ହିଡିସିଙ୍ଗ ପ୍ରକଳ୍ପ ପାଇଁ ଯୁଗ୍ମ କମିଟି ଯାଞ୍ଚ: ୨ ସପ୍ତାହରେ ଯିବ ଜମି ଅନୁମତି ପ୍ରସ୍ତାବ

ବନ୍ତଳା,୧୯।୨(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଆଗେଇଛି। ଏହି ପ୍ରକଳ୍ପ ଯୋଗୁ ପାଣିରେ ବୁଡୁଥିବା କରତପଟା-ପମ୍ପାସର ପୂର୍ତ୍ତବିଭାଗ ରାସ୍ତା ନିମନ୍ତେ ଡାହାଣ ପାର୍ଶ୍ୱ ପାହାଡ଼ ଉପରେ ଅଂଶରେ ଏକ ବିକଳ୍ପ ରାସ୍ତା ନିର୍ମାଣ ହେବ। ଏ ନେଇ ମଙ୍ଗଳବାର ଏକ ଯୁଗ୍ମ କମିଟି ପକ୍ଷରୁ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି।
କମିଟି ପକ୍ଷରୁ କୁହାଯାଇଛି, ଏହି ପ୍ରକଳ୍ପ ପାଇଁ ମୋଟ ୩ଶହ ହେକ୍ଟର ଜମି ଆବଶ୍ୟକ। ପ୍ରକଳ୍ପ ନିର୍ମାଣ ହେଲେ ପୂର୍ତ୍ତବିଭାଗ ରାସ୍ତାର ୩.୫ କିଲୋମିଟର ପାଣିରେ ବୁଡିବ। ଉକ୍ତ ରାସ୍ତା ପରିବର୍ତ୍ତେ ୫ କିଲୋମିଟର ନୂତନ ରାସ୍ତା କରତପଟା ଗ୍ରାମ ଦେଇ ପବଲା, କୃଷ୍ଣ ଚକ୍ରଗଡ଼ ଜଙ୍ଗଲ ଦେଇ ପମ୍ପାସର ପୋଲ ପାଖରେ ମିଶିବ। ପ୍ରକଳ୍ପ ଓ ରାସ୍ତା ବୁଡି ଅଞ୍ଚଳ, ନୂତନ ରାସ୍ତା ନିର୍ମାଣ ହେଲେ ସମୁଦାୟ ୮୭ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହେଉଛି। ଏହାର ଭରଣା ପାଇଁ ଦେବଗଡ଼ ବନଖଣ୍ଡର ପାଲଲହଡ଼ା ରେଞ୍ଜ ବରାଡ଼ିହ, କାଦମ୍ବିନୀ ପୁର, ତନୁଗୁଳା ଅଞ୍ଚଳରୁ ୯୪ ହେକ୍ଟର ସରକାରୀ ଜମି ଏବଂ ଅନୁଗୋଳ ବନଖଣ୍ଡ ଅଞ୍ଚଳରୁ ୧୨୦ ହେକ୍ଟର ଖୋଲା ଜଙ୍ଗଲ ଜମିରେ ସମୁଦାୟ ୭୦ ହଜାର ଗଛ ଲାଗିବ। ସେହିପରି ରାସ୍ତା ନିର୍ମାଣ ପାଇଁ ପିଲର ପୋଷ୍ଟିଂ, ଡିଜିପିଏସ, ଜିପିଏସ ରିଡିଙ୍ଗ ହେବା ସହିତ ମ୍ୟାପ କାର୍ଯ୍ୟ ସରିଛି। ଏହି ପିଲର ପୋଷ୍ଟିଂ ଓ ମ୍ୟାପ ଠିକ ଭାବରେ କରାଯାଇଛି ନା ନାହିଁ ସେ ନେଇ ଯୁଗ୍ମ କମିଟି ପକ୍ଷରୁ ଯାଞ୍ଚ କରାଯାଇଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଜଙ୍ଗଲ ଜମିକୁ ଅନୁମତି ଦେବା ପାଇଁ ଅନୁଗୋଳ ବନଖଣ୍ଡରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯିବ ବୋଲି ନିଷ୍ପତ୍ତି ହୋଇଥିବା ଅନୁଗୋଳ ଡିଏଫଓ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ହେଲେ ୧୫ଟି ପଞ୍ଚାୟତର ଚାଷୀ ଉପକୃତ ହେବା ସହିତ ଅନୁଗୋଳ ସହରରେ ଦେଖା ଦେଉଥିବା ପାଣି ସଙ୍କଟ ଦୂର ହୋଇପାରିବ ବୋଲି କୁହାଯାଇଛି।
ଏହି ଯୁଗ୍ମ କମିଟିରେ ଅନୁଗୋଳ ଡିଏଫଓ ଭି କାର୍ତ୍ତିକ, ବନ୍ତଳା ରେଞ୍ଜ ଅଧିକାରୀ ବିନ୍ଦୁପ୍ରସାଦ ପ୍ରଧାନ, ଅନୁଗୋଳ ରେଞ୍ଜ ଅଧିକାରୀ ସତ୍ୟବ୍ରତ ପ୍ରଧାନ, ଜଳ ଅନୁସନ୍ଧାନ ବିଭାଗ ଯୋବ୍ରା କଟକର ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ମହାନ୍ତି, ସହକାରୀ ନିର୍ମାଣ ଯନ୍ତ୍ରୀ ସୁଶାନ୍ତ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ସାହୁ, ଅନୁଗୋଳ ଅନୁସନ୍ଧାନ ବିଭାଗର କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନନ୍ଦ, ପୂର୍ବତନ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀଧର ପାଳ, ଭିଜନଟେକ କନସୁଲଣ୍ଟାନ୍ସ ଜେନେରାଲ ମ୍ୟାନେଜର ମନୋଜ କୁମାର ବେହେରା, ସର୍ଭେର ପ୍ରଦୀପ ଓଝା, ହିଡିସିଙ୍ଗ କୃଷକ ମହାସଂଘ ସଭାପତି ଦିନେଶ ଦେହୁରୀ, ଉପସଭାପତି ଦୁର୍ଗାଚରଣ ପ୍ରଧାନ, ସମ୍ପାଦକ ତ୍ରିନାଥ ସାହୁ, କୋଷାଧ୍ୟକ୍ଷ ଦୈତାରି ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷକ ମହାସଂଘର ଉପଦେଷ୍ଟା ତ୍ରିନାଥ ସାହୁ, ସଦସ୍ୟ ଯତୀନ୍ଦ୍ର ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ନିରଞ୍ଜନ ଦେହୁରୀ, ତାପସ ଦେହୁରୀଙ୍କ ସମେତ ବନ କର୍ମଚାରୀ, ଜଳ ଅନୁସନ୍ଧାନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?