ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ, ଛତ୍ରପୁର ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ଶିବାଶିଷ ବରାଳ ସବୁଜ ପତାକା ଦେଖାଇ ଉକ୍ତ ୨ ରଥର ଶୁଭାରମ୍ଭ କରିଛନ୍ତି।

ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଜିକୃତ ଚାଷୀଙ୍କଠାରୁ ଚଳିତ ଖରିଫ ୨୦୨୫ – ୨୬ ର ମଣ୍ଡିରୁ ଧାନ ସଂଗ୍ରହ ହେବ। ଚଳିତ ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନପୁଟ୍‌ ସହାୟତା ମିଶାଇ କ୍ୱିଣ୍ଟାଲ ପିଛା ଚାଷୀ ୩୧୦୦ ଟଙ୍କା ପାଇବେ। ଏହାକୁ ନେଇ ଆଜି  ୨ଟି ମଣ୍ଡି ପ୍ରଚାର ରଥ ଶୁଭାରମ୍ଭ ହୋଇଛି। ଉକ୍ତ ପ୍ରଚାର ରଥଗୁଡ଼ିକ ଆଜିଠାରୁ ଉପଖଣ୍ଡର ବିଭିନ୍ନ ଗ୍ରାମ ପରିକ୍ରମା କରି ଚଳିତ ବର୍ଷର ଧାନ ଓ ମାଣ୍ଡିଆ କିଣା ବାବଦରେ ଚାଷୀମାନଙ୍କୁ ସଚେତନ କରିବ। ଏହାସହ ଚାଷୀ ଯେପରି ଟୋକେନ ମିଳିଲେ ମଣ୍ଡିକୁ ଅଖାରେ ଧାନ ଆଣିବେ, ଏଫ ଏ କ୍ୟୁ ଧାନ ଉପରେ ଗୁରୁତ୍ୱ ଦିଆଯାଇଛି,  ଖାଦ୍ୟ ଉପଯୋଗୀ, ଶୁଖିଲା, ପରିଷ୍କାର, ସମରଙ୍ଗୀ, ସମଆକାର,ଏକ କିସମ ହୋଇଥିବା ସହ ପୋକରା ଦୁର୍ଗନ୍ଧ ଓ ବିଷାକ୍ତ ପଦାର୍ଥ ମୁକ୍ତ ହୋଇଥିବା ଧାନ ଧରି ଆଣିବା ନେଇ ସଚେତନ କରାଯିବ। ଚାଷୀ ସରକାରଙ୍କ ନିକଟରେ ପଞ୍ଜୀକୃତ କରିଥିବା ମୋବାଇଲ ନମ୍ବରରେ ଧାନ ବିକ୍ରି ସମ୍ବନ୍ଧରେ ତଥ୍ୟ ପାଇବେ। ଏଥିସହ ଚାଷୀମାନେ ଟୋଲ୍‌ ଫ୍ରି ନମ୍ବର ୧୯୬୭କୁ କଲ୍‌ କରି ସମସ୍ତ ତଥ୍ୟ ହାସଲ କରିପାରିବେ ବୋଲି ଗଞ୍ଜାମ ଜିଲାପାଳ କହିଛନ୍ତି ।

ଚଳିତ ବର୍ଷ ମାଣ୍ଡିଆ କ୍ବିଣ୍ଟାଲ  ପିଛା ଏମଏସପି ୪୮୮୬ ଟଙ୍କା ରହିଛି ।  ଜିଲାର ୧୧ଟି ବ୍ଲକରୁ ପଞ୍ଜିକରଣ ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ କରାଯିବ । ଏହିଥର ୩୬ ହଜାର କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି । ଶ୍ରୀ ଅନ୍ନ ଅଭିଯାନ ସରକାରଙ୍କ ମଣ୍ଡିରେ ଚାଷୀଙ୍କଠାରୁ ମାଣ୍ଡିଆ କ୍ରୟ କରାଯିବ । ଏନେଇ ଜିଲ୍ଲା ସ୍ତରୀୟ ମାଣ୍ଡିଆ କ୍ରୟ କମିଟିରେ ବିଭିନ୍ନ ଉପରେ ସମୀକ୍ଷା କରାଯାଇଛି ।  ମଣ୍ଡିରେ ଚାଷୀଙ୍କୁ ଯେପରି କୈାଣସି ଅସୁବିଧା ହେବନାହିଁ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ଜିଲାପାଳ କହିଥିଲେ । ଏହି ଅବସରରେ ମୁଖ୍ୟ ଜିଲା କୃଷି ଅଧିକାରୀ ଅଜୟ କୁମାର କର, ଜିଲ୍ଲା ମୁଖ୍ୟ  ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ଇନଚାର୍ଜ ଏଆରସିଏସ ଏସ. କେ. ମହାରଣା, ହିଞ୍ଜିଳିକାଟୁ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ବିନାୟକ ବିଶ୍ୱାଳଙ୍କ ସମେତ ଯୋଗାଣ ଏବଂ ଆର ଏମ ସି ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?