Posted inଜାତୀୟ

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ ବଡ଼ ପଦକ୍ଷେପ ନିଆଯାଇଛି। ପଶ୍ଚିମବଙ୍ଗର କ୍ରୀଡ଼ା ମନ୍ତ୍ରୀ ଅରୂପ ବିଶ୍ଵାସ ଘଟଣାର ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବା ପାଇଁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିରେ ସେ ଏହି ଘଟଣାକୁ ସ୍ଵାଧୀନ ଭାବେ ତଦନ୍ତ କରାଇବା ପାଇଁ ପଦ ଛାଡୁଥିବା କହିଛନ୍ତି।

ଶନିବାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକମାନେ ଟିକେଟ୍ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଭିଭିଆଇପି, ରାଜନେତା ଓ ପୋଲିସ୍ ଅଧିକାରୀଙ୍କ ଭିଡ଼ ଯୋଗୁଁ ତାଙ୍କୁ ଠିକ୍ ଭାବରେ ଦେଖିପାରି ନଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦର୍ଶକମାନେ ଷ୍ଟାଡିୟମ୍‌ରେ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୋଲିସକୁ ବ୍ୟାପକ ଲାଠିଚାର୍ଜ କରିବାକୁ ପଡ଼ିଥିଲା ଏବଂ ଆରଏଏଫ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ହଙ୍ଗାମା କାରଣରୁ ମେସି ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟାଡିୟମ୍ ଛାଡ଼ି ଚାଲିଯାଇଥିଲେ।

ଘଟଣାର ମୁଖ୍ୟ ଆୟୋଜକ ଶତାଦ୍ରୁ ଦତ୍ତଙ୍କୁ ଗିରଫ କରାଯାଇଛି। ଟିକେଟର ଅଧିକ ମୂଲ୍ୟ ଏବଂ ଫୁଟବଲ୍ ଆଇକନ୍‌ଙ୍କ ନିକଟକୁ ସୀମିତ ପ୍ରବେଶକୁ ନେଇ ହୋଇଥିବା ହଙ୍ଗାମା ପରେ ଏହି ଗିରଫଦାରୀ ହୋଇଛି। ଘଟଣାର ତଦନ୍ତ ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ୍‌ଙ୍କ ଦ୍ଵାରା ବରିଷ୍ଠ ଆଇପିଏସ୍ ଅଧିକାରୀମାନଙ୍କୁ ନେଇ ଏକ ଚାରି-ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରାଯାଇଛି।

କର୍ତ୍ତବ୍ୟରେ ଅବହେଳା ପାଇଁ ଡିସିପି ବିଧାନନଗର ଅନୀଶ ସରକାରଙ୍କୁ ନିଲମ୍ବନ କରାଯାଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। କ୍ରୀଡ଼ା ସଚିବ ରାଜେଶ କୁମାର ସିହ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଏବଂ ସଲ୍ଟ ଲେକ୍ ଷ୍ଟାଡିୟମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡି.କେ. ନନ୍ଦନଙ୍କ ସେବାକୁ ପ୍ରତ୍ୟାହାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବ୍ରାଉନ ସୁଗାର କାରବାର, ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ବରଗଡ଼,୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସୋମବାର ବ୍ରାଉନ ସୁଗାର କାରବାର ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ…

ଜଗା ଦର୍ଶନ ପାଇଁ ଯାଇଥିଲେ: ଘରେ ବୁଲିଲା କଳାକନା

ବୈଶିଙ୍ଗା,୯।୧୧(ରତନ ଦାଶ); ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବଙ୍ଗାଳିଡାହି ଗ୍ରାମର ମହେନ୍ଦ୍ର ନାଥ ମହାନ୍ତ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଝିଅ ସହିତ ଶୁକ୍ରବାର…

ଅମିତାଭଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଏହି ଦିନରୁ ଆରମ୍ଭ ହେବ KBC ଶୁଟିଂ

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ବଡ଼ ଖବର। ଗତ ୨ରୁ ୩ ଦିନ ଧରି ଗଣମାଧ୍ୟମ ଓ ସୋସିଆଲ…

ୱିଲିୟମସନଙ୍କ ସନ୍ନ୍ୟାସ ପଛରେ ବିରାଟ କୋହଲି! ନିଜେ ଖୋଲିଲେ ବଡ଼ ରାଜ୍‌, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୯।୧୧: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏବେ ସେ ନିଜର ଏହି ବଡ଼ ନିଷ୍ପତ୍ତି…

ବିଲରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ଦନ୍ତାହାତୀର ଜୀବନ !

ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନାହିଁ। ବାରିପଦା ବନଖଣ୍ଡ ଅଧୀନ ଡୁକୁରା ସେକ୍ସନର କାରାମଘୁଟୁ ଅଞ୍ଚଳରେ ଏକ ଦନ୍ତାହାତୀର…

ବଢ଼ିଲା ସହାୟତାର ହାତ: ବେଙ୍ଗାଳୁରୁରୁ ଗାଁକୁ ଆସିଲା ଦାଦନ ଶ୍ରମିକଙ୍କ ମୃତଦେହ

ଗୋଲାମୁଣ୍ଡା,୯।୧୧(ବଟକୃଷ୍ଣ ପଣ୍ଡା): ପେଟ ପାଟଣା ପାଇଁ ସୁଦୂର କର୍ଣ୍ଣାଟକର ବେଙ୍ଗାଳୁରୁ ସହରକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲାର ଜଣେ ଯୁବ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି।…

ଐତିହାସିକ କମାଲ କଲେ ଏହି ୪୧ ବର୍ଷୀୟ ଖେଳାଳି: ୧୦୦ ବର୍ଷ ପରେ ପ୍ରଥମ ଥର ଟେଷ୍ଟରେ ଘଟିଲା ଏମିତି… ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୯।୧୧: ଟେଷ୍ଟ କ୍ରିକେଟରେ ଏବେ ଲଗାତାର ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି। ବର୍ତ୍ତମାନ ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଟେଷ୍ଟ ମ୍ୟାଚ ଚାଲିଥିବା ବେଳେ…

ସ୍କୁଟିକୁ ଧକ୍କା ଦେଲା ଆମ ବସ୍‌: ୩ ମହିଳା ଗୁରୁତର

କେନ୍ଦୁଝର,୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ସୋମବାର ଏକ ଆମ ବସ୍‌ ଧକ୍କାରେ ୩ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାମାନେ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?