ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ପରେ ବଳାତ୍କାର ଘଟଣାରେ ଅଭିଯୁକ୍ତ ଦଣ୍ଡପାତ୍ରଙ୍କୁ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ୍‌.ଆଇ ରାଜକିଶୋର ପାତ୍ର ଗିରଫ କରି ଶନିବାର ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଛନ୍ତି। କେସ୍‌ ନଂ.୪୪୬/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

ଗତ ୬ ତାରିଖରେ ଛାତ୍ରୀଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଅପହରଣ କରି ନେଇଥିଲେ। ଘଟଣା ପ୍ରଘଟ ହେବା ପରେ ଭୁବନେଶ୍ୱରରେ ରହି ଦିନ ମଜୁରିଆ କାମ କରୁଥିବା ଛାତ୍ରୀଙ୍କ ମା’ ଘରେ ପହଞ୍ଚି ଝିଅର ଖୋଜ ଖବର ନେଇଥିଲେ। ଘର ଆଲାମିରାରେ ପ୍ରାୟ ୧ ଲକ୍ଷ ଟଙ୍କା ଏବଂ ପ୍ରାୟ ୩ ଭରି ଓଜନର ସୁନାହାର,କାନଫୁଲ ନଥିବା ଜଣାପଡ଼ିଥିଲା। ଝିଅର ସନ୍ଧାନ ନ ମିଳିବାରୁ ଗତ ୮ ତାରିଖରେ ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ନାଁ ରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ମୋକଦ୍ଦମା ରୁଜୁ କରିଥିଲେ। ଶୁକ୍ରବାର ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କ ଫୋନ୍‌ ଟ୍ରାକିଂ କରିବାରୁ ଲୋକେସନ ବ୍ରହ୍ମପୁର ରେଳ ଷ୍ଟେଶନ ଦେଖାଇଥିଲା। ସେ ସଦଳବଳ ଷ୍ଟେଶନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ଉଠାଇ ଆଣିଥିଲେ। ଭୁବନେଶ୍ୱର ପଳାଶୁଣି ନିକଟ ଓଭରବ୍ରିଜ ତଳେ ଏକ କୁଡ଼ିଆରେ ତାଙ୍କୁ ନେଇ ଦଣ୍ଡ ପାତ୍ର ରଖିଥିଲେ। ଗତ ୮ ତାରିଖରେ ଭୁବନେଶ୍ବର ପଳାଶୁଣି ନିକଟ ଏକ ମନ୍ଦିରରେ ଅଭିଯୁକ୍ତ ଦଣ୍ଡ ମୋ ମୁଣ୍ଡରେ ସିନ୍ଦୂର ଲଗାଇ ମୋତେ ବିବାହ କରିଥିବା ନେଇ ମହିଳା ଥାନା ଏସ୍‌.ଆଇ ସୋଫିଆ ମିଶ୍ରଙ୍କ ସମ୍ମୁଖରେ ପୀଡ଼ିତା ଛାତ୍ରୀ ଜଣକ ବୟାନ ଦେଇଥିଲେ। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟ ଅଭିଯୁକ୍ତ ଏବଂ ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

LPG-କ୍ଷୀର ପରେ ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା, ଏହି ଜିନିଷର ବଢିଗଲା ଦାମ୍‌…

ନୂଆଦିଲ୍ଲୀ,୧୪।୫: ଏଲପିଜି ଗ୍ୟାସ ସିଲିଣ୍ଡର, ଅମୂଲ ଏବଂ ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି ପରେ, ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରକୃତରେ,…

ଓ଼୍ବାର୍କ ଫର୍ମ ହୋମ୍‌ ନେଇ ବଡ଼ ଘୋଷଣା କଲେ ରାଜ୍ୟ ସରକାର, କେବଳ ୫୦% କର୍ମଚାରୀ ଯିବେ ଅଫିସ୍‌, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୪।୫: ବିଶ୍ୱ ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନ୍ଧନ ସଂରକ୍ଷଣ ପାଇଁ ଆହ୍ୱାନର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ତ୍ରିପୁରା ସରକାର ଏହାର 50% କର୍ମଚାରୀଙ୍କ ପାଇଁ…

ଟ୍ରମ୍ପଙ୍କୁ ଭେଟି ବଡ଼ ଘୋଷଣା କଲେ ଚାଇନା ରାଷ୍ଟ୍ରପତି: ଚାହିଁ ରହିଗଲା ସାରା ବିଶ୍ୱ

ବେଜିଂ,୧୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କର ଐତିହାସିକ ଶିଖର ସମ୍ମିଳନୀ ପାଇଁ ବେଜିଂରେ ପହଞ୍ଚିଛନ୍ତି। ଗୁରୁବାର ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂରେ ଟ୍ରମ୍ପଙ୍କୁ ସ୍ବାଗତ…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

ପେଟ୍ରୋଲ ଅଭାବ ଭିତରେ ଭୁବନେଶ୍ୱରରେ ବଦଳିଲା ତେଲଦର! ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ,୧୪।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।…

୨୦ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୪ା୫(ରବିନାରାୟଣ ଜେନା):ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ୨୦ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ଅପରାହ୍ନ…

କେନ୍ଦୁପତ୍ର ବୋଝେଇ ପିକଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ରିଆମାଳ, ୧୪୫(ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଜିରୋ ପଏଣ୍ଟଠାରେ ଏକ କେନ୍ଦୁପତ୍ର ବୋଝେଇ ପିକଅପ ଜବତ ହେବା ସହ ଦୁଇ ଜଣକୁ…

ମାସେ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ: ଚୁବୁକାଦାଦର ଗାଁରେ ପାନୀୟ ଜଳ ସମସ୍ୟା

ଅମରପାଲି,୧୪ା୫(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଚୁବୁକାଦାଦର ଗଁାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri