Posted inଖେଳ

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼ ବାଜି ଲଗାଇଛନ୍ତି। ପ୍ରଶାନ୍ତ ବୀର ଏବଂ କାର୍ତ୍ତିକ ଶର୍ମାଙ୍କୁ ୧୪.୨ କୋଟି ଟଙ୍କା ଲେଖାଏ ମିଳଥିବା ବେଳେ ଜମ୍ମୁ-କଶ୍ମୀରର ଦ୍ରୁତ ବୋଲର ଆକିବ ନବୀ ଡାର୍‌ ମଧ୍ୟ ବଡ଼ ଧନରାଶି ପାଇଛନ୍ତି। ଏହି ଯୁବ ଖେଳାଳିମାନଙ୍କ ମଧ୍ୟରେ ଆଉ ଜଣେ ନାମ ହେଉଛି ତେଜସ୍ବୀ ଦହିୟା, ଯାହାଙ୍କୁ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ନିଜ ଦଳରେ ସାମିଲ କରିଛି। ତେଜସ୍ବୀ ଦହିୟାଙ୍କ ବେସ୍‌ ପ୍ରାଇସ୍‌ ମାତ୍ର ୩୦ ଲକ୍ଷ ଟଙ୍କା ଥିଲା, କିନ୍ତୁ ନୀଲାମୀରେ ତାଙ୍କୁ ୧୦ ଗୁଣ ଅଧିକ ମୂଲ୍ୟ ମିଳିଛି।
କୋଲକାତା ନାଇଟ ରାଇଡର୍ସ ତେଜସ୍ବୀ ସିଂହ ଦହିୟାଙ୍କୁ ୩ କୋଟି ଟଙ୍କାର ବଡ଼ ମୂଲ୍ୟରେ କିଣିଛି। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଏହି ଖେଳାଳି ଉପରେ ବାଜି ଲଗାଇଥିଲା। ପରେ କେକେଆର୍‌ ଏହି ଦୌଡ଼ରେ ପ୍ରବେଶ କରିଥିଲା। ୮୫ ଲକ୍ଷ ଟଙ୍କାର ବୋଲି ପାର୍‌ ହେବା ପରେ ରାଜସ୍ଥାନ ରୟାଲ୍ସ ମଧ୍ୟ ତାଙ୍କ ଉପରେ ବାଜି ଲଗାଇଥିଲା। ତଥାପି କେକେଆର୍‌ ଶେଷରେ ୩ କୋଟି ଟଙ୍କାର ବାଜି ଲଗାଇ ଏହି ଖେଳାଳିଙ୍କୁ ନିଜର କରିନେଇଛି।
ତେଜସ୍ବୀ ଦହିୟା ଦିଲ୍ଲୀର ଆକ୍ରମଣାତ୍ମକ ଉଇକେଟକିପର୍‌ ବ୍ୟାଟ୍ସମ୍ୟାନ। ଏହି ଖେଳାଳିଙ୍କ ଟି-୨୦ରେ ଔସତ ୫୬.୫ ରହିଛି। ସେ ଦିଲ୍ଲୀ ପାଇଁ ୪ଟି ଟି-୨୦ ଇନିଂସରେ୧୧୩ ରନ କରିଛନ୍ତି ଏବଂ ତାଙ୍କ ଷ୍ଟ୍ରାଇକ୍‌ ରେଟ ପାଖାପାଖି ୧୭୦ ରହିଥିଲା। ତେଜସ୍ବୀ ଦିଲ୍ଲୀ ପ୍ରିମିଅର୍‌ ଲିଗ୍‌ରେ ମାତ୍ର ୧୨ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଏହା ସହ ଦିଲ୍ଲୀର ଏକ ଟୁର୍ନାମେଣ୍ଟରେ ସେ ୬ ବଲ୍‌ରେ ୬ ଛକା ମାରି ରେକର୍ଡ ଗଢ଼ିଥିଲେ। ଦିଲ୍ଲୀ ପ୍ରିମିଅର୍‌ ଲିଗ୍‌ରେ ତେଜସ୍ବୀ ଦହିୟା ୧୯୦ର ଷ୍ଟ୍ରାଇକ ରେଟ୍‌ରେ ୩୩୯ ରନ କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ଚୌକାଠାରୁ ଅଧିକ ଛକ୍କା ମାରିଥିଲେ। ଗତ ସିଜନ୍‌ରେ ସେ ୨୯ଟି ଛକା ଏବଂ ୨୦ଟି ଚୌକା ମାରିଥିଲେ।

କୋଲକାତା ନାଇଟ ରାଇଡର୍ସ ତେଜସ୍ବୀ ଦହିୟା ବ୍ୟତୀତ ସ୍ପିନର ପ୍ରଶାନ୍ତ ସୋଲଙ୍କିଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି। କାର୍ତ୍ତିକ ତ୍ୟାଗୀଙ୍କୁ ମଧ୍ୟ କେକେଆର୍‌ ୩୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରିଛି। ଅନ୍ତର୍ଜାତୀୟ ଖେଳାଳିମାନଙ୍କ ମଧ୍ୟରେ ମଥୀଶା ପଥିରାନା, ଫିନ ଆଲେନ ଏବଂ କ୍ୟାମେରନ ଗ୍ରୀନ ଉପରେ କେକେଆର୍‌ ବଡ଼ ଦାଆଁ ଲଗାଇଛି। ଏହି ମିନି ନୀଲାମୀରେ ଯୁବ ପ୍ରତିଭାମାନଙ୍କର ଏକ ସ୍ବପ୍ନ ପୂରଣ ହୋଇଛି ଏବଂ ଆଗାମୀ ଆଇପିଏଲ ସିଜନ୍‌କୁ ଆହୁରି ରୋଚକ କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri