ନାବାଳିକା ବଳାତ୍କାରୀଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ତାରସିଂ ଥାନା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫାଷ୍ଟ ଟ୍ରାକ୍‌ ପୋକ୍‌ସୋ ଜଜ୍‌ ରୋହିତ ଲାଲ ପଣ୍ଡା ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ୨୪ ପ୍ରଗଣାର ମୂଳ ନିବାସୀ ଜନକ ସରକାର (୩୬)। ଘଟଣା ବେଳେ ସେ ତାରସିଂ ଅଞ୍ଚଳରେ ରହୁଥିଲେ।

୨୦ ବର୍ଷ ଜେଲ ସହ ତାଙ୍କୁ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି ଜଜ୍‌। ଏହା ଅନାଦାୟ ଅଧିକ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ ପାଇ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତାରସିଂ ଥାନା ଅଞ୍ଚଳର ନାବାଳିକା ଜଣକ ପଡ଼ିଶା ଘରେ ଅଭିଯୁକ୍ତ ଜନକ ରହୁଥିଲେ। ୧୦ମ ଶ୍ରେଣୀରେ ପଢୁଥିବା ଏହି ନାବାଳିକାଙ୍କୁ ସେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ୨୦୨୨ ମେ ୧୮ରେ ଜନକ ନାବାଳିକାଙ୍କୁ ପ୍ରଲୋଭିତ କରି ଅନ୍ୟ ଏକ ଗ୍ରାମକୁ ନେଇ ସେଠାରେ ଭଡ଼ାଘରେ ରଖିଥିଲେ। ତାଙ୍କୁ ଭୟଭୀତ କରି ବାରମ୍ବାର ବଳାତ୍କାର କରିଥିଲେ।

ନାବାଳିକା ଗର୍ଭବତୀ ଥିବା ଜନକ ଜାଣିବା ପରେ ତାଙ୍କୁ ନିର୍ଯାତନା ଦେବାସହ ବଳପୂର୍ବକ ଔଷଧ ଖୁଆଇ ଗର୍ଭପାତ କରାଇଥିଲେ। ଏପରି କି ତାଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ନାବାଳିକା ଜଣକ କୌଶଳକ୍ରମେ ସେଠାରୁ ଖସି ଆସି ତାରସିଂ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏକ ମାମଲା(ନଂ ୧୮୫/୨୨) ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତ ଜନକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତତ୍କାଳୀନ ତଦନ୍ତକାରୀ ଅଧିକାରୀ ଭାଗୀରଥି ନାୟକ ଜନକଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ ୧୦ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ଜନକଙ୍କୁ ଶନିବାର କୋର୍ଟରେ ହାଜର କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପି ପି ଡ.ଶିବ ପ୍ରସାଦ ମିଶ୍ର ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ବର୍ଷାରେ ଉଜୁଡ଼ିଲା ଚାଷୀଙ୍କ ସୁନା ଫସଲ; ରାଜକନିକାରେ ଜଳମଗ୍ନ ହେକ୍ଟର ହେକ୍ଟର ପାଚିଲା ଧାନ ଜମି; ତୁରନ୍ତ କ୍ଷୟକ୍ଷତି…

ରାଜକନିକା୨୧।୧୧(ସଞ୍ଜୟ କୁମାର ଦାଶ): ଆଉ ଦିନ କେଇଟା ପରେ ବିଲରୁ ସୁନା ଫସଲ ଅମଳ ହୋଇଥାନ୍ତା, ହେଲେ ବାତ୍ୟା ପ୍ରଭାବିତ ଲଗାଣ ବର୍ଷା ଚାଷୀଙ୍କ ସବୁ ସ୍ୱପ୍ନକୁ…

ଷ୍ଟ୍ରିଟଲାଇଟ୍‌ ନାଁରେ ୭.୨୪ ଲକ୍ଷ ହଡ଼ପ, ବନ୍ଧାହେଲେ ପୂର୍ବତନ ପିଇଓ, ଜେଇ, ଠିକାଦାର

ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକର ବାଲ୍ୟସରା ଗ୍ରାମପଞ୍ଚାୟତରେ ଷ୍ଟ୍ରିଟ ଲାଇଟ୍‌ ସ୍ଥାପନ ଓ ରକ୍ଷଣାବେକ୍ଷଣ ନାଁରେ ସରକାରୀ ଅର୍ଥ ହଡ଼ପ ମାମଲାରେ ଭିଜିଲାନ୍ସ…

ଗୁଡାରି ବଂଶଧାରା ବିଜୁ ସେତୁ ରାସ୍ତାର ହେବ ନବକଳେବର; ମଞ୍ଜୁର ହେଲା ୨.୯୬ ଲକ୍ଷ ଟଙ୍କା

ଗୁଡାରି,୨୧।୧୧(ପ୍ରମୋଦ କୁମାର ପତି ): ଗୁଡାରି ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଗୁଡାରି ସହର ନିକଟସ୍ଥ ବାଦିଗୁଡା ଛକଠାରୁ ବଂଶଧାରା ବିଜୁ ସେତୁ ପର୍ଯ୍ୟନ୍ତ…

ଏସ୍‌ପିଙ୍କ ଅଫିସ ଆଗରେ ସପରିବାର ଆତ୍ମାହୁତି ଚେତାବନୀ

ଛତ୍ରପୁର, ୨୧।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ମାରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଏଯାଏ ଗିରଫ…

ପୁଣିଥରେ ସୁନା ନ କିଣିବାକୁ ଦେଶବାସୀଙ୍କୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ; କହିଲେ- ଆଉ ଗୋଟିଏ ବର୍ଷ ସୁନାଠାରୁ…

ଲକ୍ଷ୍ନୌ,୨୧।୧୧: ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସୁନା ନ କିଣିବା ପ୍ରସଙ୍ଗ ଉଠାଇଛନ୍ତି। ଲୋକମାନେ ତାଙ୍କ କଥା…

ମତ୍ସ୍ୟଜୀବୀଙ୍କୁ ସହାୟତାର ହାତ

ଗଞ୍ଜାମ,୨୧।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣା ପୋଡ଼ମ ପେଟା କଣ୍ଟିଆଗଡ଼ ନିକଟସ୍ଥ…

ଜିଲାପାଳଙ୍କ ବାତ୍ୟା ବାତ୍ୟା ସମୀକ୍ଷା: ରାଶନ କାର୍ଡ ନ ଥିଲେ ବି ମିଳିବ ରିଲିଫ ସହାୟତା

ଛତ୍ରପୁର,୨୧।୧୧(ଦିଲ୍ଲୀପି ସାମଲ): ବାତ୍ୟା ‘ଅକ୍ୱାନ’ର ବିପଦ ଟଳିବା ପରେ ଏବେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟକୁ ଗଞ୍ଜାମ ଜିଲା ପ୍ରଶାସନ ପ୍ରାଥମିକତା ଦେଇଛି। ଏନେଇ ଶନିବାର…

‘ଆପଣ ସମସ୍ତଙ୍କୁ ଖୁସି କରିପାରିବେ ନାହିଁ’: ମହମ୍ମଦ ସିରାଜଙ୍କୁ ବାଦ ଦିଆଯିବା କାହିଁକି ଏମିତି କହିଲେ କପିଲ ଦେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯିବାକୁ ନେଇ ବେଶ ହଟଚମଟ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?