମହାନ୍ତି): ଏକ କାର ଭିତରୁ ୮୮୦ ବୋତଲ କଫ ସିରଫ ଜବତ ହୋଇଛି। ଘଟଣାରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri